୩୬ ଦିନ ପରେ ବି କରୋନା ସହ ଲଢ଼େଇ କରୁଛନ୍ତି ଟିଭି ଆକ୍ଟର ଅନିରୁଦ୍ଧ, ସେଲ୍ଫି ସେୟାର କରି କହିଲେ ମନର କଥା

ଟିଭି ଅଭିନେତା ଅନିରୁଦ୍ଧ ଦବେଙ୍କ କରୋନା ସହ ଲଢ଼େଇ ଏବେ ଯାଏଁ ସରିନାହିଁ। ସେ ଗତ ୩୬ ଦିନ ହେଲା କରୋନା ଭାଇରସ ସହ ଜୀବନ ବଞ୍ଚାଇବାକୁ ଯୁଦ୍ଧ କରୁଛନ୍ତି। ଅନିରୁଦ୍ଧ କରୋନା ସଂକ୍ରମିତ ହୋଇଥିବା ନେଇ ତାଙ୍କ ପତ୍ନୀ ଶୁଭି ଆହୁଜା ସୂଚନା ଦେଇଥିଲେ। ସ୍ୱାମୀଙ୍କ ଅବସ୍ଥା ଗୁରୁତର ଥିବା କହିଥିଲେ ଶୁଭି।

ଏବେ ଅନିରୁଦ୍ଧ ପୂର୍ବାପେକ୍ଷା ସୁସ୍ଥ ହୋଇଥିଲେ ବି ସମ୍ପୂର୍ଣ୍ଣ ଠିକ ହୋଇନାହାନ୍ତି। ନିକଟରେ ସେ ହସ୍ପିଟାଲରୁ ନିଜର ଏକ ଫଟୋ ସେୟାର କରି ଅପଡେଟ୍ ଦେଇଛନ୍ତି। ଅନିରୁଦ୍ଧ ଲେଖିଛନ୍ତି, ‘୩୬ ଦିନ ହେଲାଣି ତଥାପି ଲଢ଼େଇ ଜାରି ରହିଛି, ଅକ୍ସିଜେନ ଅନ ଅଛି। କିନ୍ତୁ ହଁ, ଫୁସଫୁସର ରିକଭରି ହେଉଛି’।


ଏହି ପୋଷ୍ଟରେ ଅନିରୁଦ୍ଧ ଫ୍ୟାନଙ୍କ ଆଶୀର୍ବାଦ କାମନା କରିଛନ୍ତି। ସୂଚନାଯୋଗ୍ୟ ଯେ ଅନିରୁଦ୍ଧ ପଟିୟାଲା ୱେବ ସିରିଜ ସମେତ ଏକାଧିକ ହିନ୍ଦୀ ସିରିୟଲରେ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.