ଏହି ସାଂଘାତିକ ରୋଗ ସହ ଲଢ଼ୁଛନ୍ତି ଅନୀଲ କପୁର, ଜର୍ମାନୀରେ ଚାଲିଛି ଚିକିତ୍ସା

ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତା ଅନୀଲ କପୁରଙ୍କୁ ଦମ୍‌ଦାର ଅଭିନୟ ପାଇଁ ସମସ୍ତେ ପସନ୍ଦ କରିଥାନ୍ତି। ଅନୀଲ କପୁର ମଧ୍ୟ ନିଜ ଫ୍ୟାନ୍‌ଙ୍କୁ ସବୁବେଳେ ସୋସିଆଲ ମିଡିଆ ଜରିଆରେ ନିଜ ଅପ୍‌ଡେଟ୍‌ ଦେଇଥାନ୍ତି। କେତେ ବେଳେ ଫଟୋ ସେୟାର କରି ତ ଆଉ କେବେ ଭିଡିଓ ସେୟାର କରି ଫ୍ୟାନ୍‌ଙ୍କ ସହ ଯୋଡ଼ି ହୋଇ ରହିଛନ୍ତି ଏହି ମିଷ୍ଟର ଇଣ୍ଡିଆ। ତେବେ ନିକଟରେ ଅନୀଲ କପୁର ସୋସିଆଲ ମିଡିଆରେ ଏକ ଭିନ୍ନଧରଣର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଜର୍ମାନୀର ରାସ୍ତାରେ ଚାଲୁଥିବା ଦେଖାଯାଇଛି।

ଭିଡିଓର କ୍ୟାପ୍‌ସନ୍‌ରେ ସେ ରାସ୍ତାରେ ଚାଲୁଥିବା କାରଣ ଲେଖିଛନ୍ତି। ଅନୀଲ ଲେଖିଛନ୍ତି, ସେ ଏକ ରୋଗର ଚିକିତ୍ସା ପାଇଁ ଜର୍ମାନୀ ଯାଇଛନ୍ତି। ସୂଚନାନୁଯାୟୀ, ଅନୀଲ କପୁର ଦୀର୍ଘ ୧୦ ବର୍ଷ ହେଲା ଅକିଲିସ୍‌ ଟେଣ୍ଡନ୍‌ ଇନ୍‌ଜୁରୀ (Achilles Tendon) ସହ ଯୁଝୁଛନ୍ତି। ତେବେ ବର୍ତ୍ତମାନ ସେ ଏହି ରୋଗକୁ ହରାଇ ସାରିଛନ୍ତି। ଏହି ରୋଗ ହେଲେ ବ୍ୟକ୍ତିଙ୍କ ତଳି ପାଦରେ ପ୍ରବଳ ଯନ୍ତ୍ରଣା ହୁଏ, ଫଳରେ ଚଲାବୁଲା କରିବା ଅସମ୍ଭବ ହୋଇପଡ଼େ। ଏଭଳି ସମସ୍ୟା ହେଲେ ସର୍ଜରୀ କରିବାକୁ ପଡ଼ିପାରେ। କିନ୍ତୁ ଅନୀଲ କପୁର ବିନା ଅସ୍ତ୍ରୋପଚାରରେ ଏହି ରୋଗକୁ ହରାଇ ଦେଇଛନ୍ତି।

 

View this post on Instagram

 

A post shared by anilskapoor (@anilskapoor)

ଗତ କିଛି ଦିନ ହେଲା ଅନୀଲ କପୁର ଏହି ରୋଗରେ ପୀଡ଼ିତ ଥିଲେ। ସବୁ ଡାକ୍ତର ତାଙ୍କୁ ଅପରେସନ୍‌ କରିବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଡାକ୍ତର ମୁଲର ତାଙ୍କୁ ଗାଇଡ୍‌ କରିଥିଲେ ଓ ତାଙ୍କ ସାହାଯ୍ୟ ପାଇ ବିନା ଅପରେସନ୍‌ରେ ହିଁ ଅନୀଲ ଏବେ ସୁସ୍ଥ ହୋଇଛନ୍ତି। ନିଜ ପୋଷ୍ଟରେ ଏହି କଥା ସେୟାର କରିଛନ୍ତି ମିଷ୍ଟର ଏଭରଗ୍ରୀନ୍‌। ଏଥିସହ ସେ କହିଛନ୍ତି ଯେ ଡା.ମୁଲରଙ୍କ ଯାଦୁ ସ୍ପର୍ଶରେ ସେ ଆଜି ସମ୍ପୂର୍ଣ୍ଣ ସୁସ୍ଥ। ଏଣୁ ସେ ତାଙ୍କ ନିକଟରେ କୃତଜ୍ଞ।

ଅନୀଲ କପୁରଙ୍କ ଏହି ଭିଡିଓରେ ତାଙ୍କର ଶତାଧିକ ଫ୍ୟାନ୍‌ଙ୍କ ସମେତ ନୀତୁ କପୁର ଓ ପତ୍ନୀ ସୁନିତା କପୁର ମଧ୍ୟ କମେଣ୍ଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.