ଅମିତାଭ କହିଲେ ଜୟା ହେଉଛନ୍ତି ମୋ ATM, ମୋତେ ପଇସା ମାଗିବାକୁ ପଡ଼େ

ଶତାବ୍ଦୀର ମହାନାୟକ ବା ମିଲେନିୟମ ଷ୍ଟାର ଭାବେ ପରିଚିତ ଅମିତାଭ ବଚ୍ଚନ । ସମସ୍ତେ ତାଙ୍କ ବିଷୟରେ ଓ ତାଙ୍କ ପରିବାର ବିଷୟରେ ଜାଣିବାକୁ ଚାହାନ୍ତି । ହେଲେ ସେ ତାଙ୍କ କ୍ୟାରିୟର ଭିତରେ ପ୍ରାୟ ବ୍ୟକ୍ତିଗତ ଜୀବନ ଉପରେ କିଛି ବି କହୁ ନଥିଲେ କିନ୍ତୁ KBCରେ ପ୍ରତିଯୋଗୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ବେଳେ କିଛି କିଛି କଥା କହିଦିଅନ୍ତି । ଯେମିତିକି ଜଣେ ପ୍ରତିଯୋଗୀ ତାଙ୍କ ପରିବାର ବିଷୟରେ ପଚାରିବା ବେଳେ ଅମିତାଭ ମଜାଦାର ଜବାବ ଦେଇଥିଲେ ।

ପ୍ରିୟଙ୍କା ନାମକ ଏହି ମହିଳା ଜଣକ ତାଙ୍କୁ ପଚାରି ଥିଲେ କି ସେ କେବେ ଏଟିଏମକୁ ଯାଇ ଟଙ୍କା ଉଠାଇଛନ୍ତି କି ? ନିଜର କେତେ ଟଙ୍କା ବ୍ୟାଙ୍କରେ ଜମା ଅଛି ଯାଞ୍ଚ କରିଛନ୍ତି କି ? ଏହାର ଉତ୍ତରରେ ଅମିତାଭ କହିଥିଲେ ମୋ ଏଟିଏମ୍ ହେଉଛନ୍ତି ପତ୍ନୀ ଜୟା । ମୁଁ ତାଙ୍କ ଠାରୁ ହିଁ ପଇସା ନିଏ ।

ପ୍ରିୟଙ୍କା ଆଉ କେତୋଟି ପ୍ରଶ୍ନ ମଧ୍ୟ ପଚାରିଥିଲେ । ଯେମିତିକି ମଧ୍ୟବିତ୍ତ ପରିବାରରେ ଟିଭି ସୋ ଦେଖିବାକୁ ଘରର ସଦସ୍ୟମାନେ ରିପୋର୍ଟ ଲଚାଲୁଚି କରିଥାନ୍ତି । ଆପଣଙ୍କ ଘରେ ଏଭଳି ହୁଏ କି । ଏଥିରେ ଅମିତାଭ କହିଥିଲେ କି ଆମ ଟିଭି ସାମନା ସୋଫା ଉପରେ ଦୁଇଟି ତକିଆ ରହେ । ତାର ତଳେ ଟିଭି ରିମୋଟ୍ କୁ ଲୁଚା ଯାଇଥାଏ । ତୁମେ ଖୋଜି ପାରିଲେ ହେଲା ।

ପ୍ରିୟଙ୍କାଙ୍କର ଆଉ ଗୋଟିଏ ପ୍ରଶ୍ନ ଥିଲା କି ଘରକୁ ଫେରିଲା ବେଳେ ମୋତେ ଯେମିତି ମାଆ କୁହନ୍ତି ଧଣିଆ କି କିଛି ଅଲଗା ଜିନିଷ ନେଇକି ଆସିବୁ । ସେହିଭଳି ଜୟା ମାଡାମ୍ ଆପଣଙ୍କୁ କିଛି ଆଣିବାକୁ କୁହନ୍ତି କି ? ଏହାର ଅତି ଚମତ୍କାର ଭାବେ ଉତ୍ତର ରଖିଥିଲେ ଅମିତାଭ ବଚ୍ଚନ । କହିଥିଲେ, ଜୟା ବିଲକୁଲ ଏଭଳି କୁହନ୍ତି ହେଲେ ସେ କୁହନ୍ତି, ତୁମେ ନିଜକୁ ନିଜେ ଘରକୁ ନେଇ କରି ଆସ ।