ଅଭିନେତ୍ରୀ କହିଲେ ବୋଲ୍ଡ ହେବେନି କି ହଟ ହେବେନି, ସ୍ୱାମୀଙ୍କୁ ଦେବେନି କଷ୍ଟ

ଟିଭି ଫେମ ଅଙ୍କିତା ଲୋଖଣ୍ଡେଙ୍କ ବିବାହ କିଛିଦିନ ହୋଇଛି । ଏଇ କିଛିଦିନ ମଧ୍ୟରେ ଆପଣ ଅନେକଥର ଦେଖିଥିବେ ଯେଉଁଥିରେ ଅଙ୍କିତା ତାଙ୍କ ସ୍ୱାମୀ ବିକି ଜେନଙ୍କ ସହ ବେଶ ଖୁସିରେ ନଜର ଆସୁଛନ୍ତି । ଗତ ଡିସେମ୍ବରରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏବେ ଅଙ୍କିତା କହୁଛନ୍ତି କି ସେ ଏମିତି କିଛି କରିବେନି ଯେଉଁଥିପାଇଁ ସ୍ୱାମୀଙ୍କୁ କଷ୍ଟ ହେବ । ମାନେ କେବେ ବି ବୋଲ୍ଡ ସିନରେ ନଜର ଆସିବେନି ଏହି ଆକ୍ଟ୍ରେସ । କାରଣ ସେ ଚାହାନ୍ତିନି ତାଙ୍କ ସ୍ୱାମୀଙ୍କୁ କଷ୍ଟ ଦେବାକୁ । ତାଙ୍କର କହିବା କଥା କି ସେ ପୂର୍ବରୁ ମଧ୍ୟ ଏଭଳି କିଛି ସିନ କରିନାହାନ୍ତି ଏବଂ ବାହାଘର ପରେ ବି ସେ ଏଭଲି ସିନ କରିବେ ନାହିଁ । ଅବଶ୍ୟ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ଭିକି ଜେନ ଏହାକୁ ଖୋଲା ମନ ସହ ଦେଖିବେ ସେଭଳି କିଛି ଅପର ଯଦି ଆସେ ।

ankita3
Pc-Dailymotion

ଦର୍ଶକଙ୍କ ଫେବରାଇଟ ସୋ ପବିତ୍ର ରିସ୍ତା ଯେଉଁଥିରେ ସୁଶାନ୍ତଙ୍କ ଅପୋଜିଟରେ ନଜର ଆସିଥିଲେ ଅଙ୍କିତା । ଯାହାକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ । ଟିଭିର ଏହି ସଫଳ ଅଭିନେତ୍ରୀ ଜଣକ ସାକ୍ଷାତକାରରେ ଏହି ଉତ୍ତର ରଖିଛନ୍ତି କି ସେ ଏମିତି ଜଣେ କି ତାଙ୍କ ପାଖକୁ ଯଦି ବୋଲ୍ଡ ସିନ୍ସ ଅଫର ଆସୁଛି ତେବେ ତାହା ତାଙ୍କର ଚଏସ ଉପରେ ଅଟେ । ସେ ଅନୁଭବ କରନ୍ତି ଯେ ସେ ଏଭଲି ସିନ କରିପାରିବେ ନାହିଁ । ବିବାହ ପରେ ସେ କେବଳ ନିଜକୁ ନୁହେଁ, ତାଙ୍କ ସ୍ୱାମୀଙ୍କ ସଂରକ୍ଷଣକୁ ମଧ୍ୟ ସମ୍ମାନ ଦେଉଛନ୍ତି । ଏମିତି କିଛି ଅଛି ଯାହା ପାଇଁ ସେ ଏବେ ଏସବୁ କରିପାରିବେ ନାହିଁ । ତାଙ୍କର କହିବା କଥା କି ତାଙ୍କ ସ୍ୱାମୀ ଯଦି ତାଙ୍କ ପାଇଁ କିଛି କରୁଛନ୍ତି ତେବେ ସେ ମଧ୍ୟ ତାଙ୍କ ଭାବନାକୁ ସମ୍ମାନ ଦେବା ଆବଶ୍ୟକ ଅଟେ ।

ankita2
Pc-IMWBuzz

ସେ ଆହୁରି ମଧ୍ୟ କହିଛନ୍ତି କି ସେ ଭାବୁନାହାନ୍ତି କି ଏଭଳି କିଛି ପ୍ରୋଜେକ୍ଟ ଯଦି ତାଙ୍କ ପାଖକୁ ଆସେ ତେବେ ଦୁହିଁଙ୍କ ମଧ୍ୟରେ କୌଣସି ସମସ୍ୟା ହେବ । ଏସବୁ ବାଦ ସେ କ୍ଲିଅର କରିଛନ୍ତି କି ତାଙ୍କ ସ୍ୱାମୀଙ୍କର କୌଣସି ବି ରୋକ ନାହିଁ ତଥାପି ସେ ଏସବୁ କରି ସ୍ୱାମୀଙ୍କୁ କଷ୍ଟ ଦେବାକୁ ଚାହାନ୍ତି ନାହିଁ ଅଙ୍କିତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.