ମନୋରଂଜନ

ହାତକୁ ଦି ହାତ ହେବେ ଅନୁଷ୍କା ଶେଟ୍ଟୀ, ଖୁବ୍‌ ଶୀଘ୍ର କରିବେ ବିବାହ !

ବାହୁବଲୀର ଫେମ୍‌ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ ତାଙ୍କ ବିବାହ ଖବରକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ଅନୁଷ୍କା ଶେଟ୍ଟୀ ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବେ। ଏହି ଅଭିନେତ୍ରୀ ନିର୍ଦ୍ଦେଶକଙ୍କ ସହ ଦୁଇଟି ହିଟ୍ ଫିଲ୍ମ କରିଛନ୍ତି। ଖବର ଅନୁଯାୟୀ ଅନୁଷ୍କା ଶର୍ମାଙ୍କ ବିବାହରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗଦେବେ।

ବାହୁବଳୀ ଫେମ କେବେ ଓ କାହାକୁ ବିବାହ କରିବେ ସେ ଅପେକ୍ଷାର ଅଛନ୍ତି ଅନୁଷ୍କାଙ୍କ ପ୍ରଶଂସକ। ଏହି କ୍ରମରେ ଖବର ଆସିଛି କି ଅଭିନେତ୍ରୀ ଜଣକ ଜଣେ ଜଣାଶୁଣା ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ଏନେଇ କୌଣସି ଅଧିକାରିକ ଘୋଷଣା କରି ନାହାନ୍ତି ଅନୁଷ୍କା । ବାହୁବଳୀ ଫେମ କେବେ ଓ କାହାକୁ ବିବାହ କରିବେ ସେ ଅପେକ୍ଷାର ଅଛନ୍ତି ଅନୁଷ୍କାଙ୍କ ପ୍ରଶଂସକ। ଏହି କ୍ରମରେ ଖବର ଆସିଛି କି ଅଭିନେତ୍ରୀ ଜଣକ ଜଣେ ଜଣାଶୁଣା ତେଲୁଗୁ ନିର୍ଦ୍ଦେଶକଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ଏନେଇ କୌଣସି ଅଧିକାରିକ ଘୋଷଣା କରି ନାହାନ୍ତି ଅନୁଷ୍କା ।

ପୂର୍ବରୁ ଶୁଣିବାକୁ ମିଳିଥିଲା ବାହୁବଲୀ ଫେମ୍‌ ପ୍ରଭାସ ଏବଂ ଅନୁଷ୍କା ଶେଟ୍ଟୀ ଦୁହେଁ ଦୁହିଁଙ୍କୁ ଡେଟିଂ କରୁଛନ୍ତି। ଉଭୟ ବିବାହ କରିବାକୁ ଯାଉଥିବାର ଖବର ବି ଆସିଥିଲା। ଏହି ଗୁଜବ ମଧ୍ୟରେ ଅଭିନେତ୍ରୀ ତାଙ୍କ ନିରବତାକୁ ଭାଙ୍ଗି କହିଛନ୍ତି ଯେ ମୁଁ ପ୍ରଭାସଙ୍କୁ ୧୫ ବର୍ଷରୁ ଅଧିକ ସମୟରୁ ଜାଣିଛି ଏବଂ ସେ ମୋର ଜଣେ ବିଶେଷ ତଥା ସ୍ପେଶାଲ୍‌ ବନ୍ଧୁ। ଯଦି ଆମ ମଧ୍ୟରେ କିଛି ଥାଆନ୍ତା, ତେବେ ଏହା ବାହାରକୁ ଆସିଥାନ୍ତା। ସେମିତି କିଛି ନାହିଁ।

ଏହା ପୂର୍ବରୁ କିଛି ରିପୋର୍ଟରେ କୁହାଯାଇଥିଲା ଅନୁଷ୍କା ହାଇଦ୍ରାବାଦର ଜଣେ ବ୍ୟବସାୟୀଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏହି କଥାକୁ ଅସ୍ବୀକାର କରି ସେ କହିଥିଲେ, ମୁଁ ଯେତେବେଳେ ବିବାହ କରିବି, ମୁଁ ନିଶ୍ଚିତ ଭାବରେ ସମସ୍ତଙ୍କୁ କହିବି। କିନ୍ତୁ ତେଲଗୁ ନିର୍ଦ୍ଦେଶକଙ୍କୁ ବିବାହ ଖବରକୁ ସେ ଏପର୍ଯ୍ୟନ୍ତ ଏଡାଇ ନାହାନ୍ତି।

ଅନୁଷ୍କା ଶେଟ୍ଟୀ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ସେ ବାହୁବଲୀ ଫିଲ୍ମରୁ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ। ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଅଭିନେତ୍ରୀ ଖୁବ୍ ଶୀଘ୍ର ରାଘବ ଲରେନ୍ସଙ୍କ ଫିଲ୍ମ ଚନ୍ଦ୍ରମୁଖୀ-୨ରେ ନଜର ଆସିବେ।

Barsha

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

7 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

7 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

11 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

34 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

42 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

48 mins ago