ଲେଟ୍ ପାଇଁ ମୋ ଉପରେ ସେ ଦିନ ରାଗିଥିଲେ ସୁଶାନ୍ତ , ଅଙ୍କିତା ଲୋଖଣ୍ଡେ ମନେପକାଇଲେ ସୁଶାନ୍ତଙ୍କ ସହ ତାଙ୍କ ପ୍ରଥମ ଦେଖା

ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏକ ଟିଭି ଶୋ’ରେ ସୁଶାନ୍ତ ସିଂ ରାଜପୁତଙ୍କ ସହିତ ପ୍ରଥମ ଦେଖାର କାହାଣୀ କହିଛନ୍ତି । ସୁଶାନ୍ତ ଯେତେବେଳେ ପ୍ରଥମେ ଅଙ୍କିତାଙ୍କ ଘରକୁ ଆସିଥିଲେ, ସେତେବେଳେ ତାଙ୍କ ବ୍ୟବହାର କିଛି ଅଲଗା ଥିଲା । ଏହାସହିତ ସେ ଅଙ୍କିତାଙ୍କ ଉପରେ ଖୁବ ଜୋରରେ ରାଗିଯାଇଥିଲେ । ସୁଶାନ୍ତଙ୍କ ଏହି କ୍ରୋଧର କାରଣ ମଧ୍ୟ କହିଛନ୍ତି ଅଙ୍କିତା ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ ସୁଶାନ୍ତ ସୁଟିଂ ସେଟରେ ବହୁତ ଚୁପଚାପ ରହୁଥିଲେ । ଦିନେ ସୁଶାନ୍ତ ଓ ଅଙ୍କିତାଙ୍କୁ ଏକ ପ୍ରୋମୋର ସୁଟିଂ କରିବା ପାଇଁ ସୁଟିଂ ସେଟକୁ ଯିବାର ଥିଲା । ତେବେ ଅଙ୍କିତାଙ୍କୁ ଘରୁ ପିକଅପ କରିବା ପାଇଁ ସୁଶାନ୍ତ ଆସିଥିଲେ । ସୁଶାନ୍ତ କାର ଭିତରେ ଅଙ୍କିତାଙ୍କୁ ଅପେକ୍ଷା କରୁଥିବା ବେଳେ ଉପରେ ଅଙ୍କିତା ସୁଟିଂ ପାଇଁ ପ୍ରସ୍ତୁତ ହେଉଥିଲେ । ଅଙ୍କିତା ଆହୁରି କହିଛନ୍ତି ଯେ ସେ ୪ଟା ବେଳେ ମେକଅପ ନେବା ଆରମ୍ଭ କରିଥିବା ବେଳେ ସୁଶାନ୍ତ ତାଙ୍କ ଘରେ ୫ଟା ବେଳେ ପହଞ୍ଚିଥିଲେ । ଆଉ ଆଉ ଅଙ୍କିତା ୬ଟା ବେଳେ ମେକଅପ ଶେଷ କରିଥିଲେ ।

ତେବେ ସେ ରେଡି ହୋଇ ତଳକୁ ଆସି କାରର ପଛ ସିଟରେ ତାଙ୍କ ମାଆଙ୍କ ସହିତ ବସିଥିଲେ ଓ ପରେ ଶୋଇପଡ଼ିଥିଲେ । ଏହାପରେ ସୁଶାନ୍ତ ଡ୍ରାଇଭରଠାରୁ ଗାଡ଼ି ନେଇ ଜୋରରେ ଗାଡ଼ି ଚଳାଇଥିଲେ । ଅଙ୍କିତା ଜଣେ ହିରୋଇନ ପରି ଆଚରଣ କରୁଥିଲେ ବୋଲି ସୁଶାନ୍ତ ସେତେବେଳେ ଭାବୁଥିବା କହିଛନ୍ତି ଅଙ୍କିତା । ତେବେ ସୂଚନା ଥାଉ କି ଅଙ୍କିତା ଓ ସୁଶାନ୍ତ ୬ ବର୍ଷ ପାଇଁ ରିଲେସନସିପରେ ରହିଥିଲେ । କିନ୍ତୁ ତାଙ୍କ ମୃତ୍ୟୁ ପୂର୍ବରୁ ସେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହିତ ସମ୍ପର୍କରେ ଥିଲେ । ସେପଟେ ଅଙ୍କିତା ବୟଫ୍ରେଣ୍ଡ ବିକି ଜୈନଙ୍କୁ ଡେଟ କରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.