ଛତିଶଗଡ଼ର ବୋହୂ ହେଲେ ଅଙ୍କିତା ଲୋଖଣ୍ଡେ, ପ୍ରେମିକ ଭିକ୍କି ଜୈନଙ୍କୁ କଲେ ଜୀବନସାଥୀ; ସୋସିଆଲ ମିଡିଆରେ ଛାଇଗଲା ଫଟୋ

ଟିଭିରୁ ନେଇ ବଲିଉଡ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ୧୪ ଡିସେମ୍ବରରେ ନିଜ ପ୍ରେମିକ ଭିକ୍କି ଜୈନଙ୍କ ସହିତ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ସେ ଏବେ ଛତିଶଗଡର ବୋହୂ ହୋଇଛନ୍ତି। ବାସ୍ତବରେ, ତାଙ୍କ ସ୍ୱାମୀ ଭିକ୍କି ଜୈନ ଛତିଶଗଡର ବାସିନ୍ଦା। ସେ ବିଳାସପୁରର ଜଣେ ଜଣାଶୁଣା କୋଇଲା ବ୍ୟବସାୟୀଙ୍କ ପୁଅ। ଭିକ୍କି ନିଜେ ମଧ୍ୟ ଜଣେ ବିଜନେସ୍‌ମ୍ୟାନ ଏବଂ ଏହି ପରିପ୍ରେକ୍ଷୀରେ ସେ ମୁମ୍ବାଇ ଯିବା ଆସିବା କରି ଥାଆନ୍ତି। ଏହାରି ଭିତରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ତାଙ୍କର ଭେଟ ଅଙ୍କିତା ଲୋଖଣ୍ଡେଙ୍କ ସହିତ ହୋଇଥିଲା। ପ୍ରଥମେ ସେମାନଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ପରେ ସେମାନେ ପ୍ରେମରେ ପଡ଼ିଥିଲେ। ପାଖାପାଖି ୩ ବର୍ଷ ପରେ ଦୁହେଁ ବିବାହ କରିଛନ୍ତି।

ଗତ ସୋମବାର ଦୁଇ ଜଣଙ୍କର ନିର୍ବନ୍ଧ ହୋଇଥିଲା ଏବଂ ଏହାପରେ ହଳଦୀ ରୀତିନୀତି ମଧ୍ୟ ପାଳନ କରାଯାଇଥିଲା। ଏହି ସବୁ ରୀତିନୀତି ସମୟରେ ଅଙ୍କିତା ଲୋଖଣ୍ଡେ ବହୁତ ସୁନ୍ଦର ଦେଖା ଯାଉଥିଲେ। ତାଙ୍କର ଫଟୋ ସୋସିଆଲ ମିଡିଆରେ ପୂରା ଛାଇ ଯାଇଥିଲା। କହି ରଖୁଛୁ କି, ତାଙ୍କ ବିବାହରେ ସାମିଲ ହେବା ପାଇଁ ବିଳାସପୁର ବିଧାୟକ ଶୈଳେଶ ପାଣ୍ଡେ ମଧ୍ୟ ପହଞ୍ଚିଥିଲେ।

ମଧ୍ୟ ପ୍ରଦେଶର ଅଙ୍କିତା ଲୋଖଣ୍ଡେ

ଅଙ୍କିତା ମଧ୍ୟ ପ୍ରଦେଶରେ ରୁହନ୍ତି। ତାଙ୍କ ଜନ୍ମ ଇନ୍ଦୋରରେ ହୋଇଥିଲା, ସେ ନିଜ ମାଆ, ବାପାଙ୍କ ସହିତ ଇନ୍ଦୋରର ନାରାୟଣବାଗ ଅଞ୍ଚଳରେ ରହୁଥିଲେ, ଯେଉଁଠି ଆଜି ମଧ୍ୟ ତାଙ୍କର ଘର ଅଛି। ସହରର କେସର ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ତାଙ୍କର ଫ୍ଲାଟ ରହିଛି। ପୂର୍ବରୁ ତାଙ୍କ ମାଆ, ବାପା ଯେଉଁଠି ରହୁଥିଲେ, ସେଠୁ ସେମାନେ ଚାଲି ଆସି ଅନେକ ବର୍ଷ ହେବ ଅଙ୍କିତାଙ୍କ ସହ ମୁମ୍ବାଇରେ ରହିବାକୁ ଲାଗିଥିଲେ। ଅଙ୍କିତା ଲୋଖଣ୍ଡେ ନିଜ କ୍ୟାରିୟରର ଆରମ୍ଭ ‘ପବିତ୍ର ରିସ୍ତା’ ସିରିଏଲରୁ କରିଥିଲେ। ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କର ଯୋଡ଼ିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଏବଂ ତାଙ୍କର ଅଭିନୟକୁ ମଧ୍ୟ ଖୁବ୍‌ ପସନ୍ଦ କରାଯାଇଥିଲା। ଏହାପରେ ସେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ରେ ସୁଯୋଗ ପାଇ ଜଣେ ଶକ୍ତିଶାଳୀ ମହିଳା ଚରିତ୍ରରେ ନିଖୁଣ ଅଭିନୟ କରିଥିଲେ।

ନିର୍ବନ୍ଧରେ ବହୁତ ସୁନ୍ଦର ଦେଖା ଯାଉଥିଲେ କପଲ

ନିର୍ବନ୍ଧରେ ଅଙ୍କିତା ଲୋଖଣ୍ଡେ କଳା ଶିମ୍‌ରୀ ଡ୍ରେସରେ ବହୁତ ସୁନ୍ଦର ଦେଖା ଯାଉଥିଲେ। ଏଥିରେ ସେ ମ୍ୟାଚିଙ୍ଗ୍ କାନଫୁଲ ପିନ୍ଧିଥିବାର ନଜର ଆସିଥିଲେ। ଏହା ସହିତ ସେ ନିଜର କେଶକୁ ଖୋଲା ରଖିଥିଲେ, ଯାହାକି ତାଙ୍କ ଲୁକ୍‌କୁ ସମ୍ପୂର୍ଣ୍ଣ କରିଥିଲା। ସେପଟେ ଭିକ୍କି ଟର୍ଟଲନେକ ଟି-ଶାର୍ଟ ଏବଂ ମ୍ୟାଚିଙ୍ଗ୍ ପ୍ୟାଣ୍ଟ ପିନ୍ଧିଥିବାର ଦେଖା ଯାଇଥିଲେ। ଏଥି ସହିତ ପ୍ରିଣ୍ଟେଡ୍ ଜ୍ୟାକେଟ୍ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ହ୍ୟାଣ୍ଡସମ୍ ଦେଖା ଯାଉଥିଲେ।

ସୁଶାନ୍ତଙ୍କ ଗୀତରେ ରୋମାଣ୍ଟିକ୍ ହୋଇ ଉଠିଲେ ଭିକ୍କି-ଅଙ୍କିତା

ଭାଇରାଲ ଭିଡିଓରେ ଅଙ୍କିତାଙ୍କ ଏକ୍ସ ବୟଫ୍ରେଣ୍ଡ ତଥା ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ରାବତା’ର ଗୀତ ଶୁଣିବାକୁ ମିଳିଥିଲା। ଭିକ୍କି, ଅଙ୍କିତାଙ୍କୁ ନିର୍ବନ୍ଧ ମୁଦି ପିନ୍ଧାଇଥିଲେ, ଯାହା ପରେ ଅଙ୍କିତା ଭିକ୍କିଙ୍କୁ ଆଲିଙ୍ଗନ କରି ନେଇଥିଲେ ଏବଂ ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ପୁଣି ଅଙ୍କିତା, ଭିକ୍କିଙ୍କୁ ମୁଦି ପିନ୍ଧାଇଥିଲେ। ଷ୍ଟେଜ୍‌ରେ ଏହି ଦମ୍ପତି ନିଜର ନିର୍ବନ୍ଧ ମୁଦି ଦେଖାଉ ଥିବାର ନଜର ଆସିଥିଲେ।

 

View this post on Instagram

 

A post shared by Richa Shah (@lokhandeankita_fan)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.