କ୍ୟାମେରା ସାମ୍ନାରେ ସ୍ୱାମୀଙ୍କ ସହିତ ଅନ୍ତରଙ୍ଗ ହେଲେ ଅଙ୍କିତା ଲୋଖଣ୍ଡେ; ଦେଲେ ବହୁତ ଇଣ୍ଟିମେଟ୍‌ ପୋଜ୍‌…ଦେଖନ୍ତୁ ଫଟୋ

ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ତଥା ‘ପବିତ୍ର ରିସ୍ତା’ ଫେମ୍‌ ଅଙ୍କିତା ଲୋଖଣ୍ଡେ ପ୍ରାୟତଃ ନିଜ ପର୍ସନାଲ ଲାଇଫ୍‌କୁ ଫ୍ୟାନମାନଙ୍କୁ ଦେଖାଇବାରେ କୌଣସି ବି ମଉକା ହାତଛଡ଼ା କରନ୍ତି ନାହିଁ। ସେ ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ରୁହନ୍ତି। ନିକଟରେ ସେ ସ୍ୱାମୀଙ୍କ ସହିତ ଫଟୋଶୁଟ୍‌ କରାଇଛନ୍ତି, ଯେଉଁଥିରେ ଦୁହେଁ କ୍ୟାମେରା ସାମ୍ନାରେ ବହୁତ କ୍ଲୋଜ୍‌ ହୋଇଥିବାର ନଜର ଆସିଛନ୍ତି। ଏହି ଫଟୋଗୁଡ଼ିକରେ ଦୁଇଜଣଙ୍କର ହଟ୍‌ କେମେଷ୍ଟ୍ରୀ ସ୍ପଷ୍ଟ ଦେଖିବାକୁ ମିଳୁଛି। ଫ୍ୟାନମାନେ ସେମାନଙ୍କୁ ପ୍ରଶଂସା କରିବାରେ ଲାଗି ପଡ଼ିଛନ୍ତି।

ଅଙ୍କିତା ଏହି ଫଟୋଶୁଟ୍‌ରେ ବ୍ରାଉନ ରଙ୍ଗର ହାଇ ସ୍ଲିଟ୍‌ ପିନ୍ଧିଛନ୍ତି, ସେପଟେ ତାଙ୍କ ସ୍ୱାମୀ ଭିକ୍କି ଜୈନ ବ୍ଲୁ ରଙ୍ଗର ଆଉଟ୍‌ଫିଟରେ ନଜର ଆସିଛନ୍ତି। ଫଟୋରେ ଅଙ୍କିତା ସ୍ୱାମୀଙ୍କର ବହୁତ କ୍ଲୋଜ୍‌ ରହିଛନ୍ତି। ସେମାନେ କ୍ୟାମେରା ସାମ୍ନାରେ ବହୁତ ଇଣ୍ଟିମେଟ୍‌ ପୋଜ୍‌ ଦେଇଛନ୍ତି। ଅଙ୍କିତା ଲୋଖଣ୍ଡେ ଓ ଭିକ୍କି ଜୈନଙ୍କର ଏହି ଫଟୋଶୁଟ୍‌ ଦେଖିଲେ ଟିକିଏ ବି ଅନୁଭବ ହେଉନି ଯେ ଭିକ୍କି ଜଣେ ଅଭିନେତା ନୁହଁନ୍ତି। ଏହି ଫଟୋଗୁଡ଼ିକରେ ଦୁହେଁ ପରସ୍ପରକୁ କେତେ ଭଲ ପାଆନ୍ତି, ତ ସ୍ପଷ୍ଟ ଜଣାପଡ଼ୁଛି।

vicky
photo: Zee News Hindi

କହି ରଖୁଛୁ, ଟିଭିରୁ ନେଇ ବଲିଉଡ୍‌ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଗତବର୍ଷ ଡିସେମ୍ବର ୧୪ରେ ନିଜର ଲଙ୍ଗ୍‌ ଟର୍ମ ବୟଫ୍ରେଣ୍ଡ ଭିକ୍କି ଜୈନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଭିକ୍କି ଛତିଶଗଡ଼ର ବାସିନ୍ଦା ହୋଇଥିବା ବେଳେ ସେ ବିଳାସପୁରର ଜଣାଶୁଣା କୋଇଲା ବ୍ୟବସାୟୀଙ୍କ ପୁଅ। ଭିକ୍କି ନିଜେ ମଧ୍ୟ ବିଜିନେସ୍‌ମ୍ୟାନ ଏବଂ ଏହି ପରିପ୍ରେକ୍ଷୀରେ ମୁମ୍ବାଇ ଯିବା ଆସିବା କରି ଥାଆନ୍ତି। ତାଙ୍କୁ ବିବାହ କରିବା ପରେ ଅଙ୍କିତା ଛତିଶଗଡ଼ର ବୋହୂ ହୋଇଛନ୍ତି। ଭିକ୍କି ଓ ଅଙ୍କିତାଙ୍କ ଦେଖା ଜଣେ ସାଙ୍ଗଙ୍କ ଜରିଆରେ ହୋଇଥିଲା। ପ୍ରଥମ ଦିନରୁ ହିଁ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ପରେ ଏହା ପ୍ରେମରେ ବଦଳିଥିଲା। ଭଲ ପାଇବାର ପାଖାପାଖି ୩ ବର୍ଷ ପରେ ଦୁହେଁ ବିବାହ କରିଥିଲେ।

vik
photo: Zee News Hindi

ଅଙ୍କିତା ମଧ୍ୟ ପ୍ରଦେଶର ହୋଇଥିବା ବେଳେ ତାଙ୍କ ଜନ୍ମ ଇନ୍ଦୋରରେ ହୋଇଥିଲା। ସେ ନିଜ ମାଆ, ବାପାଙ୍କ ସହ ଇନ୍ଦୋରର ନାରାୟଣବାଗ ଅଞ୍ଚଳରେ ରହୁଥିଲେ, ଯେଉଁଠି ଆଜି ମଧ୍ୟ ତାଙ୍କର ଘର ଅଛି। ସହରର କେସର ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ତାଙ୍କର ଫ୍ଲାଟ ରହିଛି। ଅଙ୍କିତା ଲୋଖଣ୍ଡେ ‘ପବିତ୍ର ରିସ୍ତା’ ସିରିଏଲରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏଥିରେ ସୁଶାନ୍ତ ସିଂ ରାଜପୁତଙ୍କ ସହ ତାଙ୍କର ଯୋଡ଼ିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଏବଂ ତାଙ୍କର ଅଭିନୟକୁ ମଧ୍ୟ ଖୁବ୍ ପସନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.