ସିମଲାରେ ଭାଲେଣ୍ଟାଇନ୍ସ ଡେ ପାଳନ କଲେ ଅଙ୍କିତା, ଫଟୋ ଦେଖି ସୁଶାନ୍ତଙ୍କ ଫ୍ଯାନ୍ ହେଲେ ଭାବୁକ

ସୁଶାନ୍ତଙ୍କ ମୃତ୍ୟୁକୁ ଏପର୍ଯ୍ଯନ୍ତ ଗ୍ରହଣ କରିପାରୁନାହାନ୍ତି ଲୋକେ। ସୁଶାନ୍ତଙ୍କ ଫ୍ୟାନ୍ସ ଆଜି ବି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍ ଅଛନ୍ତି ଏବଂ ସୁଶାନ୍ତଙ୍କ ସମ୍ପର୍କିତ କିଛି ନା କିଛି ପୋଷ୍ଟ ଲଗାତର କରୁଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଓ ତାଙ୍କ ଭାବି ପତି ଭିକ୍କି ଜୈନଙ୍କ କିଛି ଫଟୋ ଭାଇରାଲ ହେଉଛି । ଉଭୟ ଭାଲେଣ୍ଟାଇନ୍ସ ଡେ ସିମଲାରେ ପାଳନ କରୁଛନ୍ତି । କିନ୍ତୁ ଉଭୟଙ୍କ ଫଟୋ ଓ ଭିଡିଓ ସାମ୍ନାକୁ ଆସିବା ପରେ ସୁଶାନ୍ତ ସିଂ ରାଜପୁତଙ୍କ ଫ୍ୟାନ୍ସ ଭାବୁକ ହୋଇଯାଇଛନ୍ତି ।

ଅଙ୍କିତା ଲୋଖଣ୍ଡେ ନିଜ ଇନଷ୍ଟାଗ୍ରାମରେ ଲଗାତର ସିମଲା ଟ୍ରିପ୍ ସମ୍ପର୍କରେ ଅପଡେଟ୍ ସେୟାର କରୁଛନ୍ତି । ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ସେ ଫଟୋ ଓ ଭିଡିଓ ସେୟାର କରୁଛନ୍ତି । ଏଥିରେ ସେ ବୟଫ୍ରେଣ୍ଡ ଭିକ୍କିଙ୍କ ସହିତ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସୁଛନ୍ତି ।

 

View this post on Instagram

 

A post shared by Ankita Lokhande (@lokhandeankita)


କିଛି ୟୁଜର୍ସ ତାଙ୍କ ଫଟୋରେ କମେଣ୍ଟ ଦେଇଛନ୍ତି କି ‘ଭିକ୍କିଙ୍କ ସ୍ଥାନରେ ସୁଶାନ୍ତ ରହିବାର ଥିଲା ।’ ଆଉ କିଛି ୟୁଜର୍ସ କମେଣ୍ଟ ଦେଇଛନ୍ତି ମିସିଂ SSR । ସୂଚନାଯୋଗ୍ଯ, ଅଙ୍କିତା ଓ ଭିକ୍କି ଅନେକ ସମୟ ଧରି ପରସ୍ପରକୁ ଡେଟ୍ କରିଆସୁଛନ୍ତି । ଉଭୟ ଖୁବଶୀଘ୍ର ବିବାହ ମଧ୍ୟ କରିବେ ।

Leave A Reply

Your email address will not be published.