ହାଉସଫୁଲ-୪ରେ ନାନାଙ୍କ ସ୍ଥାନରେ ନଜର ଆସିପାରନ୍ତି ଅନିଲ କପୁର ?

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଗମ୍ଭୀର ଆରୋପରେ ଫସି ରହିଥିବା ଅଭିନେତା ନାନା ପାଟେକରଙ୍କୁ ପୁଣି ସାମ୍ନା କରିବାକୁ ପଡ଼ିଛି ଏକ ବଡ଼ ଝଟକା। ତାଙ୍କ ହାତରୁ ଚାଲିଯାଇଛି ଆଗାମୀ ଫିଲ୍ମ ହାଉସଫୁଲ-୪। ନାନା ଏହା କହି ପିଲ୍ମରୁ ନିଜକୁ ଦୂର କରିଛନ୍ତି କି, ସେ ତାଙ୍କ ପାଇଁ ଆଉ କାହାକୁ ଅସୁବିଧାରେ ପକାଇବାକୁ ଚାହୁଁନାହାନ୍ତି।

ତେବେ ନାନାଙ୍କ ପିଲ୍ମକୁ ବାଏ ବାଏ କରିବା ପରେ ତାଙ୍କ ଚରିତ୍ରରେ କିଏ ନଜର ଆସିବେ ସେ ନେଇ ବିଭିନ୍ନ ପ୍ରକାରର ଆକଳନ କରାଯାଉଥିଲା। ତେବେ ମିଳିଥିବା ସୂଚନା ଅନୁଯାୟୀ ତାଙ୍କ ସ୍ଥାନରେ ଝକାସ ଅଭିନେତା ଅନିଲ କପୁର ଅଭିନୟ କରିପାରନ୍ତି। ତେବେ ଏଥିରେ ଅନ୍ଯ ଏକ ନାମ ରହିଛି ସଞ୍ଜୟ ଦତ୍ତ ଓରଫ ସଞ୍ଜୁ ବାବାଙ୍କର। ନାନା ଜୟସେଲମେରରେ ୬ଦିନର ଶୁଟିଂ କରିସାରିଥିଲା । ଯାହା ବର୍ତ୍ତମାନ ସପୂର୍ଣ୍ଣ ଭାବେ ବେକାର ହୋଇଗଲା।

sanjaya

ଅଦସାଚରଣ କରିଥିବା ନେଇ ନାନା ପାଟେକରଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ତନୁଶ୍ରୀ ଦତ୍ତା । ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ନିର୍ଦ୍ଦେଶକ, ପ୍ରଯୋଜକ ଓ କୋରିଓଗ୍ରାଫରଙ୍କ ବିରୋଧରେ ମଧ୍ୟ ସେ ମାମଲା ରୁଜୁ କରିଛନ୍ତି । ପୋଲିସ କହିଛି, ୧୦ ବର୍ଷ ତଳର ଘଟଣାର ଯାଞ୍ଚ କରାଯିବ । ଏହା ପରେ କୌଣସି ନିଷ୍ପତ୍ତି ନିଆଯିବ । ନାନା ପାଟେକର ଏପରି ଅଭିଯୋଗକୁ ପୁଣି ଥରେ ଖଣ୍ଡନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.