ମୁମ୍ବାଇ ଛାଡିଲେ ଅନୁରାଗ, କହିଲେ ସିନେମା ଦୁନିଆର ଲୋକଙ୍କ ଠାରୁ ଦୂରେଇ ରହିବାକୁ ଚାହୁଁଛି

ଦିଲ୍ଲୀ : ଅନୁରାଗ କଶ୍ୟପଙ୍କୁ ନେଇ ଏବେ ବଲିଉଡରେ ଖୁବ୍ ଚର୍ଟ୍ଟା । ତେବେ ଅନୁରାଗ ବଲିଉଡ୍କୁ କହିଛନ୍ତି ବାଏ ବାଏ । ସେ ବଲିଉଡ୍ ଛାଡିଦେଇଛନ୍ତି । ଯାହାକୁ ନେଇ ସବୁଠି ଚର୍ଚ୍ଚା ହେବା ସହ ଏହି ଖବର ଶୁଣି କିଛି ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି । ସେ ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର, ଚଳଚ୍ଚିତ୍ର ପ୍ରଯୋଜକ ଏବଂ ଅଭିନେତା । ତେବେ ଅନୁରାଗ ମୁଖ୍ୟତଃ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ଚଳଚ୍ଚିତ୍ର ଜଗତରେ ଅନୁରାଗଙ୍କର ଅବଦାନ ପାଇଁ ଫ୍ରାନ୍ସ ସରକାର ତାଙ୍କୁ ୨୦୧୩ ମସିହାରେ ସମ୍ମାନିତ କରିଥିଲେ ।
ସେ ଫିଲ୍ମ ଲୋକଙ୍କଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଏହି ସିନେମା ଶିଳ୍ପ ଅତ୍ୟଧିକ ବିଷାକ୍ତ ହୋଇଗଲାଣି । ସମସ୍ତେ ଟଙ୍କା ପଛରେ ଗୋଡ଼ାଉଛନ୍ତି ବୋଲି କହିଛନ୍ତି । ପରବର୍ତ୍ତୀ ୫୦୦ କିମ୍ବା ୮୦୦ କୋଟି ଟଙ୍କାର ଫିଲ୍ମ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ବର୍ତମାନ କିଏ ମଧ୍ୟ କ୍ରିଏଟିଭ କୁ ଗୁରିତ୍ବ ଦେଉନାହାନ୍ତି ବୋଲି ଅନୁରାଗ କହିଛନ୍ତି ।
ସିନେମାରେ ଆଉ ବାସ୍ତବତା ଦେଖିବାକୁ ମିଳୁ ନାହିଁ । ଆଖି ସାମ୍ନାରେ ସବୁକିଛି ହଜିଗଲା ଭଳି ଲାଗୁଛି । ଲାଭ କେମିତି ମିଳିବ ସମସ୍ତେ ସେଦିଗରେ ସମସ୍ତେ ହଜି ଯାଇଛନ୍ତି । ସହର ଛାଡ଼ିବାକୁ ନେଇ ଅନୁରାଗ କହିଛନ୍ତି ଗୋଟିଏ ସହର କେବଳ ଆକୃତି ଦ୍ବାରା ନୁହେଁ ଲୋକଙ୍କ ଦ୍ବାରା ବି ତିଆରି ହୋଇଥାଏ । ମୁମ୍ବାଇରେ ଲୋକମାନେ ସର୍ବଦା ଆପଣଙ୍କ ଗୋଡ଼କୁ ତଳକୁ ଟାଣିବାକୁ ଚେଷ୍ଟା କରନ୍ତିବୋଲି କହିଛନ୍ତି ଅନୁରାଗ ।
ତେବେ ଅନୁରାଗ ବାଙ୍ଗାଲୁରୁ ଚାଲିଯାଇଛନ୍ତି ବୋଲି ସୁଚନା ମିଳିଛି । ସେ ଦକ୍ଷିଣ ଭାରତୀୟ ଫିଲ୍ମରେ କାମ କରିବା ପାଇଁ ତାଙ୍କର ଇଛା ରହିଛି । କାରଣ ତାଙ୍କୁ ସେଠାରେ କାମ କଲେ ତାଙ୍କୁ ଅଧିକ ସନ୍ତୁଷ୍ଟ ଲାଗିବ । ଏହା ପୁର୍ବରୁ ଅନୁରାଗ କଶ୍ୟପ ଅଭିଯୋଗ କରିଥିଲେ କି ସେ ନିଜ ଇଣ୍ଡଷ୍ଟ୍ରିକୁ ପସନ୍ଦ କରନ୍ତି ନାହିଁ ।
ଅନୁରାଗ କଶ୍ୟପ ଡକେତ ରେ ନଜର ଆସିବେ । ଯେଉଁଠାରେ ସେ ଜଣେ ପୋଲିସ ଭୂମିକାରେ ଅଭିନୟ କରିବେ। ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସୁଟିଂ ହୋଇଥିବା ଏହି ଦ୍ୱିଭାଷୀ ଚଳଚ୍ଚିତ୍ରରେ ଆଦିବି ସେଶ୍ ଏବଂ ମୃଣାଲ୍ ଠାକୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ମୁକ୍ତି ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।
Also read: ହନିମୁନରେ ଅନୁରାଗ କାଶ୍ୟପଙ୍କ ଝିଅ ଆଲିୟା, ସ୍ୱାମୀଙ୍କ ସହ ହେଲେ ରୋମାଣ୍ଟିକ୍, ସେୟାର କଲେ ଫଟୋ