ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଆଜିକାଲି ନିଜ ପର୍ସନାଲ୍ ତଥା ପ୍ରଫେସନାଲ୍ ଲାଇଫ ପାଇଁ ଲାଇମ୍ ଲାଇଟ୍ରେ ଅଛନ୍ତି । ନିକଟରେ ଆଦିତ୍ୟ ରାୟ କପୁରଙ୍କ ସହ ଅନନ୍ୟା ପାଣ୍ଡେଙ୍କ ବ୍ରେକଅପ୍ ଖବର ବାହାରିଥିଲା, ଯାହା ପରେ ସେ ଖୁବ୍ ଚର୍ଚ୍ଚାରେ ଥିଲେ । ତେବେ ବର୍ତ୍ତମାନ, ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଜିମ୍ ଭିଡିଓ ଏବଂ ଫଟୋ ଯୋଗୁଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଯେଉଁଥିରେ ଫ୍ୟାନ୍ସମାନେ ଅନନ୍ୟାଙ୍କୁ ୧୨୦ କେଜି ଓଜନ ଉଠାଉଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏଥି ସହିତ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି । ଚଙ୍କି ପାଣ୍ଡେଙ୍କ ଲାଡ଼ଲି ଅନନ୍ୟା ପାଣ୍ଡେ ୨୦୧୯ରେ ‘ଷ୍ଟୁଡେଣ୍ଟ ଅଫ୍ ଦି ଇୟର 2’ ରେ ଅଭିନୟ ଆରମ୍ଭ କରିଥିଲେ, ଯେଉଁଥିରେ ଟାଇଗର ଶ୍ରଫ ଏବଂ ତାରା ସୂତରିଆ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ଅଭିନେତ୍ରୀ କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଭୁମି ପେଡନେକରଙ୍କ ଫିଲ୍ମ ‘ପତି ପତ୍ନୀ ଔର ବୋ’ରୁ ଖୁବ ଫେମସ ହୋଇଥିଲେ ଯାହା ବକ୍ସ ଅଫିସରେ ସୁପରହିଟ୍ ହୋଇଥିଲା ।
ଅନନ୍ୟା ସୋସିଆଲ ମିଡିଆରେ ବହୁତ ଆକ୍ଚିଭ୍ ଏବଂ ସେ ନିଜ ଫ୍ୟାନ୍ସଙ୍କ ସହ ତାଙ୍କ ଜୀବନର ପ୍ରତ୍ୟେକ ଛୋଟ ଏବଂ ବଡ ଅପଡେଟ୍ ସେୟାର କରନ୍ତି । ଏଭଳି ପରିସ୍ଥିତିରେ ସେ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଜିମ୍ ୱାର୍କଆଉଟ୍ କରୁଥିବା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ୧୨୦ କିଲୋଗ୍ରାମ ଓଜନ ଉଠାଉଥିବାର ନଜର ଆସିଛନ୍ତି । ଏହା ଦେଖି ଲୋକମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି କାରଣ ଜଣେ ଝିଅ ଏତେ ଓଜନ ଉଠାଇବା ସହଜ କଥା ନୁହେଁ । ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନିଜ ଲଭ୍ ଲାଇଫ ଯୋଗୁଁ ମଧ୍ୟ ଦୀର୍ଘ ଦିନ ଧରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ଏସବୁ ମଧ୍ୟରେ ଅଭିନେତ୍ରୀଙ୍କ ଏହି ଭିଡିଓ ଲୋକଙ୍କୁ ପ୍ରଶଂସା କରିବାକୁ ବାଧ୍ୟ କରିଛି । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଅନନ୍ୟା ଖୁବ୍ ଶୀଘ୍ର ବିକ୍ରମାଦିତ୍ୟ ମୋଟୱାନି ଏବଂ ଅବିନାଶ ସମପଥଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ଏକ ଥ୍ରୀଲର ଫିଲ୍ମ ‘CTRL’ ରେ ଏକ ଦମଦାର ଚରିତ୍ରରେ ନଜର ଆସିବେ, ଯେଉଁଥିପାଇଁ ସେ ଜିମରେ ବହୁତ କଷ୍ଟ କରୁଛନ୍ତି । କେବଳ ଏତିକି ନୁହେଁ, ସେ ‘ଶଙ୍କରା’ ଏବଂ ୱେବ୍ ସିରିଜ୍ ‘କଲ୍ ମି ବାଏ’ରେ ମଧ୍ୟ ଦେଖିବାକୁ ମିଳିବେ ।