ଅରିଜିତ୍‌ ସିଂ ୯.୧ କୋଟି ଟଙ୍କାରେ ମୁମ୍ବାଇରେ କିଣିଲେ ୪-୪ଟି ଫ୍ଲାଟ୍‌, ଭରିଲେ ୫୪ ଲକ୍ଷ ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି

ସିଙ୍ଗର ଅରିଜିତ୍‌ ସିଂ ମୁମ୍ବାଇରେ ୪ଟି ଫ୍ଲାଟ୍‌ କିଣିଛନ୍ତି। ରିପୋର୍ଟ ମୁତାବକ, ବର୍ସୋବାର ଏକ ଅଟ୍ଟାଳିକାରେ କିଣାଯାଇଥିବା ଏହି ୪ଟି ଫ୍ଲାଟ୍‌ ଗୋଟିଏ ଫ୍ଲୋର୍‌ରେ ହିଁ ରହିଛି। ଏଥିପାଇଁ ଅରିଜିତ୍‌ ୯.୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ୫୪ ଲକ୍ଷ ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ଭରିଛନ୍ତି। ଜାନୁୟାରୀରେ ଏହି ସମସ୍ତ ଫ୍ଲାଟ୍‌ର ରେଜିଷ୍ଟ୍ରୀ ହୋଇସାରିଛି।

a33

ରିପୋର୍ଟରେ କୁହାଯାଇଛି, ୪ ଫ୍ଲାଟ୍‌ର ଏରିଆ ଏବଂ ଦାମ୍‌ ଅଲଗା ଅଲଗା ରହିଛି। ଗୋଟିଏ ଫ୍ଲାଟ୍‌ ୩୨ ବର୍ଗ ମିଟରରେ ଥିବା ବେଳେ ଦାମ୍‌ ରହିଛି ୧.୮୦ କୋଟି ଟଙ୍କା। ଦ୍ୱିତୀୟଟି ୭୦ ବର୍ଗ ମିଟର ଏବଂ ଅରିଜିତ୍‌ ଏଥିପାଇଁ ୨.୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତୃତୀୟ ଫ୍ଲାଟ୍‌ଟିକୁ ୨.୬୦ କୋଟି ଟଙ୍କାରେ କିଣିଛନ୍ତି ଏବଂ ଏହା ୮୦ ବର୍ଗ ମିଟରରେ ରହିଛି। ୭୦ ବର୍ଗ ମିଟରରେ ରହିଥିବା ଚତୁର୍ଥ ଫ୍ଲାଟ୍‌ଟିକୁ ଅରିଜିତ୍‌ ୨.୫୦ କୋଟି ଟଙ୍କା ଖର୍ଚ୍ଚ କରି କିଣିଛନ୍ତି।

୨୦୧୯ ଡିସେମ୍ବରରେ ଫୋବର୍ସ ୧୦୦ ସେଲିବ୍ରିଟିଙ୍କ ତାଲିକା ଜାରି କରିଥିଲା, ଯେଉଁଥିରେ ଅରିଜିତ୍‌ ୭୧.୯୫ କୋଟିର ସମ୍ପତ୍ତି ସହ ୨୬ତମ ସ୍ଥାନରେ ରହିଥିଲେ।