ଐତିହାସିକ ବିଜୟ ପରେ ବୃନ୍ଦାବନରେ ପହଞ୍ଚିଲେ ବରୁଷ୍କା, ପ୍ରେମାନନ୍ଦ ମହାରାଜୀଙ୍କଠାରୁ ନେଲେ ଆଶୀର୍ବାଦ

ଇଣ୍ଡିଆନ୍ ପ୍ରିମିୟର ଲିଗରେ ଗୁଜୁରାଟ ଟାଇଟନ୍ସ ବିରୋଧରେ ରୟାଲ ଚ୍ୟାଲେଞ୍ଜର୍ସ ଖେଳି ଐତିହାସିକ ବିଜୟ ହାସଲ କରିଥିଲା । ଏହି ଚମତ୍କାର ବିଜୟ ପରେ କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ପୁଣି ଆଧ୍ୟାତ୍ମିକ ଯାତ୍ରାରେ ବାହାରି ପଡିଥିଲେ । ଗତକାଲି ଚର୍ଚ୍ଚିତ ଦମ୍ପତ୍ତି ବୃନ୍ଦାବନର ପ୍ରେମାନନ୍ଦ ମହାରାଜ ଜୀଙ୍କ ଆଶ୍ରମରେ ଯାଇ ପହଞ୍ଚିଥିଲେ । ବିରାଟ ଓ ଅନୁଷ୍କା ରାଧା କେଳିକୁଞ୍ଜ ଆଶ୍ରମରେ ପହଞ୍ଚିବା ପରେ ମୁଣ୍ଡ ନୁଆଇଁ ପ୍ରେମାନନ୍ଦ ମହାରାଜ ଜୀଙ୍କଠାରୁ ଆଶୀର୍ବାଦ ନେଇଥିଲେ । ଯାହାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି ।

ଏହି ଭାଇରାଲ ହେଉଥିବା ଭିଡିଓରେ ଦୁହିଁଙ୍କୁ ସାଧାରଣ ଗେଟଅପରେ ଦେଖିବାକୁ ମିଳିଛି । ଦୁହେଁ ମାସ୍କ ମଧ୍ୟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଅନୁଷ୍କା ଗୋଟିଏ ଗୋଲାପୀ ରଙ୍ଗର ସାଲୱାର ସୁଟ୍ ଡ୍ରେସରେ ନଜର ଆସିଥିବାବେଳେ ବିରାଟ କୋହଲି ମାଟିଆ ରଙ୍ଗର ଛୋଟ କୁର୍ତ୍ତା ଏବଂ ବେଜ୍ ଟ୍ରାଉଜରରେ ନଜର ଆସିଛନ୍ତି । ଉଭୟେ ଖାଲି ପାଦରେ ଚାଲୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥିସହିତ ତାଙ୍କର ଏହି ଚମତ୍କାର ବିଜୟର ଖୁସି ପ୍ରେମାନନ୍ଦ ମହାରାଜଙ୍କ ସହ ବାଣ୍ଟିଛନ୍ତି । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଭିଡିଓ ଓ ଫଟୋ ଭାଇରାଲ ହେବା ପରେ ଫ୍ୟାନ୍ସଙ୍କ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଏହି ଐତିହାସିକ ବିଜୟ ପରେ ଅନୁଷ୍କା ଶର୍ମା ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ସୁନ୍ଦର ଏବଂ ଭାବପ୍ରବଣ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଅନୁଷ୍କା ବିରାଟଙ୍କ ମଥାରେ କିସ୍ କରୁଥିବାର ଦେଖିବାକୁ ମିଳିଛି । ଏଥିସହ ଦୁହେଁ IPLଟ୍ରଫି ମଧ୍ୟ ଧରିଛନ୍ତି । ଏହା ବ୍ୟତୀତ ଅନ୍ୟ ଭିଡିଓରେ ବିରାଟ ଏହି ବିଜୟ ହାସଲ ଖୁସିରେ ନାଚୁ ଥିବାର ମଧ୍ୟ ଦେଖିବାକୁ ମିଳିଛି । ତାଙ୍କ ସହ ଦିନେଶ କାର୍ତ୍ତିକ ନାଚୁଥିବା ନଜର ଆସିଛି ।

Also Read : ଅଭିନେତ୍ରୀ ରବିନା ଟଣ୍ଡନଙ୍କ ମା’ଙ୍କ ଘରୁ ଚୋରି ମାମଲାରେ ଘର ସହାୟିକା ଗିରଫ, ୨୫ ଲକ୍ଷ ଟଙ୍କାର ଗହଣା ଏବଂ ଦାମୀ ଘଣ୍ଟା…