“ଅନୁପମା”ର ଫେମ ଆକ୍ଟ୍ରେସ ଅନଘା ଛାଡିଲେ ଶୋ’, କୃଷ୍ଣ ଭକ୍ତିରେ ଲୀନ ହେବାରେ ଦେଲେ ମନ

“ଅନୁପମା” ଶୋ’ର କୋ ଷ୍ଟାର ଅନଘା ଭୋଁସଲେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଘୋଷଣା କରିଛନ୍ତିକି ସେ ଅଭିନୟ ଜଗତରୁ ସବୁ ଦିନ ପାଇଁ ବିରତି ନେବାକୁ ଯାଉଛନ୍ତି । ନିଜ ସୋସିଆଲ ମିଡ଼ିଆ ପେଜରେ ତିନି ପୃଷ୍ଠାର ଏକ ନୋଟ ମଧ୍ୟ ସେୟାର କରିଛନ୍ତି ଅନଘା । ନିଜେ ଆଧ୍ୟାତ୍ମିକତା କ୍ଷେତ୍ରରେ ଅଧିକ ମନଯୋଗ ଦେବାକୁ ଚାହୁଁଥିବାରୁ ସେ ଅଭିନୟ କ୍ଷେତ୍ରରୁ ବିରତ ରହିବାକୁ ନିଷ୍ପତ୍ତି ନେଲେ । ଅନଘା ଏବେ ସମ୍ପୂର୍ଣ୍ଣ ରୂପେ କୃଷ୍ଣ ଭକ୍ତିରେ ଲୀନ ହୋଇ ଯାଇଛନ୍ତି । ଆକ୍ଟିଙ୍ଗରୁ ବ୍ରେକ ନେବା ସମୟରେ ଅନଘା କହିଥିଲେକି ଯେଉଁ କ୍ଷେତ୍ରରୁ ସେ ବିରତି ନେବାକୁ ଯାଉଛନ୍ତି ଏହା ସମ୍ପୂର୍ଣ୍ଣ ରୂପେ ଭିନ୍ନ । ଏଠି ରହିବା ଦ୍ୱାରା ତାଙ୍କ ବିଚାର ଧାରା ବି ଧୀରେ ଧୀରେ ବିଗିଡି ବାରେ ଲାଗିଛି । ଏହା ଆପଣଙ୍କୁ ଏମିତି କରିଦିଏ ଆପଣ ଯାହା ନୁହନ୍ତି । କୌଣସି ଏକ କ୍ଷେତ୍ରରୁ ଆପଣଙ୍କ ବିଶ୍ୱାସ ହଟାଇ ଦିଏ । ଆପଣ ମାନେ ଅନଘାଙ୍କ ଇନ୍ଷ୍ଟଗ୍ରାମ ଦେଖି ବୁଝି ପାରୁଥିବେ ତାଙ୍କ ଜୀବନ କେତେ ପରିମାଣରେ ବଦଳି ଯାଇଛି ।

anagha bhosle

ତାଙ୍କ ଫଟୋ ଗୁଡ଼ିକରୁ ଯାହା ଜଣାଯାଉଛି ସେ ରାଧାନାଥ ସ୍ୱାମୀଙ୍କ ଶିଷ୍ୟ ପାଲଟି ଯାଇଛନ୍ତି । ଆଉ ଏବେ ଏକ ଆଶ୍ରମରେ ବାସ କରୁଛନ୍ତି । ତାଙ୍କର ଅନେକ ଫଟୋରେ ତାଙ୍କ ହାତରେ ମାଳା ଥିବାବେଳେ ନିୟମିତ ରୂପେ ସେ ମନ୍ତ୍ରଜପ କରନ୍ତି ।  ନିଜର ଏକ ଫୋଟୋ ସେୟାର କରି ସେ ତାହା ଉପରେ ଲେଖିଛନ୍ତିକି, ପବନ ଓ ଦିବ୍ୟତା ସହିତ ଏକ ଦିବ୍ୟ ସମ୍ପର୍କ ରହିଛି । ଏହା ଏତେ ଗଭୀଯେ ଆପଣ ଏଥିରେ ଆରାମରେ ପହଁରି ପାରିବେ । କେବଳ ମାତ୍ର ମନ୍ତ୍ର ଜପ କରି ଆପଣ ତାଙ୍କୁ ପ୍ରକଟ କରିପାରିବେ । ଇନ୍ଷ୍ଟଗ୍ରାମରେ ସେୟାର ହୋଇଥିବା ଫଟୋ ଗୁଡ଼ିକରୁ ଯାହା ଜଣାଯାଉଛି ସେ ଗୋମାତାଙ୍କ ସେବା କରୁଛନ୍ତି । ଆଉ ଗୋମାତାଙ୍କ ଉପରେ ତାଙ୍କର ଅଖଣ୍ଡ ଶ୍ରଦ୍ଧା ତଥା ବିଶ୍ୱାସ ରହିଛି । ଏକ କ୍ୟାପ୍ସନରେ ଲେଖିଛନ୍ତିକି ଗୋମାତାଙ୍କ ଠାରେ ବ୍ରହ୍ମା ବାସ କରନ୍ତି ଆଉ ତାଙ୍କ ଗଳାରେ ଭଗବାନ ବିଷ୍ଣୁଙ୍କ ଅବସ୍ଥାନ ରହିଛି । ତାଙ୍କ ମୁଖରେ ସ୍ୱୟଂ ମହାଦେବ ରୁହନ୍ତି । ଆଉ ତାଙ୍କ ପେଟରେ ସମସ୍ତ ଦେବଦେବୀ ବାସ କରନ୍ତି ।

ନିଜ ୟୁଟ୍ୟୁବ ଚ୍ୟାନେଲରେ ବି ଅନଘା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଭଜନ କୀର୍ତ୍ତନ କରୁଥିବା ନଜର ଆସିଛନ୍ତି । ତାଙ୍କ ଚ୍ୟାନେଲରେ ଏମିତି ବି କିଛି ଭିଡିଓ ଅଛି ଯେଉଁଥିରେ ସେ ଭାରତର କେତେକ କୁପୋଷିତ ପିଲାଙ୍କୁ କାମ ଦେବାକୁ ଚାହୁଁଛନ୍ତି । ଏକ ଛୋଟ ଭିଡିଓରେ ସେ ଫିଲ୍ମ ଦୁନିଆରୁ ଭକ୍ତି କ୍ଷେତ୍ରକୁ ଆସିବା ବିଷୟରେ ବି ବର୍ଣ୍ଣନା କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.