ଝିଅକୁ କୋଳରେ ଧରି କୋଲକତା ଗଳିରେ ବୁଲୁଛନ୍ତି ଅନୁଷ୍କା, ଖାଉଛନ୍ତି ଷ୍ଟ୍ରିଟ୍ ଫୁଡ୍; ସାମ୍ନାକୁ ଆସିଲା ଫଟୋ

ଅଭିନେତ୍ରୀ ଅନୁଷ୍କା ଶର୍ମା ଝିଅ ଭାମିକା ସହିତ କୋଲକତାର ଗଳିରେ ବୁଲୁଥିବାର ନଜର ଆସିଛନ୍ତି। ଅନୁଷ୍କା ଶର୍ମା ନିଜର ଫିଲ୍ମ ‘ଚକଦା ଏକ୍ସପ୍ରେସ’ର ସୁଟିଂ ସାରିବା ପରେ କୋଲକତାରେ ଛୁଟି କାଟୁଛନ୍ତି। ବିରାଟ ସେପଟେ ଟି-୨୦ ବିଶ୍ୱକପ ମ୍ୟାଚ୍ ପାଇଁ ବ୍ୟସ୍ତ ଥିବା ବେଳେ ଏପଟେ ଅନୁଷ୍କା ଫିଲ୍ମ ସାରିବା ପରେ କୋଲକତାରେ ଝିଅକୁ ଧରି ବୁଲୁଛନ୍ତି।
ଅନୁଷ୍କାଙ୍କ ଫିଲ୍ମ ‘ଚକଦା ଏକ୍ସପ୍ରେସ’ରେ ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ। ଝୁଲଣ ଗୋସ୍ୱାମୀଙ୍କ ହୋମଟାଉନ ହେଉଛି କୋଲକତା। ଆଉ ଅନୁଷ୍କା କୋଲକତାରେ ଫିଲ୍ମର ସୁଟିଂ ସାରିବା ପରେ ଝିଅ ସହିତ ବୁଲୁଛନ୍ତି। ଝିଅ ଭାମିକାକୁ କୋଳରେ ଧରି ଅନୁଷ୍କା କଲିକତାରେ ଲୋକପ୍ରିୟ ଗଳିରେ ବୁଲି ଖାଉଛନ୍ତି।
ଅନୁଷ୍କା ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ମନ୍ଦିରରେ ବୁଲିବା ସହିତ ଷ୍ଟ୍ରିଟ୍ ଫୁଡ ମଧ୍ୟ ଖାଇଛନ୍ତି। ଏହି ସମୟରେ ଅନୁଷ୍କାଙ୍କ ସହିତ ତାଙ୍କ ଝିଅ ଭାମିକା ମଧ୍ୟ ବୁଲୁଥିବାର ନଜର ଆସିଥିଲେ।
View this post on Instagram
ସୂଚନାଯୋଗ୍ୟ, ଅନୁଷ୍କା କୋଲକତାରେ ରହି ଫିଲ୍ମ ପାଇଁ ବିଭିନ୍ନ ସ୍ଥାନରେ ସୁଟିଂ କରିଛନ୍ତି। ଏହି ସମୟରେ ଚାରିଆଡେ ବୁଲିବା ସହିତ ଖାଇବାର ମଜା ମଧ୍ୟ ନେଇଛନ୍ତି। ଫଟୋରେ ଅନୁଷ୍କା ମନ୍ଦିରରେ ବୁଲିବା ସହିତ ଷ୍ଟ୍ରିଟ୍ ଫୁଡ ଏବଂ ପାରମ୍ପରିକ ଖାଦ୍ୟର ମଜା ନେଇଛନ୍ତି।
ତେବେ ଅନୁଷ୍କାଙ୍କ ପାଇଁ କୋଲକତା ବେଶ୍ ସ୍ୱତନ୍ତ୍ର ସ୍ଥାନ ବୋଲି ପୂର୍ବରୁ ସେ ଜଣାଇଥିଲେ। ଏହି ସହରର ଖାଇବା, ଲୋକ, ବାସ୍ତୁକଳା ସବୁବେଳେ ତାଙ୍କୁ ପସନ୍ଦ। ଆଉ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ପାଇଁ ଏହି ସହର ବୁଲିବା ସହିତ ଖାଇବାର ମଜା ଉଠାଇଛନ୍ତି ଅନୁଷ୍କା।
View this post on Instagram
Also Read : ଫିଲ୍ମ ‘କାନ୍ତାରା’ର ଦେବକୋଲା ସିକ୍ୱେନ୍ସ ସିନ୍ ସୁଟ୍ ପାଇଁ ମାସେ ପୂର୍ବରୁ ଆମିଷ ଛାଡିଥିଲେ ରିଷଭ