ରିଲିଜ୍ ହେଲା ଫିଲ୍ମ ସିକନ୍ଦରର ଆଉ ଗୋଟେ ଗୀତ, ‘ଡବକେ’ ଡ୍ୟାନ୍ସ କଲେ ସଲମାନ୍ ଓ ରଶ୍ମିକା

ସଲମାନ୍ ଖାନଙ୍କ ମୁଭି ‘ସିକନ୍ଦର’ ର ଗୀତ ‘ସିକନ୍ଦର ନାଚେ’ ରିଲିଜ୍ ହୋଇଛି । ଗୀତର ଟିଜରରେ ଦର୍ଶକଙ୍କ ମନରେ ଉତ୍ସାହ ବଢାଇଦେଇଛି । ଗୀତ ରିଲିଜ ହେବା ପରେ ଲୋକଙ୍କ ମନରେ ଧୀରେ ଧୀରେ କ୍ରେଜ୍ ବଢିବାରେ ଲାଗିଛି । ଏଥିରେ ସଲମାନ୍ ଖାନଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳୁଛି । ସଲମାନ୍ ଖାନଙ୍କ ସହ ରଶ୍ମିକା ମନ୍ଦାନା ମଧ୍ୟ ଡ୍ୟାନ୍ସ ତଡକା ଲଗାଉଥିବାର ନଜର ଆସିଛନ୍ତି । ଏହି ଗୀତରେ ଡ୍ୟାନ୍ସ ଦେଖି ଭାଇଜାନଙ୍କ ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି ।
ସଲମାନଙ୍କ ଜବରଦସ୍ତ ଡ୍ୟାନ୍ସ ସହ ଏହାର ସେଟଅପ୍ ଗୀତକୁ ଆହୁରି ସୁନ୍ଦର କରିଛି । ସଲମାନ୍ ଖାନଙ୍କ ସିଗ୍ନେଚର ଷ୍ଟାଇଲ ଏବଂ ତାଙ୍କ ଚମତ୍କାର ଡ୍ୟାନ୍ସ ପାଇଁ ଫ୍ୟାନ୍ସଙ୍କ ମନ ଜିତି ପାରିଛନ୍ତି । ସଲମାନଙ୍କ ସହ ତାଳ ଦେଇ ରଶ୍ମିକା ମଧ୍ୟ କମାଲ୍ ଡ୍ୟାନ୍ସ କରିଛନ୍ତି । ଉଭୟଙ୍କ ଡ୍ୟାନ୍ସ ଭିଡିଓ ଓ ଗୀତ ପ୍ରଶଂସକମାନଙ୍କୁ ବେଶ୍ ପସନ୍ଦ ଆସିଛି । କେବଳ ଏତିକି ନୁହେଁ ବରଂ ଏହି ଗୀତକୁ ସୁନ୍ଦର କରିବା ପାଇଁ ଅନେକ ଲୋକଙ୍କ ପରିଶ୍ରମ ରହିଛି । ପ୍ରଡ୍ୟୁସର ସାଜିଦ୍ ନାଡିଆଡୱାଲା, ଡାଇରେକ୍ଟର ଏ.ଆର୍.ମୁରୁଗଦାସଙ୍କ ପାଇଁ ମଧ୍ୟ ଏହି ଗୀତକୁ ଆହୁରି ସୁନ୍ଦର କରିଛି । ତୁର୍କୀ ଡ୍ୟାନ୍ସରମାନଙ୍କ ଷ୍ଟେପ୍ ଏହି ଗୀତର ମୁଖ୍ୟ ଆକର୍ଷଣ ପାଲଟିଛି ।
ଏହି ଗୀତରେ ସଲମାନ୍ ଏବଂ ରଶ୍ମିକାଙ୍କର ଦମଦାର୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଜବରଦସ୍ତ ଏନର୍ଜି, ରଙ୍ଗୀନ ଭିଜୁଆଲ, ସୁନ୍ଦର ଟ୍ୟୁନ୍ ସହିତ ଜବରଦସ୍ତ ଡ୍ୟାନ୍ସ ଏହି ଗୀତକୁ ପପୁଲାର କରିବାରେ ଲାଗିଛି । ଯାହା ବର୍ତ୍ତମାନ ରେଡିଓରୁ ନେଇ ଡ୍ୟାନ୍ସ ଫ୍ଲୋର ପର୍ଯ୍ୟନ୍ତ ରାଜ କରିବାରେ ଲାଗିଛି ।
‘ସିକନ୍ଦର ନାଚେ’ ଗୀତଟି JAM8 ଷ୍ଟୁଡିଓର ସୁଟ୍ କରାଯାଇଛି । ଅମିତ୍ ମିଶ୍ର, ଆକାଶ ଏବଂ ସିଦ୍ଧାନ୍ତ ମିଶ୍ର ଏହି ଗୀତଟିକୁ ଗାଇଛନ୍ତି, ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସୁଛି । ‘ସିକନ୍ଦର’ ମୁଭିରେ ସଲମାନ୍ ଖାନ୍ ଗ୍ରାଣ୍ଡ୍ ଏଣ୍ଟ୍ରି ସହିତ ପୁଣି ଫେରିଛନ୍ତି । ଏହି ଫିଲ୍ମରେ ରଶ୍ମିକା ମନ୍ଦାନାଙ୍କ ଜବରଦସ୍ତ ଜଲୱା ଦେଖିବେ ଦର୍ଶକ । ପ୍ରଡ୍ୟୁସର ସାଜିଦ୍ ନାଡିଆଡୱାଲା, ଡାଇରେକ୍ଟର ଏ.ଆର୍.ମୁରୁଗଦାସ, ଅମିତ୍ ମିଶ୍ର, ଆକାଶ ଏବଂ ସିଦ୍ଧାନ୍ତ ମିଶ୍ରଙ୍କ ତତ୍ତ୍ବାବଧାନରେ ଗୀତଟି ଭଲ ହୋଇଛି ।
Also Read : କଟରାରେ ମଦ୍ୟପାନ କଲେ ବଲିଉଡ ସେଲିବ୍ରିଟି ଓରି, ୮ ଜଣଙ୍କ ନାଁରେ ମାମଲା ରୁଜୁ