ଛୋଟ ପିଲାଙ୍କ ଭଳି ଜିଭ ବାହାର କରି ନିଜର ଏମିତି ଫଟୋ ସେୟାର କଲେ ବିଗ୍ ବି! ଫ୍ୟାନ୍ ପଚାରିଲେ, ‘ସାର୍ ଏବେ ଆଇସ୍କ୍ରିମ୍ ଖାଇଛନ୍ତି ନା…’

ବଲିଉଡ୍ର ଶେହେନଶାହ ଅମିତାଭ ବଚ୍ଚନ ଦେଶର କୋଟି କୋଟି ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି। ତାଙ୍କର କହିବା ଶୈଳୀ ହେଉ କି ବିନମ୍ରତା, ଫ୍ୟାନମାନେ ପ୍ରତ୍ୟେକ ଜିନିଷକୁ ପସନ୍ଦ କରନ୍ତି। ଏତିକି ନୁହେଁ, ତାଙ୍କର ଫ୍ୟାସନ ଷ୍ଟେଟ୍ମେଣ୍ଟ ଏବଂ ହେୟାର ଷ୍ଟାଇଲ ବି ଫ୍ୟାନ ମାନଙ୍କୁ ବେଶ୍ ପସନ୍ଦ ଆସିଥାଏ। କ’ଣ ଆପଣ ଜାଣିଛନ୍ତି କି, ଆମ ମାନଙ୍କ ଭଳି ବି ବିଗ୍ ବିଙ୍କର ଖାଦ୍ୟ ପ୍ରତି ବହୁତ ଦୁର୍ବଳତା ରହିଛି। କେବିସି ୧୨ର ଏକ ଏସିସୋଡ୍ରେ ନିଜେ ଅମିତାଭ ବଚ୍ଚନ ଏହି କଥାର ଖୁଲାସା କରିଥିଲେ କି, ଦିଲ୍ଲୀର ଚାଟ୍ ତାଙ୍କୁ ବହୁତ ପସନ୍ଦ। ଆଜି ଆମେ ବିଗ୍ ବିଙ୍କ ଖାଦ୍ୟର ସଉକ ବିଷୟରେ ଏଥି ପାଇଁ କଥା ହେଉଛେ, କାହିଁକି ନା, ତାଙ୍କର ଏମିତି ହିଁ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହିଛି। ଏହି ଫଟୋ ଦେଖି ଆପଣ ମାନେ ମଧ୍ୟ ଅନୁମାନ କରି ପାରିବେ କି, ବିଗ୍ ବି କେତେ ଫୁଡି।
ଏବେ ସୋସିଆଲ ମିଡିଆରେ ଅମିତାଭ ବଚ୍ଚନଙ୍କର ଏକ ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଦେଖିଲେ ଆପଣ ମଧ୍ୟ ତାଙ୍କର ଖାଦ୍ୟର ସଉକ ବିଷୟରେ ଜାଣି ପାରିବେ। ବାସ୍ତବରେ, ଏହି ଫଟୋରେ ବିଗ୍ ବି ଏକ ଛୋଟ ଛୁଆ ଭଳି ପୋଜ୍ ଦେଇଛନ୍ତି। ଯେତେ ବେଳେ କୌଣସି ମନ ପସନ୍ଦର ଖାଦ୍ୟ ଜିନିଷ ସାମ୍ନାରେ ଥିବ ଏବଂ ଛୋଟ ପିଲା ମାନେ ନିଜର ଜିଭ ବାହାର କରି ଖାଦ୍ୟ ଖାଇବାକୁ ଉତ୍ସାହିତ ହୋଇ ପଡ଼ୁଥିବେ, ସେହି ଭଳି ଭାବେ ବିଗ୍ ବି ନିଜର ଜିଭ ବାହାର କରି ପୋଜ୍ ଦେଇଛନ୍ତି। ଫଟୋରେ ଅମିତାଭ ବଚ୍ଚନଙ୍କ ଆଖି ବନ୍ଦ ରହିଛି। ସେ ନିଜ ଓଠରେ ଜିଭ ବୁଲାଇ ଯେପରି କୌଣସି ଖାଦ୍ୟର ସ୍ୱାଦ ବ୍ୟାଖ୍ୟା କରୁଥିବାର ନଜର ଆସୁଛନ୍ତି।
ଫଟୋରେ ଅମିତାଭ ବଚ୍ଚନ ଗ୍ରୀନ୍ ରଙ୍ଗର ପ୍ରିଣ୍ଟେଡ୍ ଶାର୍ଟ ପିନ୍ଧିଥିବା ବେଳେ ବିଲ୍କୁଲ କୌଣସି ଛୋଟ ଛୁଆ ଭଳି ନିଜ ଖାଦ୍ୟକୁ ଏନ୍ଜୟ କରୁଥିବାର ଦେଖା ଯାଉଛନ୍ତି। ଅମିତାଭ ବଚ୍ଚନ ନିଜ ଅଫିସିଆଲ ଇନ୍ଷ୍ଟା ହ୍ୟାଣ୍ଡେଲରୁ ନିଜର ଏହି ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ବିଗ୍ ବି କ୍ୟାପସନରେ ଲେଖିଛନ୍ତି, ‘ଶବ୍ଦ ଠାରୁ ଅଧିକ ଭଲ ଢଙ୍ଗରେ କଥା ବ୍ୟକ୍ତ କରି ପାରେ ଆପଣଙ୍କ ଜିଭ’। ବିଗ୍ ବିଙ୍କ ଏହି ଫଟୋରେ ଅଭିଷେକ ବଚ୍ଚନ କମେଣ୍ଟ କରି ହଗ୍ ବାଲା ଇମୋଜି ସେୟାର କରିଛନ୍ତି।
View this post on Instagram
ସେପଟେ ଏହି ଫଟୋକୁ ମାଷ୍ଟର ଶେଫ୍ ପଙ୍କଜ ଭେଦୌରିୟା ଲାଇକ୍ କରିଛନ୍ତି। ଅନ୍ୟ ଜଣେ ଫ୍ୟାନ୍ କମେଣ୍ଟ ବକ୍ସରେ ଲେଖିଛନ୍ତି, ‘ହୃଦୟରେ ରାଜ୍ କରୁଛନ୍ତି ଆପଣ’। ଅନ୍ୟ ଜଣେ ଲେଖିଛନ୍ତି, ‘ସାର୍ ଆପଣ ଏବେ ଆଇସ୍କ୍ରିମ୍ ଖାଇଛନ୍ତି ତ’। କହି ରଖୁଛୁ, ଅମିତାଭ ବଚ୍ଚନଙ୍କୁ ବଙ୍ଗାଳି ମିଠା ବହୁତ ପସନ୍ଦ।