ସାମ୍ନାକୁ ଆସିଲା ଅନନ୍ତ ଏବଂ ରାଧିକାଙ୍କ ଶିବ ଶକ୍ତି ପୂଜାର ପ୍ରଥମ ଝଲକ, ଭାଇରାଲ ହେଉଛି ଫଟୋ

ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଜୁଲାଇ ୧୨ରେ ରାଧିକା ମର୍ଚାଣ୍ଟଙ୍କ ସହ ବିବାହ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ଅମ୍ବାନୀ ପରିବାର ଏହି ଦମ୍ପତିଙ୍କ ପାଇଁ ଏକ ଶିବ ପୂଜା ଆୟୋଜନ କରିଛନ୍ତି । ତେବେ ଜୁଲାଇ ୧୦ରେ ଅମ୍ବାନୀ ପରିବାର ଶିବ ଶକ୍ତି ପୂଜା କରିଛନ୍ତି । ଯାହା ପରେ ମେହେନ୍ଦୀ ସମାରୋହ ଆରମ୍ଭ ହୋଇଥିଲା । ଏହି ସମୟରେ ଶିବ ପୂଜାରୁ ଅନନ୍ତ ଏବଂ ରାଧିକାଙ୍କ ପ୍ରଥମ ଝଲକ ସାମ୍ନାକୁ ଆସିଛି । ଶିବ ପୂଜାରେ ଅନନ୍ତ ଅମ୍ବାନୀ ଓ ରାଧିକା ଶାହି ଲୁକ୍ରେ ନଜର ଆସିଛନ୍ତି ।
ଚଳିତ ବର୍ଷର ହୋଇଥିବା ମ୍ୟାରେଜ୍ ମଧ୍ୟରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହା ସବୁଠାରୁ ଭିନ୍ନ ହେବାକୁ ଯାଉଛି । ଯାହ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ତେବେ ଶିବ ଶକ୍ତି ପୂଜା ପାଇଁ ରାଧିକା ଏକ ନୀଳ ରଙ୍ଗର ଭାରି ଏମ୍ବ୍ରୋଡେଡ୍ ଲେହେଙ୍ଗା ଏବଂ ସମାନ ରଙ୍ଗର ଚୋଲିରେ ଦେଖିବାକୁ ମିଳିଛନ୍ତି । ଏହା ସହ ସେ ନୀଳ ନୋକ୍ସି ପ୍ରିଣ୍ଟ୍ ସହିତ ଏକ ବେଜ କଲର ଦୁପଟ୍ଟା ପିନ୍ଧିଥିବାର ନଜର ଆସିଛନ୍ତି । ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ଶିବ ଶକ୍ତି ପୂଜାର ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସେହି ଫଟୋରେ ଅମ୍ବାନୀ ପରିବାରର ସାନ ବୋହୂ ରାଧିକା ମର୍ଚାଣ୍ଟ ଏକ ରାଜକୀୟ ସୁନାରେ ଲାଗିଥିବା ହାର, କାନଫୁଲ ଏବଂ ଚୁଡି ସହିତ ଏକ ନୀଳ ରଙ୍ଗର ଲେହେଙ୍ଗା ପିନ୍ଧିଥିବାର ନଜର ଆସିଛନ୍ତି । ସଫ୍ଟ ଟଚ୍ ଅପ୍, ସିନ୍ଦୁରର ତିଲକ ଏବଂ ପନିଟେଲ୍ ତାଙ୍କ ଲୁକକୁ ଆହୁରି ସୁନ୍ଦର କରିଛି । ଅନ୍ୟ ପଟେ ଅନନ୍ତ ଅମ୍ବାନୀ ମଧ୍ୟ ନୀଳ କଲରର କୁର୍ତ୍ତା ପାଇଜାମା ସେଟରେ ସୁନ୍ଦର ଦେଖାଯାଉଥିଲେ । ଶିବ ପୂଜା ପାଇଁ ତାଙ୍କର ଲୁକ୍ ପୂରଣ କରିବା ପାଇଁ ରୁଦ୍ରାକ୍ଷର ମାଳା ପିନ୍ଧିଥିଲେ । ତେବେ ପଣ୍ଡିତୀ ମନୋଜ ତୁଙ୍ଗରଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଏହି ଦମ୍ପତି ପରସ୍ପର ସହ ପୋଜ୍ କରୁଥିବା ଦେଖିବାକୁ ମିଳିଛି ।
ଅନନ୍ତ ଅମ୍ବାନୀଙ୍କ ହେବାକୁ ଥିବା ସ୍ତ୍ରୀ ରାଧିକା ମର୍ଚାଣ୍ଟ ହଳଦି ସମାରୋହ ପାଇଁ ଅନାମିକା ଖାନ୍ନାଙ୍କ ଦ୍ୱାରା ଡିଜାଇନ୍ ହଳଦିଆର ରଙ୍ଗର କଷ୍ଟୋମାଇଜ୍ ଶାରରା ସେଟ୍ ପିନ୍ଧିଥିଲେ । ଏହି ଡ୍ରେସ୍ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । କାହିଁକି ନା ଏହାର ଦୁପଟ୍ଟା ଫୁଲରେ ତିଆରି ହୋଇଥିଲା ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଥିଲା । ତେବେ ହଳଦି ସମାରୋହର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।