ଫ୍ରଣ୍ଟଲାଇନ୍ ୱାର୍କରଙ୍କୁ ସଲାମ୍ କଲେ ବିରାଟ ଓ ଅନୁଷ୍କା, ଭିଡିଓ ସେୟାର କରି କହିଲେ ଏମିତି କଥା

କରୋନା ଭାଇରସ ସହ ଆଜି ସାରା ଦେଶ ଲଢ଼ୁଛି। ଏଭଳି ସ୍ଥିତିରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସମସ୍ତେ ଆଗକୁ ଆସି ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ନିକଟରେ ଅନୁଷ୍କା ଶର୍ମା ଓ ବିରାଟ କୋହଲି ଲୋକଙ୍କୁ ସହାୟତା କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ଷ୍ଟାର ଦମ୍ପତି #InThisTogether କ୍ୟାମ୍ପେନ ସହାୟତାରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ଏଥିରୁ ସଂଗୃହୀତ ଅର୍ଥ ରାଶିକୁ ଅସହାୟ ଲୋକଙ୍କ ପାଇଁ ଖର୍ଚ୍ଚ କରାଯିବ। ଏବେ ଏହି କପଲ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଉଭୟ ଫ୍ରଣ୍ଟଲାଇନ ୱାର୍କରଙ୍କୁ ପ୍ରଶଂସା କରିଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)

ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଉଭୟେ ଫ୍ରଣ୍ଟଲାଇନ ୱାରିୟରଙ୍କୁ ପ୍ରଶଂସା କରିଛନ୍ତି। ଏଥିସହ ଏକ ଲେଟର ବି ଲେଖିଛନ୍ତି। ସେଥିରେ ଲେଖାଯାଇଛି- ସମସ୍ତ ଫ୍ରଣ୍ଟଲାଇନ ୱାର୍କରଙ୍କୁ ଆମ ତରଫରୁ ବଡ଼ ଆଲିଙ୍ଗନ। ଯେଉଁମାନେ ଦିନରାତି ବିନା ଥକି ନିଜ ଜୀବନକୁ ବାଜିରେ ଲଗାଇ ଜନତାଙ୍କ ଜୀବନ ବଞ୍ଚାଉଛନ୍ତି। ଦେଶ ଆପଣଙ୍କ ସହ ଠିଆ ହୋଇଛି।

ସୂଚନାଯୋଗ୍ୟ ଯେ ଏହି କ୍ୟାମ୍ପେନ ପାଇଁ ବିରୁଷ୍କା ୨ କୋଟି ଟଙ୍କା ଦାନ କରିଛନ୍ତି। ଦେଶରେ ଚିକିତ୍ସା ଉପକରଣର ଅଭାବ ଯୋଗୁ ଲୋକମାନେ ଅକାଳରେ ପ୍ରାଣ ହରାଉଛନ୍ତି। ଏହା ଦେଖିବା ପରେ ଏହି ଷ୍ଟାର ଦମ୍ପତି ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

Leave A Reply

Your email address will not be published.