କପୁର ପରିବାରରେ ପୁଣି ଆଜି ବାଜିବ ଶାହାନାଇ, ବଏଫ୍ରେଣ୍ଡକୁ ବିବାହ କରିବେ ରିୟା

ବଲିଉଡ ଫ୍ଯାନଙ୍କ ପାଇଁ ଖୁସି ଖବର। କପୁର ପରିବାରରେ ପୁଣି ଆଜି ବାଜିବ ଶାହାନାଇ। ଅନିଲ କପୁରଙ୍କ ଝିଅ ତଥା ସୋନମ କପୁରଙ୍କ ଭଉଣୀ ରିୟା କପୁର ପ୍ରେମିକ କରନ ବୁଲାନିଙ୍କୁ ଆଜି ବିବାହ କରିବାକୁ ଯାଉଛନ୍ତି। ସୋନମ କପୁରଙ୍କ ପରେ ଏବେ ତାଙ୍କ ଭଉଣୀ ରିୟା କପୁର ମଧ୍ୟ ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି । ରିୟା ଦୀର୍ଘ ଦିନ ଧରି କରଣ ବୁଲାନିଙ୍କୁ ଡେଟ କରୁଥିଲେ। ଉଭୟ ପ୍ରାୟ ୧୩ ବର୍ଷ ଧରି ରିଲେସନ୍‌ସିପ୍‌ରେ ଅଛନ୍ତି ।

ରିପୋର୍ଟ ଅନୁଯାୟୀ, ରିୟା କପୁର କରଣ ବୁଲାନୀଙ୍କ ବିବାହ କାର୍ଯ୍ୟକ୍ରମ ପ୍ରାୟ ଦୁଇ-ତିନି ଦିନ ଧରି ଚାଲିବ। ଯେଉଁଥିରେ କିଛି ଜଣାଶୁଣା ବ୍ୟକ୍ତି ଯୋଗ ଦେବାର କାର୍ଯ୍ଯକ୍ରମ ରହିଛି। ରିୟା କପୁର ତାଙ୍କ ଜୁହୁ ବଙ୍ଗଳାରେ ପ୍ରେମିକ କରଣ ବୁଲାନୀଙ୍କ ସହ ଆବଦ୍ଧ ହେବେ। ଯେଉଁଥିରେ ପରିବାର ଏବଂ ସାଙ୍ଗମାନଙ୍କ ବ୍ୟତୀତ କେବଳ ଅଳ୍ପ କେତେକ ଅତି ଘନିଷ୍ଠ ବ୍ୟକ୍ତି ଏଥିରେ ସାମିଲ ହେବେ । ରିୟା ଏବଂ କରନ ନିଜ ପ୍ରେମ ବିଷୟରେ ସୋସିଆଲ ମିଡିଆରେ ସେୟାର କରୁଥିଲେ।

 

View this post on Instagram

 

A post shared by Karan Boolani (@karanboolani)

ସୂଚନାଯୋଗ୍ଯ, କରନ ବୁଲାନି ଜଣେ ଫିଲ୍ମ ନିର୍ମାତା। ଏପର୍ଯ୍ଯନ୍ତ କରନ ୫୦୦ରୁ ଅଧିକ ବିଜ୍ଞାପନ କରିଛନ୍ତି। ଏହାସହିତ ଆୟଶା ଏବଂ ୱେକ୍ ଅଫ୍ ସିଦ୍ ଭଳି ଫିଲ୍ମରେ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.