ସୋସିଆଲ ମିଡିଆରେ କମେଣ୍ଟର ଶିକାର ହେଉଛନ୍ତି ଅନନ୍ୟା ପାଣ୍ଡେ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ବଲିଉଡ ଅଭିନେତ୍ରୀ ଅନନ୍ୟ ପାଣ୍ଡେଙ୍କୁ ସେହି ଷ୍ଟାର କିଡ଼ସଙ୍କ ଭିତରେ ଜଣେ ଯିଏ ଆଜି କାଲି ବିଭିନ୍ନ ସୋସିଆଲ ମିଡିଆରେ ନିଜ ଷ୍ଟେଟମେଣ୍ଟକୁ ନେଇ କମେଣ୍ଟର ଶିକାର ହେଉଛନ୍ତି । ଗୋଟେ ସାକ୍ଷାତ୍କାର ସମୟରେ ନିଜେ ଅନନ୍ୟ କହିଦେଇଥିଲେକି ଷ୍ଟାରକିଡ଼ସ ମାନଙ୍କୁ ବି ଷ୍ଟ୍ରଗଲର ସାମ୍ନା କରିବାକୁ ପଡିଥାଏ ।  ଆବଶ୍ୟ ଅନନ୍ୟ ଏହି ଷ୍ଟେଟମେଣ୍ଟ ପରେ ବି ନିଜ ଜୀବନରେ ବେଶ ଆଗକୁ ବଢ଼ିବାରେ ଲାଗିଛନ୍ତି । ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି । ଆଜିକା ଦିନରେ ଅନନ୍ୟ ପାଣ୍ଡେ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଆଉ ଗୋଟିଏ ପରେ ଗୋଟିଏ କରି ନିଜ କ୍ୟାରିୟରର ସିଢି ସଫଳତାର ସହ ଚଢି ଚାଲିଛନ୍ତି ।
ଅନେକ ଲୋକଙ୍କର ଧାରଣା ରହିଛିଯେ ଷ୍ଟାର କିଡ଼ସଙ୍କୁ ସବୁ ଜିନିଷ ଅତି ସହଜରେ ମିଳିଯାଏ ।

ସେମାନଙ୍କୁ କୌଣସି ପ୍ରକାର ଟାହି ଟାପରାର ସାମ୍ନା କରିବାକୁ ହୋଇନଥାଏ । କିନ୍ତୁ ବୋଧ ହୁଏ ଆପଣଙ୍କ ଏହି ଧାରଣା ସମ୍ପୂର୍ଣ୍ଣ ଭୁଲ । କିନ୍ତୁ ଅନନ୍ୟାଙ୍କ ଲାଟେଷ୍ଟ ଷ୍ଟେଟମେଣ୍ଟରୁ ଯାହା ଜଣାପଡୁଛି ଷ୍ଟାର କିଡ଼ସଙ୍କୁ ବି ଟାହିଟାପରାର ସାମ୍ନା କରିବାକୁ ପଡିଥାଏ । ଦ ରଣବୀର ଶୋ’ ରେ ନିଜେ ଅନନ୍ୟା ସ୍ୱୀକାର କରିଛନ୍ତିକି କ୍ୟାରିୟରର ପ୍ରାଥମିକ ସ୍ତରରେ ତାଙ୍କୁ ସେକ୍ସିଜିମର ସାମ୍ନା କରିବାକୁ ପଡିଥିଲା । କଥା ଯାଇ ଏମିତି ସ୍ତରରେ ପଡିଥିଲାଯେ ଲୋକେ ତାଙ୍କୁ ନିଜ ଫେସ, ବଡ଼ି ସହିତ ବୁବ ଜବ କରାଇବା ପାଇଁ ବି ପରାମର୍ଶ ଦେଇଥିଲେ । ଯେବେ ସେ କାମ ଆରମ୍ଭ କରିଥିଲେ ଲୋକେ ତାଙ୍କୁ ଏଭଳି ପ୍ରକାରର କମେଣ୍ଟ ଦେଉଥିଲେ । କିନ୍ତୁ ନିଜେ ଅନନ୍ୟା ଏଗୁଡ଼ିକୁ ଖୁବ କାଜୁଆଲି ନେଇଥିଲେ । କେଉଁ କଥାକୁ ବି ଏତେଟା ସିରିୟସର ସହ ନେଇନଥିଲେ ।ଏମିତିକି ସେ ସମୟରେ ଅନନ୍ୟାଙ୍କୁ ଓଜନ ବଢ଼ାଇବା ପାଇଁ ବି ଅନେକ ପରାମର୍ଶ ଆସିଥିଲା । କିନ୍ତୁ ଅନନ୍ୟାଙ୍କ ଅନୁଯାୟୀ କୌଣସି ବ୍ୟକ୍ତିକୁ ତା ଶରୀର ଗଠନ ନେଇ ଜଜ କରିବା ଉଚିତ ନୁହେଁ ।

କହିରଖିବା ଉଚିତ ହେବକି ଚଙ୍କି ପାଣ୍ଡେଙ୍କ ଝିଅ ଅନନ୍ୟା ପାଣ୍ଡେଙ୍କୁ “ସ୍ଟୁଡେଣ୍ଟ ଅଫ ଦ ଇୟର 2” ରେ ଲଞ୍ଚ କରିଥିଲେ କରଣ ଜୋହର । ଟାଇଗରଙ୍କ ବିପକ୍ଷରେ ପରଦାରେ ନଜର ଆସିଥିଲେ ଅନନ୍ୟା । ଅନନ୍ୟା ଏହା ମଧ୍ୟ କହିଥିଲେକି କେହି ବି ତାଙ୍କୁ ପୂର୍ବରୁ କଥା ଦେଇନଥିଲେକି ତାଙ୍କୁ ସେ ସୁଯୋଗ ଦେବେ ବୋଲି । କିନ୍ତ ପିଲାଟି ବେଳରୁ ଜଣେ ଅଭିନେତ୍ରୀ ହେବା ପାଇଁ ବହୁତ ଇଛା ଥିଲା । ଆଉ ତାଙ୍କ ପାଇଁ ଏହି ଯାତ୍ରା ଏତେଟା ସହଜ ନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.