ଚର୍ଚ୍ଚାରେ ଆୟୁଷ୍ମାନ ଖୁରାନାଙ୍କ ନୂଆ ଫିଲ୍ମ ‘An Action Hero’ର ଟ୍ରେଲର

ଆୟୁଷ୍ମାନ ଖୁରାନା ସବୁ ବେଳେ ଦର୍ଶକମାନଙ୍କ ପାଇଁ ନୂଆ ନୂଆ ସ୍ୱାଦର ଫିଲ୍ମ ନେଇ ଆସନ୍ତି । ତାଙ୍କର ଫିଲ୍ମରେ ସବୁବେଳେ କିଛି ନା କିଛି ଏକ୍ସପେରିମେଣ୍ଟ କରିଥାନ୍ତି । ଦର୍ଶକମାନେ ତାଙ୍କ ଫିଲ୍ମକୁ ପସନ୍ଦ ମଧ୍ୟ କରନ୍ତି । କିନ୍ତୁ ଏବେ ପୁଣି ସେ ଚର୍ଚ୍ଚାରେ ଅଛନ୍ତି। ଡିସେମ୍ବର ୨ ରେ ମୁକ୍ତିଲାଭ ଅପେକ୍ଷାରେ ଥିବା ତାଙ୍କର ନୂଆ ଫିଲ୍ମ ‘ଏନ ଆକ୍ସନ ହିରୋ’ଦର୍ଶକଙ୍କ ଭିତରେ ପୁଣି ଉତ୍ସାହ ଭରି ଦେଇଛି । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଏହି ଫିଲ୍ମକୁ ନେଇ ଦର୍ଶକ ମହଲରୁ ପ୍ରଶଂସାର ସୁଅ ଛୁଟୁଛି ।

ଏହି ଫିଲ୍ମରେ ଆୟୁଷ୍ମାନ ପୁଣି ଏକ ଚ୍ୟାଲେଞ୍ଜିଂ କ୍ୟାରେକ୍ଟରରେ ନଜର ଆସୁଛନ୍ତି । ଏହି ଫିଲ୍ମରେ ତାଙ୍କୁ ମୁନିସପାଲ କାଉନସିଲର ଭାଇଙ୍କର ହତ୍ୟାକାରୀ ବୋଲି ସନ୍ଦେହ କରାଯାଉଛି । ଏହି ଘଟଣା ଠାରୁ କାହାଣୀ ଟି ଗତିଶୀଳ ହୋଇଛି । ଏହି ଫିଲ୍ମରେ ତାଙ୍କୁ ହତ୍ୟାକାରୀ ବୋଲି ଅଭିଯୋଗ ହେଉଥିବା ବେଳେ ଧୀରେ ଧୀରେ ଫିଲ୍ମରେ ଥିବା ତାଙ୍କ ପ୍ୟାନ୍ସ ତାଙ୍କ ପ୍ରତି ବିମୁଖ ହେଉଛନ୍ତି । ତା ପରେ ଫ୍ୟାନ୍ସ ଆୟୁଷ୍ମାନଙ୍କୁ ବୟକଟ କରିବା ଆରମ୍ଭ କରିଛନ୍ତି ।

ସାନ୍‌ଦାର ହୋଇଛି ଏନ୍‌ ଆକ୍ସନ ହିରୋର ଟ୍ରେଲର:

ଏହି ଟ୍ରେଲର ଆରମ୍ଭ ହୁଏ ଗୋଟିଏ କାର ଦୁର୍ଘଟଣାରୁ,ଯେଉଁଥିରେ ଜୟଦୀପର କାର ଆସି ଆୟୁଷ୍ମାନର କାର ସହିତ ଧକ୍କା ହୁଏ । ତା ପରେ ଷ୍ଟୋରୀ ମାଡ଼ିଚାଲେ ଆଗକୁ , ଦୁହିଁଙ୍କ ଭିତରେ ଆରମ୍ଭ ହୋଇଯାଏ ଖଣ୍ଡ ଯୁଦ୍ଧ । ଆୟୁଷ୍ମାନ ନିଜକୁ ବଞ୍ଚେଇବା ପାଇଁ ଚାଲି ଯାଆନ୍ତି ଲଣ୍ଡନ । ସେଠାରେ ବି ତାଙ୍କ ପିଛା ଛାଡ଼େ ନାହିଁ ଜୟଦୀପ ଏବଂ ସେଠାରେ ଏକ କନ୍‌ଫ୍ୟୁଜନ ସୃଷ୍ଟି ହୁଏ । କାରଣ ଲଣ୍ଡନର ପୋଲିସ ବି ଏମାନଙ୍କ ଝଗଡ଼ାରେ ସାମିଲ ହୋଇ ଯାଇଥାଏ । ଟ୍ରେଲରରେ ଭଲ ଆକ୍ସନ ସିନ୍‌ ଥିବାବେଳେ ଜୟଦୀପଙ୍କ ହରିୟାନୀ ଭାଷା ଷ୍ଟାଇଲରେ ଡାଇଲଗ୍‌ ଦର୍ଶକଙ୍କର ବେଶ ପସନ୍ଦ ଆସିଛି ।

ଏହି ଫିଲ୍ମକୁ ନେଇ ଆୟୁଷ୍ମାନ କହିଛନ୍ତି,ଏହି ଫିଲ୍ମ ମୋ ପାଇଁ ଏକ ଭିନ୍ନ ଧରଣର ଫିଲ୍ମ । ଏହି ଫିଲ୍ମ ମୋର ସୋସିଆଲ କମେଡି ଡ୍ରାମା ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ଫିଲ୍ମ ଟି ପୁରା ଥ୍ରିଲ୍‌ରେ ଭରି ରହିଛି । ସେ କହିଛନ୍ତି,ଏହି ଫିଲ୍ମ ଟି ଗୋଟିଏ ସାଧାରଣ ସ୍ଥିତିରେ ଅସାଧରଣ ଲୋକ ବିଷୟରେ ରହିଛି । ପ୍ରତିଶୋଧ ନେବାର ଭାବନା ଗୋଟିଏ ସାଧାରଣ କଥା । କିନ୍ତୁ ଯଦି ଜଣେ ସୁପରଷ୍ଟାର ସେହି ପରିସ୍ଥିତି ଭିତରେ ଥାଆନ୍ତି,େତେବେ ସେହି ପରିସ୍ଥିତିକୁ କେମତି ମୁକାବିଲା କରନ୍ତି,ତାହା ହିଁ ହେଉଛି କାହାଣୀ ।

ଏହି ଫିଲ୍ମ ଆସନ୍ତା ଡିସେମ୍ବର ୨ ତାରିଖରେ ପ୍ରେକ୍ଷାଳୟକୁ ଆସୁଛି । ଏହି ଫିଲ୍ମରେ ଆୟୁଷ୍ମାନ ଆକ୍ସନ ହିରୋ ରୋଲରେ ବଢ଼ିଆ ଲୁକ୍‌ରେ ନଜର ଆସୁଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଅନିରୁଦ୍ଧ ଆୟର । ଏହି ଫିଲ୍ମ ପୂର୍ବରୁ ଅନିରୁଦ୍ଧ ‘ତନୁ େଓ୍ଵଡ୍‌ସ ମନୁ ରିଟର୍ଣ୍ଣସ’ ଏବଂ ‘ଜିରୋ’ର ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି ।

Leave A Reply

Your email address will not be published.