ମେଲବୋର୍ଣ୍ଣରେ କୋହଲି, କୋଲକତାରେ ଘୁଗୁନୀ ଓ ବ୍ରେଡର ମଜା ନେଉଛନ୍ତି ଅଭିନେତ୍ରୀ ଅନୁଷ୍କା ଶର୍ମା

ଆଜି ରବିବାର ଥିଲା ମେଲବୋର୍ଣ୍ଣରେ ଭାରତ-ପାକ୍‌ ଟି-୨୦ ମ୍ୟାଚ୍‌ । କ୍ରିକେଟ ଫିଲ୍ଡରେ ବିରାଟ କୋହଲି ଛକା ଚଉକା ମାରି ଭାରତକୁ ଜିତାଇବାରେ ଶ୍ରେୟ ନେଇଛନ୍ତି । ଏପଟେ ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା କୋଲକାତାରେ ଫିଲ୍ମ ସୁଟିଂ ଅବସରରେ ଘୁଗୁନୀ ଓ ବ୍ରେଡର ମଜା ନେଉଛନ୍ତି ।

ଏଥର କୋହଲିଙ୍କ ସହ କ୍ରିକେଟ ଖେଳ ଦେଖିବାକୁ ଯାଇ ନାହାଁନ୍ତି ଅନୁଷ୍କା । କାରଣ କୋଲକାତାରେ ଚାଲିଛି ତାଙ୍କର ଫିଲ୍ମ ସୁଟିଂ । ଏହି ସୁଟିଂ ସମୟରେ ଅନୁଷ୍କା ଘୁଗୁନୀ ଓ ବ୍ରେଡ ଖାଉଥିବା ନେଇ ଫଟୋ ସେୟାର କରିଛନ୍ତି ।

ghuguni
photo : abplive.com

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଗତ ୪ ବର୍ଷ ଧରି ଫିଲ୍ମ ଠାରୁ ଦୂରରେ ଥିଲେ । ଅନୁଷ୍କାଙ୍କୁ ଶେଷ ଥର ପାଇଁ ଶାହାରଖ ଖାନଙ୍କ ସହ ଫିଲ୍ମ ‘ଜିରୋ’ ରେ ଦେଖାଯାଇଥିଲା । ଖୁବ ଶୀଘ୍ର ଅନୁଷ୍କା ଫିଲ୍ମ ‘ଚକଦା ଏକ୍ସପ୍ରେସ’ ରେ ନଜର ଆସିବେ । ଏବେ ଅନୁଷ୍କାଙ୍କ ଏହି ଫିଲ୍ମର ସୁଟିଂ ଚାଲିଛି କୋଲକାତାରେ ।

ଅନୁଷ୍କା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହିଥାନ୍ତି । ସୁଟିଂ ସେଟରେ ସକାଳ ଜଳଖିଆ ରେ ସେ ଘୁଗୁନୀ ଓ ବ୍ରେଡ ଖାଉଥିବା ନେଇ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.