କନ୍ୟା ସନ୍ତାନ ଜନ୍ମ ଦେବେ ଅନୁଷ୍କା ! ଭବିଷ୍ୟବାଣୀ କଲେ ଜ୍ୟୋତିଷ
ବଲିଉଡ ଆକ୍ଟ୍ରେସ ଅନୁଷ୍କା ଶର୍ମା ବର୍ତ୍ତମାନ ସମୟରେ ନିଜ ଗର୍ଭାବସ୍ଥାର ଭରପୁର ମଜା ଉଠାଉଛନ୍ତି । ସେପଟେ ପତି ବିରାଟ ବି ଅଷ୍ଟ୍ରେଲିଆ ଗସ୍ତରୁ ବିରତି ନେଇ ପତ୍ନୀଙ୍କ ସହ ସମୟ କାଟୁଛନ୍ତି । ଖୁବ ଶୀଘ୍ର ହିଁ ବିରୁସ୍କା ପିତାମାତା ହେବାକୁ ଯାଉଛନ୍ତି । ବୁଧବାର ସନ୍ଧ୍ୟାରେ ହିଁ ଉଭୟ ପତିପତ୍ନୀ ମୁମ୍ବାଇ ସ୍ଥିତ ଏକ କ୍ଲିନିକ ସାମ୍ନାରେ ଠାବ ହୋଇଥିଲେ । କ୍ଲିନିକ ସାମ୍ନାରେ ଦେଖି ଅନୁଷ୍କାଙ୍କ ଡେଲିଭରି ଯେ ଆଉ ବେଶୀ ଦୂର ନୁହେଁ ତାହା ବେଶ ଅନୁମାନ କରାଯାଉଛି । ଏପଟେ ଫ୍ୟାନ୍ସ ମାନେ ବି ଉଭୟଙ୍କ ଭାବି ସନ୍ତାନକୁ ନେଇ ଖୁବ ବ୍ୟଗ୍ର ଥିବା ଜଣାଯାଇଛି । ସେମାନଙ୍କର ପୁଅ ହେବ କି ଝିଅ ସମସ୍ତେ ଯେମିତି ନିଜ ନିଜ ତରିକାରେ ଅନୁମାନ ଲଗାଇବାରେ ବ୍ୟସ୍ତ ଅଛନ୍ତି ।
ଜଣେ ଜଣାଶୁଣା ବରିଷ୍ଠ ଜ୍ୟୋତିଷଙ୍କ ଅନୁଯାୟୀ ଅନୁଷ୍କା ଏକ କନ୍ୟା ସନ୍ତାନ ବା ବେବି ଗାର୍ଲକୁ ଜନ୍ମ ଦେବେ । ଖାଲି ସେତିକି ନୁହେଁ ଭାବି ସନ୍ତାନର ଭବିଷ୍ୟତ ବାବଦରେ ବି ଗଣନା କରିଛନ୍ତି ଜ୍ୟୋତିଷ | ବିରୁସ୍କାଙ୍କ ସନ୍ତାନ ଖୁବ ବୁଦ୍ଧିମତୀ ହେବ । ଆଉ ପିତାମାତାଙ୍କର ବି ଖୁବ ଗେଲ୍ହା ବି ହେବ । ଜ୍ୟୋତିଷଙ୍କ ଏହି ଭବିଷ୍ୟ ବାଣୀ ପରେ ଫ୍ୟାନ୍ସ ମାନେ ଖୁବ ଏକ୍ସଟାଇଟେଡ଼ରେ ଚାହିଁଛନ୍ତି ଏହି ବାଣୀ କେତେ ଦୂର ସତ ହେଉଛି ।
ସୂଚନା ଦେଉଛୁକି, ଏହି ନିକଟରେ ହିଁ ଉଭୟ ପତିପତ୍ନୀଙ୍କୁ ସେମାନଙ୍କ ବାସଭବନ ବାଲକୋନୀରେ ବସିଥିବା ଦେଖାଯାଇଥିଲା । ଏହାର ସୁଯୋଗ ନେଇ ଫଟୋଗ୍ରାଫର ମାନେ ଫଟୋ ଉଠାଉଥିବା ବେଳେ ସେମାନଙ୍କ ଉପରେ ଖୁବ ବିରକ୍ତ ହୋଇଥିଲେ ଅନୁଷ୍କା । ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ପୋଷ୍ଟ ବି କରିଛନ୍ତି ଅନୁଷ୍କା । ପୋଷ୍ଟରେ ଲେଖିଛନ୍ତି କାହାର ପ୍ରାଇଭେସି ଉପରେ ବାରମ୍ବାର ଦଖଲ ଦେବା ଆଦୌ ଉଚିତ ନୁହେଁ ।