ଲୋକପ୍ରିୟ ବଲିଉଡ୍‌ ଅଭିନେତା ଅନୁପମ ଶ୍ୟାମ ଓଝାଙ୍କ ପରଲୋକ

ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ । ଗତକାଲି ରାତି ୮ଟା ବେଳେ ମାତ୍ର ୬୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅନୁପମ। ତାଙ୍କ ଶରୀରର ବିଭିନ୍ନ ଅଙ୍ଗ କାମ କରୁନଥିବାରୁ ସେ ଗତ ୬ ଦିନ ହେଲା ଲାଇଫ ଲାଇନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଅନୁପମ ନିକଟରେ ଲୋକପ୍ରିୟ ହିନ୍ଦୀ ଧାରାବାହିକ ମନ କି ଆୱାଜ୍ ପ୍ରତିଜ୍ଞା ୨ରେ ନଜର ଆସିଥିଲେ। ଏଥିରେ ସେ ଠାକୁର ସଜ୍ଜନ ସିଂହ ଚରିତ୍ରରେ ଅଭିନୟ କରୁଥିଲେ। ସୁଟିଂ ଚାଲିଥିବା ବେଳେ ସପ୍ତାହକୁ ୩ ଥର ଡାଏଲିସିସ୍ ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ଅନୁପମ ଶ୍ୟାମ୍ ଦସ୍ତକ, ଦୁସ୍ମନ, ସତ୍ୟା, ଦିଲ୍ ସେ, ଲଗାନ, ନାୟକ ଆଦି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ସିରିଏଲ୍ ପ୍ରତିଜ୍ଞା ତାଙ୍କୁ ଅନେକ ଲୋକପ୍ରିୟ ଦେଇଥିଲା ।

ଅନୁପମଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତ ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ। ତାଙ୍କ ବିୟୋଗ ସମ୍ପର୍କରେ ସୂଚନା ଦେଇ ଅଶୋକ ଟ୍ୱିଟ୍ କରି ଲେଖିଛନ୍ତି ” ଶରୀର ବିଭିନ୍ନ ଅଙ୍ଗ କାମ କରୁନିଥିବାରୁ ସବୁଠାରୁ ଭଲ ଅଭିନେତାଙ୍କ ମଧ୍ୟରେ ଜଣେ ଏବଂ ଜଣେ ଭଲ ମଣିଷ ଅନୁପମ ଶ୍ୟାମଙ୍କର ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ। ଫିଲ୍ମ ଏବଂ ଟିଭି ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ଼ କ୍ଷତି।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.