ରାତିରେ କାରରେ ରୋମାନ୍ସ କରୁଥିଲେ ଅର୍ଚ୍ଚନା, ଆଉ ତା’ ପରେ

କପିଲ ଶର୍ମା ଶୋରେ ଜଜ୍‌ ଅର୍ଚ୍ଚନା ପୁରଣ ସିଂଙ୍କୁ ଆପଣମାନେ ନିଶ୍ଚିତ ଜାଣିଥିବେ। ଅର୍ଚ୍ଚନା ଏଠାରେ ଜଜ୍‌ ହେବା ପୂର୍ବରୁ ଅନେକ ଫିଲ୍ମରେ ନିଜର ଅଭିନୟ ଯାଦୁ ଦେଖାଇସାରିଛନ୍ତି। ନିଜର କମେଡି ଏବଂ ହସ ପାଇଁ ଦର୍ଶକଙ୍କ ପାଖରେ ବେଶ୍‌ ପରିଚିତ ସେ। ନିକଟରେ କପିଲ ଶୋରେ ଅର୍ଚ୍ଚନା ଏପରି ଏକ ଘଟଣାର ରାଜ୍‌ ଖୋଲିଛନ୍ତି, ଯାହା ବିଷୟରେ ଆପଣ ଜାଣିଲେ ବି ଚକିତ ହୋଇଯିବେ। କପିଲ ଶର୍ମା ଶୋରେ ଅର୍ଚ୍ଚନା ନିଜର ଏବଂ ପରମିତ ସେଟ୍ଟୀଙ୍କ ସହିତ କାରରେ ରୋମାନ୍ସ କରୁଥିବା ସମୟରେ ପୋଲିସ ତାଙ୍କୁ ଧରିନେଇଥିଲା ବୋଲି ଖୁଲାସା କରିଥିଲେ।

archana 1

ଅର୍ଚ୍ଚନା କହିଛନ୍ତି, ‘ ଥରେ ମଧ୍ୟରାତ୍ରିରେ ପରମିତ ଏବଂ ମୁଁ କାରରରେ ରୋମାନ୍ସ କରୁଥିଲେ। ସେହି ସମୟରେ ପୋଲିସ ଆସି କାରର କାଚକୁ ଖଟଖଟ କରିଥିଲେ। ସେ ସମୟରେ ମୁଁ ବହୁତ ଡରିଯାଇଥିଲି। ତା’ ପରେ ପୋଲିସକୁ ଜଣାଇଥଲି ଯେ, ସେ ମୋ ସ୍ୱାମୀ। ତା’ ପରେ ପୋଲିସ ଛାଡିଦେଇଥିଲା। କିନ୍ତୁ ବର୍ଷା ବେଳେ କାରରେ ରୋମାନ୍ସ କରିବାର ମଜା କିଛି ନିଆରା ବୋଲି ଅର୍ଚ୍ଚନା କହିଥିଲେ।

archana

ସୂଚନାଯୋଗ୍ୟ, ଅର୍ଚ୍ଚନା ପରମିତଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ପ୍ରଥମ ବିବାହ ବିଚ୍ଛେଦ ହେବା ପରେ ଅର୍ଚ୍ଚନା ଆଉ ବିବାହ କରିବାକୁ ଚାହୁଁନଥିଲେ। କିନ୍ତୁ ଏକ ଇଭେଣ୍ଟରେ ପରମିତଙ୍କୁ ଦେଖିବା ପରେ ଦୁହେଁ ପରସ୍ପରକୁ ପ୍ରେମ କରିଥିଲେ ଏବଂ ପରେ ବିବାହ କରିଥିଲେ। ବର୍ଷେ ଲିଭ୍‌-ଇନ- ରିଲେସନରରେ ରହିବା ପରେ ଦୁହେଁ ୧୯୯୨ରେ ବିବାହ କରିଥିଲେ।

Leave A Reply

Your email address will not be published.