ଡେଙ୍ଗା ଦେଖାଯିବାରୁ ଟ୍ରୋଲ ହେଲେ ଅନନ୍ୟା ପାଣ୍ଡେ, ଲୋକେ କହିଲେ- ବୁର୍ଜ ଖଲିଫାର ସାନ ଭଉଣୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଚଙ୍କି ପାଣ୍ଡେଙ୍କ ଲାଡ୍‌ଲୀ ଅନନ୍ୟା ପାଣ୍ଡେ ସୋସିଆଲ୍‌ ମିଡିଆରେ ଖୁବ୍‌ ଟ୍ରୋଲ୍‌ ହେଉଛନ୍ତି। ନିକଟରେ ଅନନ୍ୟାଙ୍କୁ ଫିଲ୍ମ ‘ଲାଇଗର’ରେ ଦେଖିବାକୁ ମିଳିଥିଲା, ଯାହା ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ଏବେ ଏକ ନୂଆ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି ଅନନ୍ୟା। ଅନନ୍ୟାଙ୍କ ଏକ ଫଟୋ ଏବଂ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି, ଯାହା ପରେ ତାଙ୍କୁ ଟ୍ରୋଲ୍‌ କରାଯାଉଛି।

ନିକଟରେ ଅନନ୍ୟା ଏକ ଇଭେଣ୍ଟରେ ଯୋଗ ଦେବାକୁ ଯାଇ ସେଠାରେ ଅଦ୍ଭୁତ ଅଭିନୟ କରିଥିଲେ। ଏହି ଭିଡିଓରେ ଅନନ୍ୟା ଅତ୍ୟଧିକ ଉଚ୍ଚା ଦେଖାଯାଉଛନ୍ତି। ଉଚ୍ଚା ହେବାର କାରଣ ହେଉଛି ତାଙ୍କର ହାଇହିଲ୍‌। ସେ ଏକ କଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ ହାଇ ହିଲ୍‌ ପିନ୍ଧିଛନ୍ତି। ପ୍ରଶଂସକମାନେ ଗୋଟେ ପଟେ ତାଙ୍କ ଲୁକ୍‌କୁ ପସନ୍ଦ କରୁଥିବା ବେଳେ ଅନ୍ୟ ପଟେ କିଛି ଫ୍ୟାନ୍ସ ତାଙ୍କୁ ଜବରଦସ୍ତ ଟ୍ରୋଲ୍‌ କରିଥିଲେ।

 

View this post on Instagram

 

A post shared by F I L M Y G Y A N (@filmygyan)

ସୋସିଆଲ୍‌ ମିଡିଆରେ ଜଣେ ୟୁଜର୍ସ ଲେଖିଛନ୍ତି ‘ଆଜି ଦୁଗଲ୍‌ ସାହେବ ଏୟାରଟେଲର ଦୁର୍ଗରେ ପରିଣତ ହୋଇଛନ୍ତିି’। ଅନ୍ୟ ଜଣେ ଲେଖିଛନ୍ତି ସେ ହିଲ୍‌ ପିନ୍ଧି ବହୁତ ଷ୍ଟ୍ରଗଲ କରୁଛନ୍ତି। ଆଉ ଜଣେ ଲେଖିଛନ୍ତି, ଅନନ୍ୟା ଏକ ‘ସର୍କସ୍‌ର ଜୋକର’ ପରି ଦେଖାଯାଉଛନ୍ତି। କେବଳ ଏତିକି ନୁହେଁ, ଆଉ ଜଣେ ୟୁଜର୍ସ ଅନନ୍ୟା ପାଣ୍ଡେଙ୍କୁ ବୁର୍ଜ ଖଲିଫାର ସାନ ଭଉଣୀ ବୋଲି ମଧ୍ୟ କହିଛନ୍ତି।

Ananya

ଏହି ଭିଡିଓକୁ ସେଲିବ୍ରିଟି ଫଟୋଗ୍ରାଫର ବିରଳ ଭାୟାନୀ ସେୟାର କରିଛନ୍ତି। ତେବେ ପ୍ରଥମ ଥର ନୁହେଁ, ଏପରି ବହୁଥର ଟ୍ରୋଲର ଶିକାର ହୋଇଛନ୍ତି ଅନନ୍ୟା। ଅନନ୍ୟାଙ୍କୁ ଫିଲ୍ମ ‘ଲାଇଗର’ରେ ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ଦେଖିବାକୁ ମିଳିଥିଲା। ଅନନ୍ୟା ଖୁବ ଶୀଘ୍ର ଆୟୁଷ୍ମାନ ଖୁରାନାଙ୍କ ସହ ଫିଲ୍ମ ‘ଡ୍ରିମ୍‌ ଗାର୍ଲ -୨’ରେ ନଜର ଆସିବେ ବୋଲି ଜଣାଯାଇଛି।

Also Read: ଦୁନିଆରେ ୨୫% ମୁସଲମାନ ଅଛନ୍ତି, କିନ୍ତୁ ଟିଭି ଶୋ’ରେ ମାତ୍ର ୧% ହିଁ କାମ କରୁଛନ୍ତି: ମଲାଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.