ସମୁଦ୍ର କୂଳରେ ନିଜ ବେବି ବମ୍ପକୁ ଗର୍ବର ସହ ଦେଖାଇଲେ ଅନୁଷ୍କା ଶର୍ମା, କହିଲେ ନିଜ ପ୍ରେଗନାନ୍ସି ଅନୁଭୂତି

ଇଣ୍ଡିଆନ କ୍ରିକେଟ ଟିମର କ୍ୟାପଟେନ ବିରାଟ କୋହଲିଙ୍କ ସ୍ତ୍ରୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ନିଜ ପ୍ରେଗନାନ୍ସି ପିରିୟଡ ଉପଭୋଗ କରୁଛନ୍ତି। ଏବେ ଅନୁଷ୍କା ସମୁଦ୍ର କୂଳରେ ବେବି ବମ୍ପ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତେବେ ସେୟାର କରିବାର ମାତ୍ର କିଛି ଘଣ୍ଟା ଭିତରେ ଫଟୋଟି ଖୁବ ଭାଇରଲ ହେବାରେ ଲାଗିଛି। ଏ ପର୍ଯ୍ୟନ୍ତ ଏହାକୁ ୨୩ ଲକ୍ଷରୁ ଅଧିକ ଲାଇକ ମିଳିସାରିଲାଣି।

nb

ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଅନୁଷ୍କା ଲେଖିଛନ୍ତି, ‘ଏହାଠାରୁ ଅଧିକ ସତ ଏବଂ ସୁଖଦ ଅନୁଭବ ଆଉ କିଛି ବି ନୁହେଁ। ଆପଣଙ୍କ ଭିତରେ ଏକ ନୂଆ ଜୀବନର ନିର୍ମାଣ ହେଉଛି’। ଅନୁଷ୍କାଙ୍କ ଏହି ପୋଷ୍ଟ ଉପରେ ବିରାଟ କୋହଲି ପ୍ରତିକ୍ରିୟା ରଖି ଲେଖିଛନ୍ତି, ‘ମୋର ପୂରା ସଂସାର ଗୋଟିଏ ଫ୍ରେମରେ ଆସିଯାଇଛି’। କିଛିଦିନ ତଳେ ବିରାଟ କୋହଲି ଆଇପିଏଲ ପୂର୍ବରୁ ଫ୍ୟାନମାନଙ୍କୁ ବହୁତ ବଡ଼ ଖୁସି ଖବର ଦେଇଥିଲେ। ସେ କହିଥିଲେ କି, ସେ ବାପା ହେବାକୁ ଯାଉଛନ୍ତି। ତାଙ୍କ ପିଲାର ଜନ୍ମ ୨୦୨୧ ଜାନୁୟାରୀରେ ହେବ। ବର୍ତ୍ତମାନ ବିରାଟ କୋହଲି ଆଇପିଏଲ ପାଇଁ ୟୁଏଇରେ ଅଛନ୍ତି।

 

View this post on Instagram

 

Nothing is more real & humbling than experiencing creation of life in you . When this is not in your control then really what is ?

A post shared by AnushkaSharma1588 (@anushkasharma) on

You might also like