ମନୋରଂଜନ

ବିରାଟଙ୍କୁ ଜଣେ ଭଲ କ୍ୟାପଟେନ କହି ଅନୁଷ୍କା ଦେଲେ ସ୍ନେହଭରା ଟ୍ରିବ୍ୟୁଟ

ଗତ ମାସରେ ଭାରତର  ଦିନିକିଆ ଏବଂ ଟି -୨୦ ଅଧିନାୟକ ପଦରୁ ଇସ୍ତଫା ଦେଇଥିବା ବିରାଟ କୋହଲି ଟେଷ୍ଟ ଫର୍ମାଟରେ ମଧ୍ୟ ସେପରି କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ଗତକାଲି, ଶନିବାର ସନ୍ଧ୍ୟାରେ ସୋସିଆଲ ମିଡିଆରେ ନିଜର ନିଷ୍ପତ୍ତି ଘୋଷଣା କରିଛନ୍ତି। ତେବେ ଟେଷ୍ଟ କ୍ରିକେଟ୍‌ ଅଧିନାୟକ ପଦ ଛାଡ଼ିଛନ୍ତି ବିରାଟ କୋହଲି । ଏକଥା ସେ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଓ ଇନସ୍ତାଗ୍ରାମ ଜରିଆରେ ନିଜ ଫାନ୍ସଙ୍କୁ ଜଣାଇଥିଲେ।

ତେବେ ନିଜେ ଜଣେ ଭଲ ଖେଳାଳୀ ହୋଇଥିଲେ ମଧ୍ୟ ଅନେକ ସମୟରେ କ୍ୟାପଟେନ ଭାବେ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ତେଣୁ ଟୁଇଟ୍‌ରେ କୋହଲି ଲେଖିଛନ୍ତି ଯେ ଗତ ୭ ବର୍ଷ ହେଲା ସେ ବହୁତ ପରିଶ୍ରମ କରିଛି । ଦଳକୁ ସଠିକ ଦିଗରେ ନେବା ପାଇଁ ଅନବରତ ଚେଷ୍ଟା କରିଛନ୍ତି । ନିଜର ଦାୟିତ୍ୱ ଭଲ ଭାବେ ସମ୍ଭାଳିଛନ୍ତି । ତା ଭିତରେ ମଧ୍ୟ ତାଙ୍କୁ ଅନେକ ସଫଳତା ଓ ବିଫଳତାର ସାମନା କରିବାକୁ ପଡ଼ିଛି । ତଥାପି ସେ ତାଙ୍କର ୧୨୦ ପ୍ରତିଶତ ଉଦ୍ୟମ ଜାରିରଖିଥିଲେ। ତାଙ୍କୁ କ୍ୟାପଟେନ ଭାବେ ଚୟନ କରିଥିବାରୁ ସେ ଏମଏସ ଧୋନୀ ଓ ରବି ଶାସ୍ତ୍ରୀଙ୍କୁ ଏବଂ ଏହା ସହ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି।

ତେବେ ନିଜ ସ୍ବାମୀଙ୍କର ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ପରେ ଅନୁଷ୍କା ଶର୍ମା ବିରାଟଙ୍କ ପାଇଁ ପ୍ରେମ ଭରା ନୋଟ ଲେଖି ତାଙ୍କୁ ଟ୍ରିବ୍ୟୁଟ୍ ଜଣାଇଛନ୍ତି। ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ନିଜ ହାତକୁ ନେଇ ପତ୍ନୀ ଅନୁଷ୍କା ଶର୍ମା ବିରାଟ କୋହଲିଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ନୋଟ୍ ଲେଖିଛନ୍ତି।

 

 

 

 

 

ଅନୁଷ୍କା ଶର୍ମା ଲେଖିଛନ୍ତି, ମୋର ମନେ ଅଛି ୨୦୧୪ ରେ ଯେତେବେଳେ ତୁମେ ମୋତେ କହିଥିଲ ଯେ ତୁମେ ଅଧିନାୟକ ହୋଇଛ। କାରଣ ଏମଏସ ଧୋନି ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି ତେବେ ଆମେ ସେତେବେଳେ ଜୋକ୍ କରି କହିଥିଲୁ ଏହି କ୍ୟାପଟେନସିପରେ ହିଁ ହୁଏତ ତମେ ବୁଢ଼ା ହୋଇଯିବ । ମୁଁ ତୁମର ସଂଘର୍ଷ ଦେଖିଛି, ତମ ସହିତ ସେହି ସଂଘର୍ଷରେ ସାଥ ଦେଇଛି।

ଭାରତୀୟ ଜାତୀୟ କ୍ରିକେଟ୍ ଦଳର ଅଧିନାୟକ ଭାବରେ ତୁମର ଅଭିବୃଦ୍ଧି ଓ ସଫଳତା ପାଇଁ ମୁଁ ଗର୍ବିତ । ତୁମେ ଯାହା ବି କରିଛ ନିଜ ମନରୁ କରିଛ। ନିଜ ଦାୟିତ୍ଵକୁ ଭଲ ଭାବେ ନିଭାଇଛ । ସାରା ଜୀବନ ପାଇଁ ତୁମ ପାଇଁ ମୋ ମନରେ ଭଲ ପାଇବା ଓ ସମ୍ମାନ ରହିବା। ଆମ ଝିଅ ମଧ୍ୟ ତୁମ ଠାରୁ ଅନେକ କିଛି ଶିଖିବ। ତୁମେ ବହୁତ ଭଲ କରିଛ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

5 seconds ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

9 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

18 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

18 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

35 mins ago