ଏଆର୍‌ ରହମାନ୍‌ଙ୍କ ଝିଅ ବାହାଘର, ସାମ୍ନାକୁ ଆସିଲା ବିବାହ ବେଳର ପ୍ରଥମ ଫଟୋ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରୀର ଜଣାଶୁଣା ନିର୍ଦ୍ଦେଶକ ଏଆର ରହମାନ୍‌ଙ୍କ ଝିଅ ଖତିଜା ରହମାନ୍‌। ଅଡିଓ ଇଞ୍ଜିନିୟର ରିୟାସଦ୍ଦିନ ଶେଖ୍‌ ମହମ୍ମଦଙ୍କୁ ବିବାହ କରିଛନ୍ତି ଖତିଜା। ବିବାହ ବେଳର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଫଟୋରେ ଖତିଜା ସ୍ୱାମୀ ସିୟାସଦ୍ଦିନ୍‌ ଶେଖ୍‌ ମହମ୍ମଦଙ୍କ ସହ ସୋଫାରେ ବସିଛନ୍ତି ଓ ପଛ ପଟେ ତାଙ୍କ ବାପା ଏ ଆର ରହମାନ୍‌, ମା’ ସାଏରା ବାନୋ, ଭାଇ ଏ ଆର୍‌ ଅମୀନ୍‌ ଓ ବଡ଼ ଭଉଣୀ ରହୀମା ରହମାନ୍‌ ଠିଆ ହୋଇଛନ୍ତି। ତାଙ୍କ ସହ ରହମାନ୍‌ଙ୍କ ମା’ଙ୍କ ଫଟୋ ବି ଥୁଆ ଯାଇଛି।

ସୂଚନାଯୋଗ୍ୟ ଯେ ଖତିଜା କେବେ ବି ସାର୍ବଜନିକ ଭାବେ ଲୋକଙ୍କ ସାମ୍ନାକୁ ଆସନ୍ତି ନାହିଁ। ତାଙ୍କୁ ଧାର୍ମିକ ଓ ଆଧ୍ୟାତ୍ମିକ ବିଚାର ଧାରାର ବ୍ୟକ୍ତି ବୋଲି କୁହାଯାଏ। ସେ ଲାଇମ୍‌ ଲାଇଟ୍‌ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।

ବାହାଘରରେ ଖତିଜା ରହମାନ୍‌ ଏକ ଆଇଭରି କଲରର ସୁଟ୍‌ ପିନ୍ଧିଥିବା ବେଳେ ରିୟାସଦ୍ଦିନ ଶେଖ୍‌ ମହମ୍ମଦ ମଧ୍ୟ ତାଙ୍କୁ ମ୍ୟାଚ୍‌ କରି ସେହିଭଳି ସେରଓ୍ଵାନି ପିନ୍ଧିଛନ୍ତି। ଖତିଜା ସୁଟ୍‌ କଲରର ଏକ ମାସ୍କ ବି ପିନ୍ଧିଛନ୍ତି। ନିଜ ବିବାହ କଷ୍ଟ୍ୟୁମ୍‌ ଯୋଗୁ ଚର୍ଚ୍ଚାରେ ଅଛନ୍ତି ଖତିଜା ରହମାନ୍‌।

ଏହି ଫଟୋ ସେୟାର କରି ଏଆର୍‌ ରହମାନ୍‌ ଲେଖିଛନ୍ତି- ଭଗବାନ ଏହି ଯୋଡ଼ିକୁ ଆଶୀର୍ବାଦ କରିବେ ବୋଲି ପ୍ରାର୍ଥନା କରୁଛି। ଆପଣ ସମସ୍ତଙ୍କର ଭଲ ପାଇବା ଓ ଅଭିନନ୍ଦନ ପାଇଁ ଆଗୁଆ ଧନ୍ୟବାଦ।

 

View this post on Instagram

 

A post shared by 786 Khatija Rahman (@khatija.rahman)

ଏଆର୍‌ ରହମାନ୍‌ ଏହି ଫଟୋ ସେୟାର କରିବା ପରେ ଲୋକମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଝିଅର ବୈବାହିକ ଜୀବନ ଖୁସିରେ କଟୁ ବୋଲି ଶୁଭେଚ୍ଛା ଜଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ନିଜ ନିର୍ବନ୍ଧ ବେଳେ ଖତିଜା ରିୟାସଙ୍କୁ ଉତ୍ତର ଦେଇ କହିଥିଲେ- ମୁଁ ଖୁସି ଯେ ରିୟାସଦ୍ଦିନ ଆପଣ ମୋ ଜୀବନର ଏକ ଅଂଶ ହେବାକୁ ଯାଉଛନ୍ତି। ଆଲ୍ଲା ଆମକୁ ଆଶୀର୍ବାଦ କରନ୍ତୁ।

 

View this post on Instagram

 

A post shared by ARR (@arrahman)


ପ୍ରକାଶ ଯେ ଖତିଜା ନିଜ ଜଣେ ଗାୟିକା। ସେ ଗତ ବର୍ଷ ୨୦୨୧ରେ ରିଲିଜ୍‌ ହୋଇଥିବା କୃତି ସାନନ୍‌ଙ୍କ ଫିଲ୍ମ ମିମିରେ ଏକ ଗୀତ ଗାଇଥିଲେ। ଏହି ଫିଲ୍ମରେ ଏଆର ରହମାନ୍‌ ମ୍ୟୁଜିକ ଦେଇଥିଲେ। ସେହିପରି ଖତିଜାଙ୍କ ସ୍ୱାମୀ ସିୟାସଦ୍ଦିନ୍‌ ଶେଖ୍‌ ମହମ୍ମଦ ମଧ୍ୟ ପେସାରେ ଜଣେ ମ୍ୟୁଜିକ୍‌ ଇଞ୍ଜିନିୟର। ସେ ଦୀର୍ଘ ଦିନ ହେଲାଣି ଏଆର୍‌ ରହମାନ୍‌ଙ୍କ ସହ କାମ କରୁଛନ୍ତି।

Also Read: ‘ଜୟ ଭୀମ୍‌’ ଯୋଗୁ ଆଇନ୍‌ ଜାଲରେ ଫସିଲେ ସାଉଥ୍‌ ଷ୍ଟାର ସୂର୍ଯ୍ୟା ସିଂହମ୍ ଓ ଫିଲ୍ମ ନିର୍ଦ୍ଦେଶକ, ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.