ଅନଲାଇନ ଟିକେଟ୍ ବୁକିଂର ଶିକାର ହେଲେ ଅର୍ଚ୍ଚନା ପୂରନ ସିଂ, ୟୁଟ୍ୟୁବ ବ୍ଲଗରେ ସେୟାର କଲେ ଅପଡେଟ୍

ଅଭିନେତ୍ରୀ ଅର୍ଚ୍ଚନା ପୂରନ ସିଂ ବର୍ତ୍ତମାନ ଅନଲାଇନ ଠକେଇର ଶିକାର ହୋଇଛନ୍ତି । ଯାହା ସେ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ବ୍ଲଗ୍ ମାଧ୍ୟମରେ ଅପଡେଟ୍ ସେୟାର କରିଛନ୍ତି ।

ତାଙ୍କ ବ୍ଲଗରେ ସେ କହିଛନ୍ତି ଯେ, ଦୁବାଇରେ ଇଣ୍ଡୋର ସ୍କାଏଡଶଇଭିଂ ପାଇଁ ୩ଟି ଟିକେଟ ବୁକ୍ କରିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାଁରେ ସେପରି କୌଣସି ବୁକିଂ ହୋଇନାହିଁ । କାରଣ ଆମେ ଯେଉଁ ୱେବସାଇଟରୁ ବୁକିଂ କରିଥିଲୁ ଯାହା ସେମାନଙ୍କର ନୁହେଁ । ଯାହା ଫଳରେ ଆମେ ଦୁବାଇରେ ଠକାମିର ଶିକାର ହୋଇଛୁ ।” ସେ ଆହୁରି କହିଛନ୍ତି ଯେ, “ଦୁବାଇର ନିୟମ ଏତେ କଠୋର ହୋଇ ମଧ୍ୟ ଏପରି କିଛି ଘଟିବ ବୋଲି ମୁଁ ଆଶା କରି ନଥିଲି । ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ।” ସେ ଏହା ମଧ୍ୟ କହିଛନ୍ତି ଯେ ଠକେଇର ୱେବସାଇଟ୍ ଏବେ ସମ୍ପୂର୍ଣ୍ଣ ରୂପେ ଗାଏବ ହୋଇଯାଇଛି ।

ସେପଟେ ପୁଅ ଆର୍ଯ୍ୟମାନ କହିଛନ୍ତି ଯେ, ବୁକିଂ ସମୟରେ ତାଙ୍କୁ ସନ୍ଦେହ ହୋଇଥିଲା । କାରଣ ବୁକିଂ ସମୟରେ ୪ ମିନିଟ ସମୟ ଥିଲା । କିନ୍ତୁ ଅନ୍ୟ ଏକ ପେଜରେ ସେହି ସମୟକୁ ୨ ମିନିଟ୍ କରାଯାଇଥିଲା । ତଥାପି ସେ ଚେକ୍ କରିନଥିଲେ । ସେ ଭାବିଥିଲେ ଯେ, ମୁଖ୍ୟ ୱେବସାଇଟରେ କୌଣସି ଠକେଇ ହୋଇପାରିବ ନାହିଁ । ଟିକେଟ ବୁକିଂରେ ଅନେକ ଟଙ୍କା ଖର୍ଚ୍ଚ କରିଥିଲେ । ଯାହା ସମ୍ପୂର୍ଣ୍ଣ ବୁଡିଯାଇଛି ।

ଯଦି ତାଙ୍କ କାମ ସମ୍ପର୍କରେ କୁହାଯାଏ ତେବେ ସେ ଶେଷ ଥର ପାଇଁ ନେଟଫ୍ଲିକ୍ସର ‘ନାଦାନିଆନ୍’ରେ ନଜର ଆସିଥିଲେ । ଯେଉଁଠାରେ ସେ ଶ୍ରୀମତୀ ବ୍ରାଗାଞ୍ଜା ମାଲହୋତ୍ରାଙ୍କ ଭୂମିକାରେ ଅଭିନୟ କରିଥିଲେ । ବର୍ତ୍ତମାନ ସେ କପିଲ ଶର୍ମାଙ୍କ ‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ରେ ଜଜ୍ ଭାବରେ ନଜର ଆସୁଛନ୍ତି । ତାଙ୍କର ଆଗାମୀ ପ୍ରୋଜେକ୍ଟ ‘ଟୋଷ୍ଟର’ରେ ରାଜକୁମାର ରାଓ, ସାନ୍ୟା ମାଲହୋତ୍ରା ଏବଂ ଅଭିଷେକ ବାନାର୍ଜୀଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଅର୍ଚ୍ଚନା ପୂରନ ସିଂ । ଯାହା ବିବେକ ଦାସଚୌଧୁରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ।

Also Read : ଉର୍ବଶୀ ନୁହେଁ ତାଙ୍କ ତାଙ୍କ ବ୍ୟାଗରୁ ହଟୁନି ନଜର, କ’ଣ ରହିଛି ରହସ୍ୟ