ଅମିତାଭ୍ଙ୍କ ଏହି ଟ୍ବିଟ୍ ତାଙ୍କ ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇଛି

ବଲିଉଡ୍ର ବିଗ୍ ବି ଅମିତାଭ ବଚ୍ଚନ ସବୁବେଳେ ନିଜ କଠିନ ପରିଶ୍ରମ ଓ ତାଙ୍କ ଅଭିନୟ ପାଇଁ ଖୁବ୍ ଚର୍ଚ୍ଚାରେ ଥାଆନ୍ତି। ଏମିତିକି ବର୍ତ୍ତମାନ ବଲିଉଡ଼ ଇଣ୍ଡଷ୍ଟ୍ରିରେ ୮୦ ବର୍ଷ ବୟସରେ ପାଦ ଥାପିଲା ପରେ ବି ସେ ହିଁ ଅନେକ ଫିଲ୍ମରେ କାମ କରୁଛନ୍ତି। ଏମିତିକି ତାଙ୍କ ସହଯୋଗୀ ମାନେ ତାଙ୍କୁ ବିଶ୍ରାମ ନେବା ପାଇଁ କହୁଛନ୍ତି। କିନ୍ତୁ ନିଜ କାମକୁ ଭଲ ପାଉଥିବାରୁ ସେ ଫିଲ୍ମରେ ଅଭିନୟ କରିବା ସହିତ ଆଡ୍ ସୁଟ ଓ ରିଆଲିଟି ଶୋ ମଧ୍ୟ କରୁଛନ୍ତି।
ମେଗା ଷ୍ଟାର ବଚ୍ଚନ ସାହେବ୍ ଯେତେବେଳେ ବି ନିଜ ସୋସିଆଲ ମିଡିଆରେ କୌଣସି ଫଟୋ ପୋଷ୍ଟ କରନ୍ତି। ତାଙ୍କ ପ୍ରଶଂସକ ଭଲ କମେଣ୍ଟ କରିବା ସହିତ ତାଙ୍କ ପୋଷ୍ଟକୁ ଅଧିକ ଲାଇକ ମଧ୍ୟ ମିଳିଥାଏ।
ହେଲେ ଏବେ ଅମିତାଭଙ୍କ ଏକ ଟ୍ବିଟ୍ ତାଙ୍କ ପ୍ରଶଂସକଙ୍କ ଚିନ୍ତା ବଡ଼ାଇ ଦେଇଛି। କାରଣ ସେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ଟ୍ବିଟ୍ କରିଛନ୍ତି।ଯାହାକୁ ନେଇ ସମସ୍ତେ ଚିନ୍ତାରେ। କହିବାକୁ ଗଲେ ତାଙ୍କ ପୂରା ପରିବାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏମିତିକି ସେ ମଧ୍ୟ କୋଭିଡରେ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ଠିକ୍ ହୋଇଯାଇଥିଲେ। ହେଲେ ବର୍ତ୍ତମାନ ବିଗ୍ ବି ଏକ ଟ୍ବିଟ୍ କରି ପୁଣି ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି। ଗତ କାଲି ରାତିରେ ଅମିତାଭ୍ ବଚ୍ଚନ ଟ୍ବିଟ୍ କରି ଲେଖିଛନ୍ତି, ମୋ ହାର୍ଟ ବିଟ୍ ବଢ଼ିଯାଉଛି। ସେଥିପାଇଁ ମୁଁ ଚିନ୍ତିତ। ଆଶା କରୁଛି ସବୁକିଛି ଠିକ୍ ହୋଇଯିବ।

ଅମିତାଭ୍ଙ୍କ ଏହି ଟ୍ବିଟ୍ ତାଙ୍କ ପ୍ରଶଂସକମାନଙ୍କୁ ଚିନ୍ତାରେ ପକାଇଛି। ଏମିତିକି ଜଣା ପଡୁନି ବିଗ୍ ବିଙ୍କର କ’ଣ ହୋଇଛି। ଅନେକ ଫ୍ୟାନ୍ସ କମେଣ୍ଟ କରି ତାଙ୍କ ସ୍ବାସ୍ଥ୍ୟ ବିଷୟରେ ପଚାରୁଛନ୍ତି ଓ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିବା ଟ୍ବିଟରେ ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ଏହା ଠିକ୍ ଭାବରେ ଜଣା ପଡିନି ପ୍ରକୃତରେ ଅମିତାଭ୍ଙ୍କ ସ୍ୱାସ୍ଥ୍ୟବସ୍ଥା କିପରି ଅଛି।