ମନମୋହନ ସିଂହଙ୍କ ନିଧନରେ ଦୁଃଖୀ ହେଲେ ଅନୁପମ, କହିଲେ ତାଙ୍କ ଚରିତ୍ରରେ ଅଭିନୟ କରିବାରେ ସବୁଠାରୁ କଷ୍ଟକର କଣ ଥିଲା..

ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଙ୍କ ବିୟୋଗରେ ଦେଶରେ ଶୋକର ଛାୟା ଖେଳିଯାଇଛି । ରାଜନୀତିରୁ ଆରମ୍ଭ କରି ବଲିଉଡ଼ ପର୍ଯ୍ୟନ୍ତ । ସବୁ ବର୍ଗର ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ତାଙ୍କ ଜୀବନରେ କରିଥିବା କାମ ଗୁଡିକ ମନେ ପକାଇଛନ୍ତି । ଅଭିନେତା ଅନୁପମ ଖେର ପୁର୍ବତନ ପ୍ରଧାନମନ୍ତ୍ରୀଙ୍କ ନିଧନରେ ଏକ ଭିଡିଓ ସେୟାର କରିଛନ୍ତି ।

ଅନୁପମ ମନମୋହନ ସିଂହଙ୍କର ବାୟୋପିକ ଦ ଏକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର ରେ ଅନୁପମ ସ୍ୱର୍ଗତ ମନମୋହନ ସିଂହଙ୍କର ଅଭିନୟ କରିଛନ୍ତି । ସେ ମନମୋହନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସମୟରେ ସେ କହିଥିଲେ କି ମନମୋହନଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଅନୁପମଙ୍କୁ ଅନସ୍କ୍ରିନରେ କେତେ କଷ୍ଟ କରିବାକୁ ପଡିଥିଲା ସେ ସେହି ସମ୍ପର୍କରେ କହିଥିଲେ ।

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଅନୁପମ କହିଥିଲେ ସେ ଏବେ ଦେଶ ବାହାରେ ଅଛନ୍ତି । ମନମୋହନ ସିଂହଙ୍କର ନିଧନରେ ସେ ବହୁତ ଦୁଃଖିତ ବୋଲି ପ୍ରକାଶ କରିଥିଲେ । ଅନୁପମ ଖେର ସ୍ୱର୍ଗତ ମନମୋହନଙ୍କ ସହ ଦେଢ ବର୍ଷ ସାଙ୍ଗରେ କଟାଇଥିବା କହିଥିଲେ । ଜଣଙ୍କର ଅବିକଳ ଭାବେ ଅଭିନୟ କରିବାକୁ ହେଲେ ସେହି ଚରିତ୍ର ସହ ସମ୍ପୁର୍ଣ୍ଣ ଭାବେ ଜଡିତ ହେବାକୁ ଲାଗେ ।

ସେହିଭଳି ଚାଲି ଚଲଣ, କଥାବାର୍ତା,ରଙ୍ଗଢଙ୍ଗକୁ ଅନୁଧ୍ୟାନ କରିବାକୁ ପଡିଥାଏ । ଯଦି ପ୍ରକୃତରେ ଆପଣ ନିଖୁଣ ଭାବେ ଅଭିନୟ କରିବାକୁ ଇଛା କରୁଛନ୍ତି ତେବେ ଜଣେ କଳାକାରକୁ ସେହି ବ୍ୟକ୍ତିରର ଭିତରକୁ ଜାଣିବାକୁ ପଡିଥାଏ । ଡାକ୍ତର ମନମୋହନ ସିଂହ ଜଣେ ସ୍ୱଭାବିକ ରୁପରେ ଜଣେ ଭଲ ମଣିଷ ଥିଲେ । ସେ ଜଣେ ଭଦ୍ର,ନମ୍ର ଗୁଣିଜ୍ଞାନୀ ବ୍ୟକ୍ତିତ୍ୱ ଥିଲେ ।