ଘୁଞ୍ଚିଯିବ ଅଙ୍କିତା-ଭିକ୍କିଙ୍କ ବିବାହ! ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ, ଆରାମ କରିବାକୁ ଡାକ୍ତରଙ୍କ ପରାମର୍ଶ

ବଲିଉଡ୍‌ ତଥା ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆସନ୍ତା ସପ୍ତାହ ଅର୍ଥାତ୍‌ ୧୪ ଡିସେମ୍ବରରେ ଭିକ୍କି ଜୈନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। କପଲ୍‌ଙ୍କ ବିବାହର ରୀତିନୀତି ମଧ୍ୟ ଆରମ୍ଭ ହୋଇ ଯାଇଛି, ହେଲେ ଏହାରି ଭିତରେ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖବର ରହିଛି କି, ବିବାହ ଆଉ ମାତ୍ର କିଛି ଦିନ ଥିବା ବେଳେ ଅଙ୍କିତା ସବଅର୍ବନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରିପୋର୍ଟ ଅନୁସାରେ, ଅଙ୍କିତା ଲୋଖଣ୍ଡେଙ୍କ ଗୋଡ଼ ମକଚି ହୋଇ ଯାଇଥିଲା, ଯେଉଁ କାରଣରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ଅଣା ଯାଇଥିଲା।

ଅଙ୍କିତାଙ୍କୁ ଡାକ୍ତର ଯଥେଷ୍ଟ ବେଡ୍‌ ରେଷ୍ଟ୍‍ କରିବାକୁ ପରାମର୍ଶ ଦେଇଛନ୍ତି। ଫ୍ୟାନ୍‌ମାନଙ୍କ ପାଇଁ ଆଶ୍ୱସ୍ତୀକର ଖବର ଯେ ବର୍ତ୍ତମାନ ଅଙ୍କିତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯାଇଛି ଏବଂ ସେ ଏବେ ନିଜ ଘରେ ଆରାମ କରୁଛନ୍ତି। କହି ରଖୁଛୁ, କିଛି ଦିନ ହେବ ଅଙ୍କିତା ଲୋଖଣ୍ଡେଙ୍କ ବିବାହର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେ ମରାଠି ରୀତିନୀତି ଅନୁସାରେ ବୟଫ୍ରେଣ୍ଡ ଭିକ୍କିଙ୍କ ସହିତ ନିର୍ବନ୍ଧ କରିଛନ୍ତି। ଏହା ବ୍ୟତୀତ ଅଙ୍କିତା ନିକଟରେ ନିଜ ସାଙ୍ଗମାନଙ୍କୁ ବ୍ୟାଚେଲର ପାର୍ଟି ମଧ୍ୟ ଦେଇଥିଲେ, ଯେଉଁଥିରେ ସୃଷ୍ଟି ରୋଡେ, ଅମୃତା ଖାନଓ୍ଵଲ୍‌କର, ମୃଣାଳ ଠାକୁର, ରଶ୍ମି ଦେସାଇଙ୍କ ସମେତ ଅଭିନେତ୍ରୀଙ୍କର ଘନିଷ୍ଠ ବନ୍ଧୁମାନେ ସାମିଲ ହୋଇଥିଲେ।

୨୦୧୮ରେ ଅଙ୍କିତା ଓ ଭିକ୍କି ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ଭିକ୍କି ପେସାରେ ଜଣେ ବିଜିନେସ୍‌ମ୍ୟାନ। ଅଙ୍କିତାଙ୍କ ସହିତ ତାଙ୍କର ବଣ୍ଡିଙ୍ଗ୍‌ ବହୁତ ଖାସ୍‌। ଦୁଇଜଣଙ୍କୁ ସୋସିଆଲ ମିଡିଆରେ ପ୍ରାୟତଃ ରୋମାଣ୍ଟିକ୍‌ ଫଟୋ ସେୟାର କରୁଥିବାର ଦେଖା ଯାଇଥାଏ। କହି ରଖୁଛୁ, କିଛି ଦିନ ତଳେ ଅଙ୍କିତା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ବୟଫ୍ରେଣ୍ଡ ଭିକ୍କି ଜୈନଙ୍କ ସହ ପ୍ରି େଓ୍ଵଡିଙ୍ଗ୍‌ର କିଛି ଫଟୋ ସେୟାର କରିଥିଲେ। ଏହି ଫଟୋରେ ଅଙ୍କିତା ଓ ଭିକ୍କିଙ୍କ ବ୍ୟତୀତ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ନଜର ଆସିଥିଲେ। ଉଭୟେ ଫଟୋରେ ବେଶ୍ ଖୁସି ନଜର ଆସୁଥିଲେ। ଅଙ୍କିତା ଭିକ୍କିଙ୍କ କୋଳରେ ବସିଥିଲେ। ନିଜ ପ୍ରି େଓ୍ଵଡିଙ୍ଗ୍‌ରେ ଅଙ୍କିତା ଲୋଖଣ୍ଡେ ସବୁଜ ରଙ୍ଗର ସାଦା ଶାଢ଼ି ପିନ୍ଧିଥିଲେ।

 

View this post on Instagram

 

A post shared by Ankita Lokhande (@lokhandeankita)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.