ବିଗ ବି” ଅମିତାଭଙ୍କ ରାପର ଡ୍ୟାନ୍ସ, ଭିଡିଓ ଦେଖି ଫ୍ୟାନ୍ସ ମାନେ ବି ହୋଇଗଲେ ପାଗଳ

ବିଗ ବି ଅମିତାଭ ବଚନଙ୍କ ଅଭିନୟର ଯାଦୁ କାହାକୁ ବା ଅଛପା । ତାଙ୍କ ବଳିଷ୍ଠ ଅଭିନୟ, ଗୁରୁ ଗାମ୍ଭିର୍ଯ୍ୟ ସ୍ୱର ବଲିଉଡ ଇଣ୍ଡଷ୍ଟ୍ରିରେ ଏକ ବଳିଷ୍ଠ ଛାପ ଛାଡ଼ିଛି । ହୁଏତ ତାଙ୍କର ଏହି ଅଦାକାରୀକୁ ଆଉ କେହି ବି କେବେ ବି କାଟିପାରିବେ ନାହିଁ । ବର୍ତ୍ତମାନ ସମୟରେ “କୋୖନ ବନେଗା କରୋଡ଼ ପତି ଶୋ'”ରେ ହୋଷ୍ଟ ଭୂମିକା ନିଭାଉ ଥିବା ଅମିତାଭ ଏକ ନୂଆ ଅନ୍ଦାଜରେ ଦେଖାଦେଇଛନ୍ତି । ସେପୁଣି ରାପର ଅନ୍ଦାଜରେ । ଶୁଣି ଅଜବ ଲାଗୁଛି ନା ବିଗ ବି ଅମିତାଭ ବଚନ କେବିସି ଶୋ’ରେ ରାପର କରୁଥିବା ନଜର ଆସିଛନ୍ତି ବୋଲି । ବିଗ ବିଙ୍କ ଏହି ଅନ୍ଦାଜ ଫ୍ୟାନ୍ସ ମାନଙ୍କୁ ଚକିତ କରିଦେଇଛି । ଦେଖିଲେ ଏମିତି ଲାଗୁଛି ଯେମିତି ଇଣ୍ଡଷ୍ଟ୍ରିରୁ ଅମିତାଭ ଅନ୍ୟ ରା଼ପର ମାନଙ୍କୁ ହଟାଇବା ଲକ୍ଷରେ ଅଛନ୍ତି ।

 

 

View this post on Instagram

 

A post shared by Amitabh Bachchan (@amitabhbachchan)

ଆଉ ବିଗ ବି ଇନ୍ଷ୍ଟଗ୍ରାମରେ ସେୟାର କରିଥିବା ଏହି ଭିଡିଓକୁ ଫ୍ୟାନ୍ସ ମାନେ ବି ଖୁବ ଉପଭୋଗ କରୁଥିବା ଜଣାଯାଇଛି । ଏମିତିରେ ଅମିତାଭଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ଠାରୁ କିଛିଟା ଅଲଗା । ଖୁବ ସାଧାରଣ ପୋଷାକ ପିନ୍ଧୁଥିବା ବେଳେ ମୁହଁରେ ଏକ ପ୍ରକାର ଗାମ୍ଭିର୍ଯ୍ୟର ଛାପଥାଏ । ଖାଲି ବ୍ୟକ୍ତିତ୍ୱ ନୁହେଁ ଫ୍ୟାନ୍ସ ମାନେ ବି ଜାଣନ୍ତି ତାଙ୍କ ଅନ୍ତର୍ନିହିତ ଗୁଣ ବି ଖୁବ ଗମ୍ଭୀର । କିନ୍ତୁ କିଛି ଦିନ ତଳେ ତାଙ୍କ ୟୋ ୟୋ ଅବତାର ଦେଖି ଫ୍ୟାନ୍ସମାନଙ୍କ ଆଖି ଖୋଲା ରହିଯାଇଛି ଯେମିତି । ଇନ୍ଷ୍ଟଗ୍ରାମରେ ଅମିତାଭଙ୍କ ଲୁକ ଖୁବ ଥଣ୍ଡା ମିଜାଜର ଦେଖାଦେଉଛି ।

ଖାଲି ପୋଷାକ ପରିପାଟୀ କିମ୍ବା ଅନ୍ଦାଜ ନୁହେଁ ଏକ ରଙ୍ଗାରଙ୍ଗ ଚଷମା ବି ପିନ୍ଧିଛନ୍ତି ବିଗ ବି । ତାଙ୍କ ହାତର ମୁଭମେଣ୍ଟ ଗୁଡିକୁ ଦେଖିଲେ ଯେକେହି ବି ଅନୁମାନ ଲଗାଇପାରିବେ ଯେ ସେ ଏକ ରା଼ପ ଗୀତ ଉପରେ ପରଫରମାନ୍ସ ଦେଉଛନ୍ତି । ଅମିତାଭଙ୍କ ଏହି ଅନ୍ଦାଜକୁ ସମସ୍ତେ ଖୁବ ପସନ୍ଦ ବି କରିଛନ୍ତି । ଇନ୍ଷ୍ଟଗ୍ରାମରେ ପୋଷ୍ଟ କରିଥିବା ଭିଡିଓ ଟିରେ ଏକ ଅଜବ କ୍ୟାପ୍ସନ ଦେଇଛନ୍ତି ଅମିତାଭ । ସେ ଲେଖିଛନ୍ତି- ଚ୍ୟାର ଉପରେ କୁଲ ଅନ୍ଦାଜରେ ବସି, ଆଖିରେ ରଙ୍ଗବେରଙ୍ଗର ଚଷମା ପିନ୍ଧି, ବେକରେ ମେଞ୍ଚେ ସୁନା ଓ ରୁପାର ପିନ୍ଧି ଆମେ ରା଼ପ କରିବାକୁ ଯାଉଛୁ । ଖାଲି ସେତିକି ନୁହେଁ ଏକ ମଜାଦାର ଗୀତ ବି ଲେଖିଛନ୍ତି ଅମିତାଭ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.