ସାଙ୍ଗ ଜାହ୍ନବୀ କପୁରଙ୍କୁ କେତେ କୋଟି ଟଙ୍କାର ଉପହାର ଦେଲେ ଅନନ୍ୟା?, ଜାଣିଲେ ହୋସ ଉଡିଯିବ

ଜାହ୍ନବୀ କପୁର ତାଙ୍କ ଷ୍ଟାଇଲ ପାଇଁ ବେଶ୍ ଚର୍ଚ୍ଚିତ। ତାଙ୍କ ଫ୍ୟାଶନ ଯେମିତି ତାଙ୍କ କଲେକ୍ସନ ମଧ୍ୟ ସେମିତି । ସେ ସବୁବେଳେ ପର୍ଫେକ୍ଟ ଲୁକରେ ନଜର ଆସିଥାନ୍ତି । ଯେଉଁଥି ପାଇଁ ସେ ଫ୍ୟାନ୍ସଙ୍କ ମନରେ ସ୍ବତନ୍ତ୍ର ସ୍ଥାନ ନେଇପାରିଛନ୍ତି । ଏବେ ଜାହ୍ନବୀ କପୁରଙ୍କ ଏକ ନୂତନ କାରକୁ ଚର୍ଚ୍ଚା ହେଉଛି । ପ୍ରକୃତରେ, ଜାହ୍ନବୀ କପୁରଙ୍କ ଜଣେ ଖାସ ବନ୍ଧୁ ତାଙ୍କୁ ଦାମିକିଆ କାର ଉପହାର ଦେଇଛନ୍ତି ବୋଲି ଶୁଣିବାକୁ ମିଳୁଛି ।
ସୂଚନା ଅନୁଯାୟୀ, ଜାହ୍ନବୀ କପୁରଙ୍କୁ ତାଙ୍କ ବନ୍ଧୁ ଅନନ୍ୟା ବିର୍ଲା ଏକ ଭାଓଲେଟ ଲାମ୍ବୋର୍ଗିନୀ ହୁରାକାନ ଇଭୋ ସ୍ପାଇଡର କାର୍ ଉପହାର ଦେଇଛନ୍ତି। ଏହି କାର ବ୍ୟତୀତ ଆଉ ଏକ ବଡ଼ ଉପହାରର ବାକ୍ସ ମଧ୍ୟ ଆସିଥିଲା । ଯାହା ଉପରେ ଅନନ୍ୟା ବିର୍ଲାଙ୍କ ନାମ ଲେଖାଯାଇଥିଲା । ଉପହାରରେ ମିଳିଥିବା କାରର ମୂଲ୍ୟ ୪.୯୯ କୋଟି ଟଙ୍କାବୋଲି କୌଣସି ଏକ ରିପୋର୍ଟରୁ ଖବର ମିଳିଛି । କାର ସମ୍ପର୍କରେ ସୋସିଆଲ ମିଡିଆରେ ବର୍ତ୍ତମାନ ଜୋର ଧରିଛି ।
ସୂଚନାଯୋଗ୍ୟ, ଜାହ୍ନବୀ କପୁରଙ୍କ କାର ସଂଗ୍ରହ ବିଷୟରେ କହିବାକୁ ଗଲେ, ଏଥିରେ ଟୟୋଟା ଲେକ୍ସସ୍ (୨.୫ କୋଟି ଟଙ୍କା), ମର୍ସିଡିଜ୍ GLE 250D (୬୭.୧୫ ଲକ୍ଷ ଟଙ୍କା), BMW X5 (୯୫.୯୦ ଲକ୍ଷ ଟଙ୍କା), ମର୍ସିଡିଜ୍ ବେଞ୍ଜ S-କ୍ଲାସ୍ (୧.୬୨ କୋଟି ଟଙ୍କା) ଅନ୍ତର୍ଭୁକ୍ତ।
ଅନ୍ୟପକ୍ଷରେ ତାଙ୍କ କ୍ୟାରିୟରରେ ସଫଳତା ସହିତ ଆଗକୁ ବଢିଚାଲିଛନ୍ତି । ଜାହ୍ନବୀ କପୁର ୨୦୧୮ରେ ଫିଲ୍ମ “ଧଡକ” ମାଧ୍ୟମରେ ଡେବ୍ୟୁ କରିଥିଲେ। ଫିଲ୍ମରେ ତାଙ୍କୁ ବହୁତ ଦର୍ଶକ ପସନ୍ଦ କରିଥିଲେ। ପରେ ପରେ ପୁଣି ତାଙ୍କୁ ଘୋଷ୍ଟ ଷ୍ଟୋରିଜରେ ଦେଖିବାକୁ ମିଳିଥିଲା । ଶେଷ ଥର ପାଇଁ ଦେବରା ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା । ଆଗାମୀ ଦିନ ପାଇଁ ତାଙ୍କ ହାତରେ ତିନୋଟି ଫିଲ୍ମ ରହିଛି । ତିନୋଟି ଫିଲ୍ମର ସୁଟିଂ ଆରମ୍ଭ ହୋଇଛି ।
Also Read : Celebrity Masterchef ର ୱିନର ହେଲେ ଗୌରବ ଖାନ୍ନା, ଚମକଦାର ଟ୍ରଫି ସହିତ ଜିତିଲେ ଏତେ ଟଙ୍କା