ୱେବ୍ ସିରିଜ୍ ପାତାଲ ଲୋକ ଟିଜର ରିଲିଜ୍ କଲେ ଅନୁଷ୍କା ଶର୍ମା

୨୦୧୮ ମସିହାରେ ‘ଜିରୋ’ ଫିଲ୍ମ ରିଲିଜ ପରେ ଅନୁଷ୍କା ଶର୍ମା ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଏକ ପ୍ରକାର ଦୂରେଇ ଯାଇଥିଲେ। ବର୍ତ୍ତମାନ ଏକ ଲମ୍ବା ସମୟ ପରେ ଅନୁଷ୍କା ନିଜର ପ୍ରଡକ୍ସନ ହାଉସ୍‌ ‘କ୍ଲିନ ସେଲ୍ଟ’କୁ ନିଜ ଭାଇ କର୍ନେଶ୍‌ ଶର୍ମାଙ୍କ ସହ ମିଶି ତିଆରି କରିଛନ୍ତି। ଏହି ପ୍ରଡକ୍ସନ ହାଉସ୍‌ ନିର୍ମିତ ‘ପାତାଲ ଲୋକ’ ଦର୍ଶକଙ୍କ ପାଇଁ ଆସୁଛି। ଏହାର ଟିଜର୍‌ ରିଲିଜ୍‌ କଲେ ଅନୁଷ୍କା ଶର୍ମା। ଯାହାକୁ ମେ’ ୧୫ରୁ ଆମାଜନ୍‌ ପ୍ରାଇମ୍‌ରେ ଦର୍ଶକ ଦେଖିପାରିବେ।

ନିକଟରେ ଅନୁଷ୍କା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଟିଜର ଶେୟାର କରିଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସମାଜରେ ଘଟୁଥିବା କ୍ରାଇମ୍‌, ଥ୍ରୀଲର, ଆକ୍ସନ ଏବଂ ଭ୍ରଷ୍ଟାଚାରକୁ ନେଇ ଏହାର କାହାଣୀ ଆଧାରିତ। ଏହାକୁ ଦେଖିବା ପରେ ଲୋକେ ନିଜର ସମାଜିକ ଦାୟିତ୍ୱବୋଧକୁ ବୁଝିପାରିବେ। ଏଥିରେ ଲିଡ୍‌ ରୋଲ୍‌ରେ ଜୟ ଅହଲାବତ୍‌, ଗୁଲ ପନ୍ନାଗ, ଅଭିଷେକ ବାନାର୍ଜୀ, ନୀରଜ୍‌ କବି ପ୍ରମୁଖ ନଜର୍‌ ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.