ମନୋରଂଜନ

ଲୁଚି ଲୁଚି ବାହା ହୋଇଗଲେ ସଲମାନ ଖାନ ଓ ସୋନାକ୍ଷୀ ସିହ୍ନା! ସୋସିଆଲ ମିଡିଆରେ ଘୂରି ବୁଲୁଛି ଫଟୋ; ଜାଣନ୍ତୁ ଏହା ପଛର ସତ୍ୟତା

ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରୀର ସବୁଠାରୁ ଲୋକପ୍ରିୟ ତଥା ପ୍ରଭାବଶାଳୀ ସୁପରଷ୍ଟାର। ତାଙ୍କ ଚଳଚ୍ଚିତ୍ର ଏବଂ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଫ୍ୟାନ୍‌ମାନେ ବେଶ୍‌ ଆଗ୍ରହୀ ଥାଆନ୍ତି। ଯଦିଓ ସଲମାନ ଖାନ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି, କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ସହିତ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନଜର ଆସିଛନ୍ତି। ଏହି ଫଟୋ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ କହୁଛନ୍ତି ଯେ ସଲମାନ ଖାନ ଲୁଚାଛପାରେ ସୋନାକ୍ଷୀଙ୍କୁ ବିବାହ କରି ନେଇଛନ୍ତି। କିନ୍ତୁ କ’ଣ ଏହା ସତ? ଭାଇରାଲ୍ ହେଉଥିବା ଏହି ଫଟୋର ସତ୍ୟତା ବାସ୍ତବରେ କ’ଣ, ତାହା ଆମେ ଆପଣଙ୍କୁ କହିବୁ।

ସୁପରଷ୍ଟାର ସଲମାନ ଖାନ ବଲିଉଡ୍‌ରେ ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତାମାନଙ୍କ ମଧ୍ୟରୁ ଜଣେ। ନିଜର ୩୦ ବର୍ଷରୁ ଅଧିକ ଫିଲ୍ମ କ୍ୟାରିୟର ଭିତରେ ସେ ଅନେକ ପୁରସ୍କାର ଜିତିଛନ୍ତି। ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ଦୁଇଟି ଫିଲ୍ମଫେୟାର ପୁରସ୍କାର ତାଙ୍କ ନାଁରେ ଅଛି। ବଲିଉଡର ‘ଭାଇଜାନ’ଙ୍କର ବ୍ୟକ୍ତିଗତ ଜୀବନ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ନିକଟରେ ସୋନାକ୍ଷୀ ସିହ୍ନାଙ୍କ ମଥାରେ ସିନ୍ଦୁର ଭରୁଥିବାର ଏକ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଅନେକ ୟୁଜର ସନ୍ଦେହ କରୁଛନ୍ତି କି, ଦବଙ୍ଗ ଷ୍ଟାର ଗୁପ୍ତ ତରିକାରେ ବିବାହ କରି ନେଇଛନ୍ତି।

ତେବେ କ’ଣ ଆପଣ ସତରେ ଏହା ଭାବୁଛନ୍ତି କି, ସଲମାନ ଖାନ ଓ ସୋନାକ୍ଷୀ ସିହ୍ନା ଲୁଚାଛପାରେ ବିବାହ କରି ନେଇଛନ୍ତି? ଆମେ ଆପଣଙ୍କୁ କହିବୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଫଟୋ ଏକ ଫେକ୍‌ ଫଟୋ। ସଲମାନ ଓ ସୋନାକ୍ଷୀଙ୍କ ବିବାହ ଖବର ସମ୍ପୂର୍ଣ୍ଣ ମିଥ୍ୟା। ଏଥିରେ କୌଣସି ସତ୍ୟାସତ୍ୟ ନାହିଁ, ବରଂ ଫଟୋଟିକୁ ଫଟୋସପ୍‌ ସହିତ ଏଡିଟ୍ କରାଯାଇଛି। ଦୁହେଁ ଏ ପର୍ଯ୍ୟନ୍ତ କାହାକୁ ବି ବିବାହ କରି ନାହାନ୍ତି। ସଲମାନ ଓ ସୋନାକ୍ଷୀଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ରହିଛି। ସେମାନେ ୨୦୧୦ରେ ଫିଲ୍ମ ‘ଦବଙ୍ଗ’ରୁ ବଲିଉଡରେ ଡେବ୍ୟୁ କରିଥିଲେ।

ସଲମାନ ଖାନ ଆଜି ପର୍ଯ୍ୟନ୍ତ ନିଜକୁ ଅବିବାହିତ ବୋଲି ଦର୍ଶାଇ ଆସିଛନ୍ତି। ସେ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି। କିନ୍ତୁ ତାଙ୍କୁ ଅନେକ ସମୟରେ ତାଙ୍କ ବନ୍ଧୁ ୟୁଲିୟା ଭନ୍ତୁରଙ୍କ ସହିତ ଦେଖା ଯାଇଥାଏ। ତେଣୁ ଅନୁମାନ କରାଯାଉଛି କି, ସଲମାନ ଓ ୟୁଲିଆ ରିଲେସନସିପ୍‌ରେ ଅଛନ୍ତି। ଆପଣଙ୍କୁ କହି ରଖୁଛୁ, ସୋନାକ୍ଷୀଙ୍କ ନାମ ମଧ୍ୟ ଜାହିର ଇକବାଲଙ୍କ ସହିତ ଯୋଡ଼ା ଯାଇଛି। ଯଦିଓ ସୋନାକ୍ଷୀ ଜାହିରଙ୍କ ସହ ତାଙ୍କ ରିଲେସନସିପ୍‌କୁ ଅସ୍ୱୀକାର କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଥିଲେ କି, ସେ ଜାହିରଙ୍କ ସହ ସମ୍ପର୍କରେ ନାହାନ୍ତି। ସେ କେବଳ ତାଙ୍କର ଭଲ ବନ୍ଧୁ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago