ମନୋରଂଜନ

ଓଲିଉଡରେ ପୁଣି ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ ବିବାଦ: ପୁରୁଷବନ୍ଧୁଙ୍କ ନା’ରେ ଅଭିଯୋଗ ଆଣିଲେ ଆଗଧାଡିର ଅଭିନେତ୍ରୀ

ଓଲିଉଡରେ ପୁଣି ଉଠିଲା ଅନ୍ତରଙ୍ଗ ଭିଡ଼ିଓ ଭାଇରାଲ ବିବାଦ । ପୁରୁଷ ବନ୍ଧୁଙ୍କ ନିର୍ଯ୍ୟାତନାରେ ଅତିଷ୍ଠ ହୋଇ ଜଣେ ଆଗଧାଡିର ହିରୋଇନ ଶେଷରେ କୋର୍ଟର ଆଶ୍ରୟ ନେଇଛନ୍ତି । ସମ୍ପର୍କ ନିବିଡ ହେବା ପରେ ପୁରୁଷ ବନ୍ଧୁ ତାଙ୍କ ଭିଡ଼ିଓ ଭାଇରାଲ କରିଥିବା ସେ ଅଭିଯୋଗ କରିଛନ୍ତି । ସୁଟିଂ ସେଟରେ ହଙ୍ଗାମା କରୁଛନ୍ତି । ଧମକ ଚମକ ଦେଉଛନ୍ତି । ଏନେଇ ଲକ୍ଷ୍ମୀସାଗର ଥାନା ପୋଲିସ ଏକ ମାମଲା ରୁଜୁ କରିଛି ।

ପିଲାଟି ଦିନରୁ ଅଭିନୟ କରିଆସୁଛନ୍ତି ଅଭିନେତ୍ରୀ ଜଣଙ୍କ । ଏପରିକି ଅନେକ ହିଟ୍‌ ଓଡ଼ିଆ ସିନେମାରେ ହିରୋଇନ ସାଜିଛନ୍ତି । ଟେଲି ସିରିଆଲ ଅଭିନେତ୍ରୀ ସହ ବିଜ୍ଞାପନ ଓ ଘରୋଇ ସୋରେ ଆଙ୍କରିଂ କରିଛନ୍ତି । ଜାତୀୟ ଚ୍ୟାନେଲରେ ମଧ୍ୟ ଅଭିନୟ କରିଛନ୍ତି । ପୁରୁଷ ବନ୍ଧୁଜଣଙ୍କ ହେଉଛନ୍ତି ଜାତୀୟ ସିନେମା ସ୍ତରରେ କାମ କରିଥିବା ଜଣେ ସିନେ ନିର୍ମାତା।

 

୨୦୧୯ରେ ପୁରୁଷ ବନ୍ଧୁଙ୍କ ସହ ହିରୋଇନଙ୍କ ଦେଖା ହୋଇଥିଲା । ସେ ତାଙ୍କୁ ଜାତୀୟ ସ୍ତରୀୟ ଫିଲ୍ମରେ ଚାନ୍ସ ଦେବାକୁ ଅଫର ଦେଇଥିଲେ । ଏଥିରୁ ଉଭୟଙ୍କ ମଧ୍ୟରେ ମିଳାମିଶା ବଢିଥିଲା । ଏମିତିକି ହିରୋଇନଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ମଧ୍ୟ ତାଙ୍କର ମିଳାମିଶା ବଢିଥିଲା । କିଛି ନାମାଦାମୀ ସିନେ ନିର୍ମାତାଙ୍କ ସହ ହୋଇଥିବା ଚୁକ୍ତିନାମାକୁ ସେ ଏଡାଇ ଯିବାକୁ କହିଥିଲେ । ବଡ଼ ପ୍ରଯୋଜକ ସଂସ୍ଥା ସହ କୌଣସି ଫିଲ୍ମ ସାଇନ କରାଇଦେଉନଥିଲେ। ପୁରୁଷ ବନ୍ଧୁଙ୍କ ମନମାନିକୁ ଅଭିନେତ୍ରୀ ଜଣଙ୍କ ବିରୋଧ କରିବାରେ ନାନା ଅତ୍ୟାଚାର ଓ ନିର୍ଯ୍ୟାତନାର ଶିକାର ହେଉଥିଲେ ଅଭିନେତ୍ରୀ ।

ଏପରିକି ସୁଟିଂ ସେଟରେ ପହଞ୍ଚି ହଙ୍ଗାମା କରୁଥିଲେ । ୨୦୨୨ରୁ ହିରୋଇନଙ୍କ ଉପରେ ପୁରୁଷ ବନ୍ଧୁଙ୍କ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ବଢିବାରେ ଲାଗିଲା । ତାଙ୍କ ମା’ ଓ ଭାଇକୁ ସୋସିଆଲ ମିଡିଆରେ ଗାଳି ଗୁଲଜ କରିଥିଲେ। ହିରୋଇନଙ୍କ କିଛି ନକଲି ସୋସିଆଲ ମିଡିଆ ଆକାଉଣ୍ଟ ଖୋଲି ହଇରାଣ କଲେ । ହିରୋଇନ ତାଙ୍କ ସହ ମିଳାମିଶା ବନ୍ଦ କରିବାରୁ ସେ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଫଟୋ ଓ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିଲେ।

ଏସବୁ ଭାଇରାଲ କରିବାକୁ ଦମକ ଦେଇ ବହୁ ଟଙ୍କା ଚୂନ ମଧ୍ୟ ଲଗାଇଥିଲେ । ହିରୋଇନ ଜଣଙ୍କ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ନଶୁଣିବାରୁ ସେ ଗତ ୭ ତାରିଖରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଅଭିଯୁକ୍ତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Sonalisa

Recent Posts

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

6 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

15 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

23 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

40 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

54 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

1 hour ago