ମାମଲା ରୁଜୁ ହେବା ପରେ ଅରବାଜ୍‌ ଓ ସୋହେଲ ଖାନ୍‌ଙ୍କୁ କରାଗଲା କ୍ୱାରେଣ୍ଟାଇନ୍‌, କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ

ଅରବାଜ୍‌ ଖାନ୍‌, ସୋହେଲ ଖାନ୍‌ ଓ ସୋହେଲ ଖାନ୍‌ଙ୍କ ପୁଅ ନିର୍ବାଣକୁ ମୁମ୍ବାଇର ତାଜ୍‌ ଲ୍ୟାଣ୍ଡସ୍‌ ଆଣ୍ଡ ହୋଟେଲ୍‌ରେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। କୋଭିଡ୍‌ ୧୯ ନିୟମ ଉଲ୍ଲଂଘନ କରିବା ଯୋଗୁ ଏହି ତିନି ଜଣଙ୍କ ବିରୋଧରେ ସୋମବାର ଏଫ୍‌ଆଇଆର ରୁଜୁ କରାଯାଇଛି।

ବିଏମ୍‌ସି ଅଧିକାରୀ ସୋମବାର ସୋହେଲଙ୍କ ଘରକୁ ଯାଇଥିଲେ। ଏହି ସମୟରେ ସୋହେଲ ତାଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଥିବା କହିଥିଲେ। ତା’ପରେ ସେ ଘରକୁୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ବିଏମ୍‌ସି ଅଧିକାରୀ ତାଙ୍କୁ ଏହାକୁ ଗୁରୁତର ସହ ନେବାକୁ କହିଥିଲେ।

ରିପୋର୍ଟ ମୁତାବକ, ଅରବାଜ୍‌ ଖାନ୍‌, ସୋହେଲ ଖାନ୍‌ ଓ ସୋହେଲ ଖାନ୍‌ଙ୍କ ପୁଅ ନିର୍ବାଣ ଡିସେମ୍ବର ୨୫ରେ ୟୁଏଇରୁ ମୁମ୍ବାଇ ଫେରିଥିଲେ। ଫେରିବା ପରେ ଏହି ୩ ଜଣ ତାଜ୍‌ ହୋଟେଲରେ କ୍ୱାରେଣ୍ଟାଇନ୍‌ରେ ରହିବାର ଥିଲା। କିନ୍ତୁ ସେମାନେ କ୍ୱାରେଣ୍ଟାଇନ୍‌ରେ ନ ରହି ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରକୁ ଫେରି ଆସିଥିଲେ। ଏଣୁ ଏହି ୩ ଜଣଙ୍କ ବିରୋଧରେ କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଛି।