ଆପଣ ଜାଣିଛନ୍ତି କି? ମମତା ହେବାକୁ ଅନୁଷ୍କା ନେଉଥିଲେ ମାତ୍ର ୨୦ମିନିଟ୍

ମୁମ୍ବାଇ : ଫିଲ୍ମ ସୁଇଧାଗାରେ ମମତା ହେବାକୁ ଅନୁଷ୍କା ନେଉଥିଲେ ମାତ୍ର ୨୦ମିନିଟ୍ । ବରୁଣ ଧଓ୍ଵନଙ୍କ ସ୍ତ୍ରୀ ମମତାଙ୍କ ଚରିତ୍ର ପାଇଁ ଅନୁଷ୍କାଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡିଥିଲା। ସୁଟିଂ ସମୟରେ ଅନେକ ଗାଁର ମହିଳା ସୁଟିଂସେଟରେ ଉପସ୍ଥିତ ରହୁଥିଲେ । ସେମାନଙ୍କ ଠାରୁ ଅନେକ କିଛି ଶିଖିଛନ୍ତି ଅନୁଷ୍କା,ଏହାର ଖୁଲାସା ସେ ନିଜେ କରିଛନ୍ତି । ଅନୁଷ୍କା କହିଛନ୍ତି, “ଏହି ଚରିତ୍ରରେ ତାଙ୍କୁ ମେକଅପ ନେବାକୁ ପଡୁନଥିଲା। ତେଣୁ ମାତ୍ର ୨୦ମିନିଟରେ ମୁଁ ସୁଟିଂ ପାଇଁ ପ୍ରସ୍ତୁତ ହୋଇଯାଉଥିଲି”।
ମେଡ୍ ଇନ୍ ଇଣ୍ଡିଆ ବିଚାର ଦ୍ୱାରା ଅନୁପ୍ରାଣିତ ହୋଇଛି ଫିଲ୍ମ ସୁଇଧାଗା। ଟ୍ରେଲରରେ ଦେଖିବାକୁ ମିଳିଛି ଜଣେ ସାଧାରଣ ଲୋକର ସଂଘର୍ଷପୂର୍ଣ୍ଣ ଯାତ୍ରା। ଯିଏ ବେରୋଜଗାରରୁ ବିଜନେସମ୍ୟାନ ବନୁଛି। ଆତ୍ମନିର୍ଭରଶୀଳ ହୋଇ ନିଜ ବ୍ୟବସାୟ ଛିଡା କରିପାରୁଛି। ୟଶରାଜ ପ୍ରଡକସନ୍ ବ୍ୟାନରରେ ଫିଲ୍ମ ତିଆରି ହୋଇଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଶରତ କଟାରିଆ। ସେପଟେମ୍ବର ୨୮ରେ ରିଲିଜ ହେବ ସୁଇ ଧାଗା।