‘ସ୍ମାର୍ଟ ଯୋଡି’ ଶୋ ବିଜେତା ହେଲେ ଅଙ୍କିତା ଓ ବିକ୍କି, ମିଳିଲା ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା
ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଟିଭି ରିଆଲିଟି ଶୋ ‘ସ୍ମାର୍ଟ ଯୋଡି’ର ବିଜେତା ହୋଇଛନ୍ତି ଅଙ୍କିତା ଲୋଖଣ୍ଡେ ଏବଂ ବିକ୍କି ଜୈନ। ଏହି ଶୋରେ ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଯୋଡିଙ୍କ କେମେଷ୍ଟ୍ରୀ ଦେଖିବାକୁ ମିଳିଥିଲା। ସେଲିବ୍ରିଟି କପଲ୍ସ ଭିନ୍ନ ଭିନ୍ନ ଅନ୍ଦାଜରେ ଫ୍ୟାନ୍ସଙ୍କ ମନ ଜିଣିଥିଲେ। ଦୁହିଁଙ୍କ ବିବାହ ଚାରିମାସ ପୂର୍ବରୁ ହୋଇଥିଲା।
ଏହି ଶୋ ଆରମ୍ଭରେ ଅଙ୍କିତା ଏବଂ ବିକ୍କିଙ୍କ ଯୋଡି ପ୍ରଥମରୁ ମଜବୁତ ଥିଲା। ଫାଇନାଲ ରାଉଣ୍ଡରେ ଅଙ୍କିତା ଏବଂ ବିକ୍କି ପ୍ରତିଦ୍ୱନ୍ଦ୍ୱୀ ବଲରାଜ ଏବଂ ଦୀପ୍ତିଙ୍କୁ ହରାଇ ଶୋ ବାଜି ମାରିନେଇଛନ୍ତି। ଏହି ଶୋ ଫେବୃଆରୀ ୨୦୨୨ରୁ ଆରମ୍ଭ ହୋଇଥିଲା। ଏଥିରେ ୧୦ ଯୋଡି ସେଲିବ୍ରିଟି କପଲ ନଜର ଆସିଥିଲେ। ଏହି ଶୋରେ ପ୍ରତି ଯୋଡିର କେମେଷ୍ଟ୍ରୀ ଏବଂ ପରଫରମାନ୍ସ ଦର୍ଶକଙ୍କ ହୃଦୟ ଜିତିନେଇଥିଲା।
ଏହି ଶୋକୁ ଜିତିଥିବା ଯୋଡିକୁ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଛି। ଏହି ଗେମ୍ରେ ଅଙ୍କିତା ଏବଂ ବିକ୍କି ପୂର୍ବରୁ ଅନେକ ଭୁଲ୍ କରିଥିଲେ କିନ୍ତୁ ପରେ ଦର୍ଶକଙ୍କ ହୃଦୟ ଜତିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। ଅଙ୍କିତା ଲୋଖଣ୍ଡେ ଟ୍ରଫି ଜିତିବା ପରେ କହିଥିଲେ, ସ୍ମାର୍ଟ ଯୋଡି ଟାଇଟଲ ଜିତିବା ପରେ ମୁଁ ବହୁତ ଖୁସି।
ଅଙ୍କିତା ଲୋଖଣ୍ଡେ ୧୪ ଡିସେମ୍ବରରେ ନିଜ ପ୍ରେମିକ ଭିକ୍କି ଜୈନଙ୍କ ସହିତ ବିବାହ କରିଥିଲେ । ବାସ୍ତବରେ, ତାଙ୍କ ସ୍ୱାମୀ ଭିକ୍କି ଜୈନ ଛତିଶଗଡର ବାସିନ୍ଦା। ସେ ବିଳାସପୁରର ଜଣେ ଜଣାଶୁଣା କୋଇଲା ବ୍ୟବସାୟୀଙ୍କ ପୁଅ। ଭିକ୍କି ନିଜେ ମଧ୍ୟ ଜଣେ ବିଜନେସ୍ମ୍ୟାନ ଏବଂ ଏହି ପରିପ୍ରେକ୍ଷୀରେ ସେ ମୁମ୍ବାଇ ଯିବା ଆସିବା କରି ଥାଆନ୍ତି। ଏହାରି ଭିତରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ତାଙ୍କର ଭେଟ ଅଙ୍କିତା ଲୋଖଣ୍ଡେଙ୍କ ସହିତ ହୋଇଥିଲା। ପ୍ରଥମେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ପରେ ସେମାନେ ପ୍ରେମରେ ପଡ଼ିଥିଲେ। ପାଖାପାଖି ୩ ବର୍ଷ ପରେ ଦୁହେଁ ବିବାହ କରିଛନ୍ତି।
ବିବାହ ପରେ ଏହି ଦମ୍ପତି ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ଅଙ୍କିତା ଓ ଭିକ୍କିଙ୍କର ସମସ୍ତ ସାଙ୍ଗ ସାମିଲ ହୋଇଥିଲେ। ଦମ୍ପତିଙ୍କର ବିବାହ କେତେ ଚମତ୍କାର ରହିଥିବ, ତାହା ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସେମାନଙ୍କ ବିବାହର ଫଟୋଗୁଡ଼ିକରୁ ହିଁ ଅନୁମାନ ଲଗାଯାଇ ପାରିବ। ଅଙ୍କିତା ଓ ଭିକ୍କି ୨୦୧୮ ମସିହାରୁ ହିଁ ପରସ୍ପରକୁ ଜାଣିଛନ୍ତି। ଏବେ ଖବର ଆସିଛି ଯେ ଭିକ୍କି ଜୈନ ନିଜ ସ୍ତ୍ରୀ ଅଙ୍କିତାଙ୍କୁ ମାଳଦ୍ୱୀପରେ ଏକ ବିଳାସପୂର୍ଣ୍ଣ ଭିଲ୍ଲା ଉପହାର ଦେଇଛନ୍ତି