ମାଳଦ୍ୱୀପରେ ଝିଅ ଭାମିକାକୁ ସାଇକେଲରେ ବସାଇ ବୁଲିଲେ ଅନୁଷ୍କା, ସେୟାର କଲେ ଫଟୋ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଏବେ ମାଳଦ୍ୱୀପରେ ଛୁଟି କାଟିବାକୁ ଯାଇଥିଲେ। ଯାହାର ଫଟୋ ଏବଂ ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ। ଅନୁଷ୍କା ନିକଟରେ ବିରାଟ ଏବଂ ଝିଅ ଭାମିକାଙ୍କ ସହିତ ମାଳଦ୍ୱୀପ ଛୁଟି କଟାଇବାକୁ ଯାଇଥିଲେ। ଅନୁଷ୍କା ଅରେଞ୍ଜ କଲ ସ୍ୱିମେଓ୍ଵୟର ଏବଂ କଳା ରଙ୍ଗର ମୋନୋକିନ ପିନ୍ଧିଥିବା ଫଟୋ ସେୟାର କରିଛନ୍ତି। ଅନୁଷ୍କା ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ ଅନୁଷ୍କା ଝିଅ ଭାମିକାକୁ ସାଇକେଲରେ ବସାଇ ବୁଲୁଥିବା ନଜର ଆସିଥିଲେ। ହେଲେ ଏଥିରେ ଭାମିକାଙ୍କ ଚେହେରା ଦେଖିବାକୁ ମିଳିନାହିଁ।

ଅନୁଷ୍କା, ବିରାଟ ଏବଂ ଭାମିକା ଛୁଟି କାଟି ଘରକୁ ଫେରିଛନ୍ତି । ଏହାର କିଛି ଥ୍ରୋ-ବ୍ୟାକ୍ ଭିଡିଓ ଅଭିନେତ୍ରୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯେଉଁଥିରେ ସେ ସାଇକେଲ ଚଳାଇବାର ମଜା ନେଉଛନ୍ତି । ସବୁଠାରୁ ବଡ କଥା ହେଉଛି ଏହି ଭିଡିଓରେ ତାଙ୍କ ଝିଅ ଭାମିକା ମଧ୍ୟ ତାଙ୍କ ସହ ସାଇକେଲ୍ରେ ନଜର ଆସିଛି । ଦୁହେଁ ସାଇକେଲ୍ ରାଇଡ୍ର ମଜା ଉଠାଉଛନ୍ତି । ଏହି ସୁନ୍ଦର ଭିଡିଓ ସେୟାର କରି ଅନୁଷ୍କା ଏକ ମଜାଦାର କ୍ୟାପସନ୍ ମଧ୍ୟ ଲେଖିଛନ୍ତି, ମୋର ଦୁଇ ପ୍ରିୟଙ୍କ ସହିତ ବେଷ୍ଟ ମେମୋରୀ । ବହୁତ ମନେ ପଡୁଛି…।

 

View this post on Instagram

 

A post shared by AnushkaSharma1588 (@anushkasharma)

ଏହା ପୂର୍ବରୁ ଅନୁଷ୍କା ବ୍ଲାକ୍‌ ସୁଇମସୁଟ୍‌ରେ ନିଜର ଫଟୋ ସେୟାର କରିଥିଲେ। ଅନୁଷ୍କା ଇନଷ୍ଟାରେ ଏହି ଫଟୋ ସେୟାର କରି ଲେଖିଥିଲେ, ଏବେ ସୂର୍ଯ୍ୟ ମୋତେ ଲାଜକୁଳି କରିଦେଲା।

 

View this post on Instagram

 

A post shared by AnushkaSharma1588 (@anushkasharma)

ଅନୁଷ୍କା ସବୁବେଳେ ଆକର୍ଷଣୀୟ ଲୁକ୍ ଓ ଅଭିନୟ ପାଇଁ ଚର୍ଚ୍ଚାରେ ଥାଆନ୍ତି। ଦୀର୍ଘ ବର୍ଷ ପରେ ଏବେ ବଡ ପରଦାକୁ ଫେରୁଛନ୍ତି । ଏହି ସମୟରେ ତାଙ୍କ ଆଗାମୀ ଫିଲ୍ମ ଚକଦା ଏକ୍ସପ୍ରେସ୍ ପାଇଁ ବ୍ୟସ୍ତ ଅଛନ୍ତି । ଏଥିପାଇଁ ଅନୁଷ୍କା ଖୁବ୍ କଠିନ ପରିଶ୍ରମ କରୁଛନ୍ତି । ଏହା ବ୍ୟତୀତ ତାଙ୍କ ସ୍ୱାମୀ ବିରାଟଙ୍କ ଠାରୁ ମଧ୍ୟ କ୍ରିକେଟ୍ ବିଷୟରେ ତାଲିମ ନେଉଥିବାର ଦେଖିବାକୁ ମିଳିଛି । ଶେଷ ଥର ପାଇଁ ଅନୁଷ୍କାଙ୍କୁ ଶାହରୁଖ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ସହିତ ୨୦୧୮ ମସିହାରେ ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା ।

 

View this post on Instagram

 

A post shared by AnushkaSharma1588 (@anushkasharma)