୪୦ ବର୍ଷରେ ପାଦ ଦେଲେ ଅଙ୍କିତା ଲୋଖଣ୍ଡେ, ସ୍ୱାମୀ ଭିକ୍କିଙ୍କ ସହ କଲେ ଜବରଦସ୍ତ ସେଲିବ୍ରେସନ୍‌ ; ସେୟାର କଲେ ଭିଡିଓ

‘ପବିତ୍ର ରିସ୍ତା’ ହିନ୍ଦୀ ଟେଲିଭିଜନ ସୋ ରେ ଅଭିନୟ କରି ବେଶ ପରିଚିତ ହୋଇଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଆଜି ୪୦ ବର୍ଷ ବୟସରେ ପାଦ ରଖିଛନ୍ତି । ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଜନ୍ମଦିନ ବେଶ୍‌ ଖାସ୍‌ ଅନ୍ଦାଜରେ ସେଲିବ୍ରେଟ୍‌ କରିଛନ୍ତି । ଅଙ୍କିତାଙ୍କ ଜନ୍ମଦିନ ପାଇଁ ସ୍ୱାମୀ ଭିକ୍କି ଜୈନ୍‌ ଲେଟ ନାଇଟରେ ସରପ୍ରାଇଜ୍‌ ପ୍ଲାନ୍‌ କରିଥିଲେ । ଏଥିସହ ଜନ୍ମଦିନ ଉପଲକ୍ଷେ ଅଙ୍କିତାଙ୍କ ପାଇଁ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟିଥିଲା । ଯାହାର ଭିଡିଓ ଭିକ୍କି ଜୈନ୍‌ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ।

ଭିକ୍କି ଜୈନ୍‌ ଅଙ୍କିତା ଲୋଖଣ୍ଡେଙ୍କ ପରିବାର ସହ ବିଳମ୍ବିତ ରାତିରେ ସମସ୍ତେ ମିଶି ଖୁବ୍‌ ମଜା ମସ୍ତି କରିଥିଲେ । ଅଙ୍କିତାଙ୍କ ଜନ୍ମଦିନ ପାଇଁ ଭିକ୍କି ବେଶ୍‌ ସୁନ୍ଦର ଡେକୋରେସନ୍‌ କରିବା ସହ ଟେଷ୍ଟି କେକ୍‌ର ବି ଆୟୋଜନ କରିଥିଲେ । ଏହା ପରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ଭିକ୍କି ଜୈନ୍‌, ଭାଉଜ ଏବଂ ସେମାନଙ୍କ ପିଲାମାନଙ୍କ ସହିତ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଜନ୍ମଦିନ ପାର୍ଟିର ଭିଡିଓ ଅଙ୍କିତା ଲୋଖଣ୍ଡେ ଇନ୍‌ଷ୍ଟାଗ୍ରାମ୍‌ରେ ଫ୍ୟାନ୍‌ଙ୍କ ସହ ସେୟାର କରିଛନ୍ତି ।

ସୂଚନା ମୁତାବକ, ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନ ୧୪ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ ଭିକ୍କି ସ୍ତ୍ରୀ ଅଙ୍କିତାଙ୍କ ଏହି ସ୍ପେଶାଲ ଡେ’କୁ ଆହୁରି ସ୍ପେଶାଲ କରିଛନ୍ତି । ଏଣୁ ସେ ଅଧ ରାତିରେ ସୋସିଆଲ ମିଡିଆରେ ସ୍ପେଶାଲ ପୋଷ୍ଟ ସେୟାର କରିବା ସହ ପରିବାର ଓ ସାଙ୍ଗସାଥୀଙ୍କ ସହ ପାର୍ଟି ବି ଆୟୋଜନ କରିଥିଲେ । ଅଙ୍କିତାଙ୍କ ଜନ୍ମଦିନର କେତେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଙ୍କିତା ଇନ୍‌ଷ୍ଟାଗ୍ରାମ୍‌ରେ ଜନ୍ମଦିନ ପାର୍ଟିର ଭିଡିଓ ସେୟାର କରିବା ସହ ଭିକ୍କିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

 

View this post on Instagram

 

A post shared by Vikas Jain (@realvikasjainn)