ଶେଷ ହେଉନି ବିରୁଷ୍କା ପ୍ରେମ : କୋହଲିଙ୍କ ଫନି ଫଟୋ ଶେୟାର କଲେ ଅନୁଷ୍କା

ମୁମ୍ବାଇ : ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ତଥା ପତି ବିରାଟ କୋହଲିଙ୍କ ଏକ ମଜାଳିଆ ଭିଡିଓ ସେୟାର କରିଛନ୍ତି ପତ୍ନୀ ଅନୁଷ୍କା ଶର୍ମା। ଏହି ଭିଡିଓରେ ବିରାଟଙ୍କ ମୁହଁରେ ଡଗି ଫିଲ୍ଟର ବ୍ୟବହାର କରିଛନ୍ତି । ଏହି ଭିଡିଓରେ ପତ୍ନୀଙ୍କୁ ଚାହିଁ କେବଳ ହସୁଛନ୍ତି ବିରାଟ।
ଭିଡିଓ ପୋଷ୍ଟ କରି ଅନୁଷ୍କା ଲେଖିଛନ୍ତି କ୍ୟୁଟି। ଏହା ସହ heart-eyes emoji ଲେଖିଛନ୍ତି ସେ। ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ଥାଆନ୍ତି ବିରୁଷ୍କା। ପରସ୍ପର ପ୍ରତି ଭଲପାଇବା ଜାହିର କରିବା ସହ ଫନି ମୁମେଣ୍ଟ ବି ଫ୍ୟାନଙ୍କ ସହ ଶେୟାର କରନ୍ତି।