ସ୍ୱାମୀ ଭିକ୍କିଙ୍କ ହାତ ଧରି ଗୃହ ପ୍ରବେଶ କଲେ ଅଙ୍କିତା ଲୋଖଣ୍ଡେ, ଦେଖନ୍ତୁ ଭିଡିଓ

ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ନିକଟରେ ନିଜ ବୟଫ୍ରେଣ୍ଡ୍‌ ଭିକ୍କି ଜୈନ୍‌ଙ୍କୁ ବିବାହ କରିଛନ୍ତି। ସେ ମୁମ୍ବାଇରେ ଗ୍ରାଣ୍ଡ୍‌ ୱେଡିଂ କରିଛନ୍ତି। ଏହି ବିବାହରେ ଅଙ୍କିତା ବେଶ୍‌ ମସ୍ତି କରୁଥିବା ନଜର ଆସିଥିଲେ। ତେବେ ନିକଟରେ ଅଙ୍କିତାଙ୍କ ଗୃହ ପ୍ରବେଶର ଭିଡିଓ ସାମ୍ନାକୁ ଆସିଛି। ଏ ଅବସରରେ ଅଙ୍କିତା ନୀଳ ରଙ୍ଗର ଶାଢ଼ି ପିନ୍ଧି ସ୍ୱାମୀ ଭିକ୍କିଙ୍କ ହାତ ଧରି ଗୃହ ପ୍ରବେଶ କରିଥିବା ଦେଖାଯାଇଛି। ଏହି ଶୁଭ ଅବସରରେ ଭିକ୍କି ନଡ଼ିଆ ଭାଙ୍ଗୁଥିବାର ନଜର ଆସିଛନ୍ତି।

 

View this post on Instagram

 

A post shared by Ankita Lokhande (@lokhandeankita)

ଏହା ପୂର୍ବରୁ ବି ଅଙ୍କିତାଙ୍କ ରିସେପସନ୍‌ର ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସେ ଖାଇବା ଟେବୁଲ ପାଖରେ ବସିଥିଲେ। ଭିଡିଓରେ ସେ ଖାଇବା ଟେବୁଲ ପାଖରେ ବସି ଖାଇ ଖାଇ ଡ୍ୟାନ୍ସ କରୁଥିବା ଦେଖାଯାଇଥିଲା।

 

View this post on Instagram

 

A post shared by F I L M Y C O O K (@filmycook)


ତେବେ ଅଙ୍କିତାଙ୍କର ଏହି ମସ୍ତ ଅନ୍ଦାଜ କିନ୍ତୁ କିଛି ଲୋକଙ୍କୁ ପସନ୍ଦ ଆସିନଥିଲା। ସେମାନେ ଅଙ୍କିତାଙ୍କୁ ଏଥିପାଇଁ ପ୍ରବଳ ଟ୍ରୋଲ କରିଥିଲେ। ଜଣେ ୟୁଜର ଲେଖିଥିଲେ- ଓଭର ଆକ୍ଟିଂ କରୁଛନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଥିଲେ- ପୂରା ପାଗଳ ହୋଇଯାଇଛନ୍ତି।

 

View this post on Instagram

 

A post shared by Ankita Lokhande (@lokhandeankita)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.