ଇସ୍ରାଇଲର ଜାତୀୟ ସଙ୍ଗୀତର ଧୁନ୍‌ ଚୋରାଇଛନ୍ତି ଅନୁ ମଲ୍ଲିକ, ଦୀର୍ଘ ବର୍ଷ ପରେ ହେଲା ଖୁଲାସା

ଏବେ ଟ୍ଵିଟରରେ ଟ୍ରେଣ୍ଡିଂରେ ଅଛନ୍ତି ଗୀତିକାର ତଥା ଇଣ୍ଡିଆନ୍‌ ଆଇଡଲର ଜଜ୍‌ ଅନୁ ମଲ୍ଲିକ। କୌଣସି ଭଲ କାମକୁ ନେଇ ନୁହେଁ ବରଂ ଗୀତ ଚୋରି କରିଥିବା ନେଇ ୟୁଜର୍ସ ତାଙ୍କୁ ପ୍ରବଳ ଟ୍ରୋଲ କରିବାରେ ଲାଗିଛନ୍ତି। ଅନୁଙ୍କ ବିରୋଧରେ ଅଭିଯୋଗ ଆସିଛି ଯେ ସେ ଇସ୍ରାଇଲର ଜାତୀୟ ସଙ୍ଗୀତର ଟ୍ୟୁନ୍‌କୁ ଫିଲ୍ମ ‘ଦିଲ୍‌ଜଲେ’ର ଏକ ଗୀତ ପାଇଁ କପି କରିଛନ୍ତି।

ଖବର ମୁତାବକ, ରବିବାର ଦିନ ଇସ୍ରାଇଲ ଟୋକିଓ ଅଲମ୍ପିକରେ ଦ୍ୱିତୀୟ ଗୋଲ୍ଡ ମେଡାଲ ଜିତିଛି। ଏଣୁ ଖେଳାଳିଙ୍କ ସମ୍ମାନାର୍ଥେ ତାଙ୍କର ଜାତୀୟ ସଙ୍ଗୀତ ବଜାଯାଇଥିଲା। ସେଠାରେ ହିଁ ଭାରତର ଲୋକମାନେ ଜାଣିଲେ ଯେ ଏହାର ଟ୍ୟୁନ୍‌ ବଲିଉଡ୍‌ର ଗୀତ ସହ ମିଶୁଛି।

ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ଦିଲ୍‌ ଜଲେ’ର ଗୀତ ‘ମେରା ମୁଲ୍କ ମେରା ଦେଶ’ର ଟ୍ୟୁନ୍‌ ଚୋରି ହୋଇଥିବା ମ୍ୟୁଜିକ୍‌ ବୋଲି ସୋସିଆଲ ମିଡିଆ ୟୁଜର୍ସ ଦାବି କରିଛନ୍ତି। ଏହାର ମ୍ୟୁଜିକ୍‌ ଇସ୍ରାଇଲର ଜାତୀୟ ସଙ୍ଗୀତ ସହ ମିଶୁଥିବା କୁହାଯାଉଛି। ଏଣୁ ଏଥିପାଇଁ ଅନୁ ମଲ୍ଲିକଙ୍କୁ ଟ୍ରୋଲ କରାଯାଉଛି।

ଦେଖନ୍ତୁ ସୋସିଆଲ ମିଡିଆରେ କରାଯାଉଥିବା କେତେକ ଟ୍ରୋଲିଂ ଟ୍ଵିଟ୍‌:

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.