୮୦ବର୍ଷରେ ବି ଅମିତାଭ କହିଲେ ମୁଁ କରିବି ଆକ୍ସନ !

ଭେଟେରାନ ଆକ୍ଟର ତଥା ଲିଜେଣ୍ଡ ଅମିତାଭ ବଚ୍ଚନ । ଯିଏ କି ତାଙ୍କ ଜମାନାରେ ଅନେକ ଆକ୍ସନ ଫିଲ୍ମସରେ ନିଜ ଯାଦୁଗରି ଅଭିନୟ ଦେଖାଇଛନ୍ତି । ଆଉ ବର୍ତ୍ତମାନ ସେ ଯେତେବେଳେ ଏକ ଷ୍ଟଣ୍ଟ କରିବାର ସୁଯୋଗ ପାଇଛନ୍ତି ତାକୁ ହାତଛଡା କରିବାକୁ ଚାହିଁନାହାନ୍ତି ସେ । ବଡି ଡବଲ ରୋଲକୁ ମନା କରିଦେଇଛନ୍ତି ଏହି ଅଭିନେତା । ଜଣେ ବିଜ୍ଞାପନ ସୁଟରେ ଭେଟେରାନ ଅଭିନେତାଙ୍କ ପାଇଁ ଏକ ଆକ୍ସନ କ୍ରମ କରିବା ପାଇଁ ଜଣେ ଷ୍ଟଣ୍ଟ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଅମିତାଭ ମନା କରିଦେଇଥିଲେ ଓ ସେ ନିଜ ଷ୍ଟଣ୍ଟ ନିଜେ କରିବାକୁ କହିଥିଲେ ।

ଚଳିତବର୍ଷ ଅକ୍ଟୋବରରେ ନିଜର ୮୦ତମ ଜନ୍ମଦିନ ପାଳନ କରୁଥିବା ଅମିତାଭ ଟିଭି ବ୍ୟବସାୟୀ ତଥା ନିର୍ଦ୍ଦେଶକ ଅମିତ ଶର୍ମାଙ୍କୁ ଶେଷ ମୁହୂର୍ତ୍ତରେ ଘୋଷଣା କରି ଆଶ୍ଚର୍ଯ୍ୟ କରିଛନ୍ତି ଯେ ସେ ନିଜେ ଷ୍ଟଣ୍ଟ କରିବେ । ଡାଇରେକ୍ଟର କହିଛନ୍ତି କି ଆମେ ବଡି ଡବଲ ସହ ପ୍ରସ୍ତୁତ ଥିଲୁ । କିନ୍ତୁ ଯେତେବେଳେ ବଚ୍ଚନ ସାର ସେଟକୁ ଆସିଲେ ସେ ନିର୍ଦ୍ଦେଶକଙ୍କୁ କହିଥିଲେ ସେ ନିଜେ ଏ ଷ୍ଟଣ୍ଚ କରିବାକୁ ପସନ୍ଦ କରିବେ । ତେଣୁ ଆମକୁ ଅନେକ ସତର୍କତା ଅବଲମ୍ବନ କରିବାକୁ ପଡିବ ।

ଷ୍ଟଣ୍ଟରେ ଅମିତାଭଙ୍କୁ ଗୋଟିଏ ପରେ ଗୋଟିଏ ତିନୋଟି କଠିନ ଗ୍ଲାସ ପ୍ୟାନ ଭାଙ୍ଗିବା ଆବଶ୍ୟକ କରୁଥିଲା । ଏବଂ ମନୋହର କହିଥିଲେ କି ଅମିତାଭ ୱାନ ଟେକରେ ଏହାକୁ କରିଥିଲେ । ତେଣୁ ଅମିତାଭଙ୍କ ବୟସ ତାଙ୍କ ମନବଳ ଆଗରେ ହାର ମାନିଥିବାର କହିଛନ୍ତି ସମସ୍ତେ । ଏବଂ ତାଙ୍କର ପୂର୍ବ ଅବତାରକୁ ମନେ ପକାଇଛନ୍ତି ।

ଅମିତାଭ ମଧ୍ୟ ଗତ ମାସରେ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏବଂ ତାଙ୍କ ବ୍ଲଗରେ ବିଜ୍ଞାପନ ସୁଟର ଫଟୋ ମଧ୍ୟ ସେୟାର କରିଥିଲେ । ଏକ ଚିତ୍ର ସେୟାର କରି ତାଙ୍କୁ ଏକ ଗ୍ଲାସ ପ୍ୟାନ ଭାଙ୍ଗିବା ଦେଖାଇ ସେ ଲେଖିଥିଲେ ୫୩ବର୍ଷ ପରେ ଓ ୮୦ବର୍ଷ । କିଛି ଜିନିଷ ଅଛି ଯାହା କେବେ ବଦଳେ ନାହିଁ । ଆକ୍ସନ । ଏହି ଅଭିନେତା ଜଣକ ଆଗକୁ ପିଲ୍ମ ରନୱେ ୩୪ରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.