ବିରାଟ କୋହଲିଙ୍କ ସହ ପ୍ରାଇଭେଟ୍‌ ଟାଇମ୍‌ ବିତାଇବା ବେଳର ଫଟୋ ଉଠାଇବାରୁ ବିରକ୍ତ ହେଲେ ଅନୁଷ୍କା ଶର୍ମା, କହିଲେ ଏମିତି କଥା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ବିରାଟ କୋହଲି ସୋସିଆଲ ମିଡିଆରେ ପ୍ରାୟତଃ ନିଜ କଡ଼ା ମନ୍ତବ୍ୟ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। ଏବେ ପୁଣିଥରେ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ନିଜ ଫଟୋକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିରାଟଙ୍କ ସହ ପ୍ରାଇଭେଟ୍‌ ଫଟୋ କ୍ଲିକ୍‌ କରିବା ନେଇ ଅନୁଷ୍କା ଶର୍ମା ଫଟୋଗ୍ରାଫରଙ୍କ କ୍ଲାସ ନେଇଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)

ରିପୋର୍ଟ ମୁତାବକ, ବିରାଟ ଓ ଅନୁଷ୍କା ନିଜ ଘରର ଲବିରେ କିଛି ସମୟ ବିତାଉଥିଲେ। ଏହି ସମୟରେ ଜଣେ ଫ୍ୟାନ୍‌ ତାଙ୍କର ଫଟୋ ଉଠାଇ ତାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଫ୍ୟାନ୍‌ଙ୍କର ଏହି କାରନାମା ଅନୁଷ୍କାଙ୍କୁ ଜମାରୁ ବି ପସନ୍ଦ ଆସିନାହିଁ। ସେ ଫ୍ୟାନ୍‌ଙ୍କ ଉପରେ ପ୍ରବଳ ବିରକ୍ତ ହୋଇଛନ୍ତି।

anuska

ସେ ଏହି ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରୀରେ ସେୟାର କରି ଲେଖିଛନ୍ତି, ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କିଛି ଫଟୋଗ୍ରାଫର ଆମର ପ୍ରାଇଭେସୀ ଫଟୋ ଉଠାଇ ସେୟାର କରୁଛନ୍ତି। ଏବେ ଏସବୁକୁ ବନ୍ଦ କରନ୍ତୁ’। ପ୍ରକାଶ ଯେ ଅନୁଷ୍କା ଖୁବ୍‌ଶୀଘ୍ର ନିଜ ପ୍ରଥମ ସନ୍ତାନ ଜନ୍ମ ଦେବେ। ଏଣୁ ସେ ବାରମ୍ବାର କ୍ଲିନିକ୍‌ ଯାଇଥିବା ଦେଖିବାକୁ ମିଳୁଛି। ଏଥିସହ ଯେ ଫିଟ୍‌ ରହିବା ପାଇଁ ଯୋଗ ଓ ଓ୍ଵାର୍କଆଉଟ୍‌ ମଧ୍ୟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.